ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ

ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ କ୍ଷେତ୍ରରେ।

ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭାଲୁ କନାଡି ଗ୍ରାମର ଜଗନ୍ନାଥ ଜାନି, ଦେବ ସିଙ୍ଗ ମାଝୀ, ପୁରୁଷୋତ୍ତମ ମାଝୀ, ନବ ଜାନି ଓ ସାଇଦର ସାନ୍ତା ପ୍ରମୁଖ ପଡୋଶୀ ଇଛାପୁର ଗ୍ରାମର ଭଇରା ନାମକ ଜଣେ ଯୁବକଙ୍କ ସହାୟତାରେ
ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ଘରୋଇ କମ୍ପାନୀରେ ୩ମାସ ଧରି ଦିନକୁ ୩୦୦ ଟଙ୍କା ଲେଖାଏଁ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ଶ୍ରମିକମାନେ ଗାଁକୁ ଯିବା ପାଇଁ କମ୍ପାନୀ ମାଲିକଙ୍କୁ ଟଙ୍କା ମାଗିଥିଲେ। ହେଲେ କମ୍ପାନୀ ମାଲିକ ଟଙ୍କା ଦେବା ପରିବର୍ତ୍ତେ ଶ୍ରମିକମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନିର୍ଯାତନା ସହି ନ ପାରି ଶେଷରେ ୫ଜଣ ଶ୍ରମିକ ଗତ ମଙ୍ଗଳବାର ସନ୍ଦ୍ୟାରେ ବିଶାଖାପାଟଣାରୁ ବାହାରି ୧୬୦ କିଲୋମିଟର ଚାଲିଚାଲି ଗୁରୁବାର ସାଲୁର ଘାଟରେ ପହଞ୍ଚିଥିଲେ। ଏହି ସମୟରେ ପଟ୍ଟାଙ୍ଗି ଅଞ୍ଚଳର ଜଣେ ଗାଡ଼ି ଚାଳକ ସହଯୋଗର ହାତ ବଢାଇ ଶ୍ରମିକମାନଙ୍କୁ ଆଣି ପଟ୍ଟାଙ୍ଗି ବସ୍‌ଷ୍ଟାଣ୍ଡରେ ଛାଡିଥିଲେ।

ଖବର ପାଇ ଓଡ଼ିଶା ମୋଟର ଚାଳକ ସଂଘର ପଟ୍ଟାଙ୍ଗି ଶାଖା ସଭାପତି ଅର୍ଜୁନ ଖରା, ସାଧାରଣ ସମ୍ପାଦକ ଶରତ ଧଳ, ଉପସଭାପତି ଭଗବାନ ପଡାଲ ପ୍ରମୁଖ ପହଞ୍ଚି ଶ୍ରମିକମାନଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏପରି କି ସଂଘ କର୍ମକର୍ତ୍ତା ଘଟଣା ସମ୍ପର୍କରେ ଜାଣି ଶ୍ରମିକମାନଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ଖାଇବା ବ୍ୟବସ୍ଥା କରି ଗାଁରେ ଛାଡି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri