Odisha Elections 2024

ନୟାଗଡ଼ ବଜାରର ରୂପରେଖ ବଦଳିପାରୁନି

ନୟାଗଡ, ୭।୯ (ଲୋକନାଥ ମିଶ୍ର)ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇ କୁହାଯାଇଥିଲା ନୟାଗଡ଼ ସହରରେ ବିକାଶ ଚାଲିଛି। କୋଟି କୋଟି ଟଙ୍କାର କାମ ଶେଷ ହୋଇଛି। ପୁଣି କୋଟି କୋଟି ଟଙ୍କାର କାମ ହେଉଛି ବୋଲି ଭାଷଣରେ କୁହାଯାଇଥିଲା। ଏପରିକି ସହରର କଳେବର ବୃଦ୍ଧି ପାଇ ବିକାଶର ମାଇଲ ଖୁଣ୍ଟ ପାଲଟିଛି ବୋଲି ଭାଷଣବାଜି କରାଯାଇଥିଲା। ତେବେ ନୟାଗଡ଼ ସହର କୁହାଯାଉଥିବା ନୟାଗଡ଼ ବଜାରର ରୂପରେଖ ବଦଳି ପାରୁନି। ବିକାଶ ଏଠାରେ ନୟାଗଡ଼ର ରୂପରେଖ ବଦଳାଇବାରେ ଅସମର୍ଥ ହୋଇଛି। ଏଭଳିସ୍ଥଳେ ନୟାଗଡ଼ ସହରର ସୌନ୍ଦର୍ଯ୍ୟକରଣ ଓ ବିପର୍ଯ୍ୟସ୍ତ ଟ୍ରାଫିକ ସୁଧାରିବା ପ୍ରସ୍ତାବ ବାଟବଣା ହୋଇଯାଇଛି। କେଉଁଠି ନା କେଉଁଠି ତ୍ରୁଟି କାରଣରୁ ବଜାରର ରୂପରେଖ ବଦଳି ପାରୁନି। ଏ ନେଇ କେହି ବି ସମୀକ୍ଷା କରୁନାହାନ୍ତି। ଜିଲାପାଳ ପରେ ଜିଲାପାଳ ବଦଳୁଛନ୍ତି। ହେଲେ ଜିଲାର ସଦର ମହକୁମା ଉପେକ୍ଷିତ, ଅବହେଳିତ ହୋଇ ରହିଯାଇଛି। ଅନ୍ୟପକ୍ଷେ ଡ୍ରେନର ଉଭୟ ପାର୍ଶ୍ୱରେ ଜିଆଇର ବ୍ୟାରିକେଡ ନିର୍ମାଣ ପରେ ବି ସୁଫଳ ମିଳିଲା ନାହିଁ। ବରଂ ସବୁବେଳେ ନୟାଗଡ଼ ସହରର ଓଡ଼ଗଁା ଛକରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଲା। ବ୍ୟାରିକେଡ ନିର୍ମାଣ ପରେ ବ୍ୟବସାୟୀଙ୍କୁ ବ୍ୟବସାୟ କରିବା ସୁବିଧା ହେଲା। ଏଣୁ ଜିଲା ସଦର ମହକୁମାକୁ ଟାଉନ ପ୍ଲାନିଂରେ ସାମିଲ କରି ନବକଳେବର କରିବାକୁ ଦାବି ଉଠିଛି।
ନୟାଗଡ଼ ଜିଲା ସଦର ମହକୁମା ହେଲ ବି ପ୍ଲାନ ମୁତାବକ ସହର ଗଠନ ହୋଇନାହିଁ। ଏଠାରେ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ରହିଛି। ପୁରୁଣା ବସ୍‌ଷ୍ଟାଣ୍ଡରେ ଗୋଲେଇ ଟ୍ରାଫିକ୍‌ ଛକ ଜୁଲାଇରେ ଶେଷ ହେବା ପାଇଁ ଘୋଷଣା କରାଯାଇଥିଲା। ଅଗଷ୍ଟ ଶେଷ ହୋଇ ସେପ୍ଟେମ୍ବର ଆରମ୍ଭ ହେଲା ଗୋଲେଇ ଟ୍ରାଫିକ କାମ ଆରମ୍ଭ ହୋଇପାରିନାହିଁ। ସହରରେ ଦୋକାନୀ ଓ ଉଠା ଦୋକାନୀମାନେ ଡ୍ରେନକୁ ମାଡ଼ି ରାସ୍ତା ଉପରେ ସେମାନଙ୍କ ବ୍ୟବସାୟ କରୁଥିବାରୁ ସବୁବେଳେ ରାସ୍ତା ଜାମ୍‌ ହୋଇ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହୋଇ ଆସୁଛି। ପୁଣି ରାସ୍ତା ଉପରେ ବାଇକ୍‌ ଆଦି ଯାନବାହନ ରଖିବା ରାସ୍ତାକୁ ଅନୁରୂପ ଭାବେ ଜାମ୍‌ କରି ଟ୍ରାଫିକ୍‌ ସେବାକୁ ବିପର୍ଯ୍ୟସ୍ତ କରୁଛି। ଏଣୁ ସହରକୁ ସୌନ୍ଦର୍ଯ୍ୟକରଣ କରିବା ଓ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ ୨୦୨୦ ନଭେମ୍ବର ୧୮ରେ ନୟାଗଡ଼ର ତତ୍‌କାଳୀନ ଜିଲାପାଳ ପୋମା ଟୁଡୁ ଓ ତତ୍‌କାଳୀନ ଏସ୍‌ପି ପ୍ରତ୍ୟୁଷ ଦିବାକର ସହର ପରିକ୍ରମା କରି ସହରର ରୂପରେଖକୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ରାସ୍ତାକଡ଼ରେ ବାଇକ୍‌ର ରହଣି ପାଇ ପାର୍କିଂ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦେଇଥିଲେ। ସହରର ଟ୍ରାଫିକ୍‌ ଛକ ନିକଟସ୍ଥ ଓଡ଼ଗଁା ରାସ୍ତାର ଆରମ୍ଭରୁ ଓଡ଼ଗଁା ଛକର ଗୁରୁ କ୍ଲଥ ଷ୍ଟୋର ପର୍ଯ୍ୟନ୍ତ ଡ୍ରେନର ଉଭୟ ପାର୍ଶ୍ୱରେ ଜିଆଇ ବ୍ୟାରିକେଡ ନିର୍ମାଣ କରିବାକୁ କହିଥିଲେ। ଏଥିରେ ସଫଳତା ମିଳିଲେ ସହରର ଅନ୍ୟ ସ୍ଥାନରେ ଡ୍ରେନର ଉଭୟ ପାର୍ଶ୍ୱରେ ବ୍ୟାରିକେଡ ନିର୍ମାଣ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ କାମ ଆରମ୍ଭ ହୋଇଥିଲା। ବ୍ୟାରିକେଡ ନିର୍ମାଣ ହୋଇ ସାରିବା ପରେ ବ୍ୟବସାୟୀମାନେ ଡ୍ରେନକୁ ନିଜ କବ୍‌ଜାକୁ ନେଇଗଲେ। ଉଠା ଦୋକାନୀମାନେ ବାରିକେଟ ବାହାରେ ପିଚୁ ରାସ୍ତା ଉପରେ ଉଠା ଦୋକାନର ପସରା ମେଲାଇ ବ୍ୟବସାୟ କଲେ। ପ୍ରାୟ ୩ ବର୍ଷ ହେଲା ଏସବୁ ନୀତିଦିନିଆ କଥାରେ ପରିଣତ ହୋଇଗଲା। ନୟାଗଡ଼ ମ୍ୟୁନିସିପାଲିଟି ଓ ପୋଲିସ ପକ୍ଷରୁ ଉଠା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ। ତେବେ ରାସ୍ତା ଉପରେ ବାଇକ୍‌ ରଖିବା ନେଇ ପୋଲିସ କଡ଼ା ପଦକ୍ଷେପ ନେଇ ଫାଇନ ଆଦାୟ କରିଥିଲା। କିଛିଦିନ ପରେ ଏହା ପୁଣି ଶୀତଳଭଣ୍ଡାରରେ ରହିଯାଇଛି। ଏବେ ସହର ବିକାଶ ଦିଗରେ ଆଗେଇ ଚାଲିଥିବାରୁ ସହରର ସମସ୍ୟା କହିବାକୁ ଓ ଶୁଣିବାକୁ କାହା ପାଖରେ ସମୟ ନାହିଁ। ଏ ନେଇ କଂଗ୍ରେସ ନେତା ରଣଜିତ୍‌ ଦାଶ କହିଛନ୍ତି, ଅନ୍ତରିକତା ଅଭାବରୁ ନୟାଗଡ଼ ଜିଲା ସଦର ମହକୁମାର ରୂପରେଖ ବଦଳୁନି। ବିଧାୟକ, ଜିଲାପାଳ, ପୌର ପ୍ରଶାସନ ଓ ପୋଲିସ ମିଳିତ ଭାବେ ସମୀକ୍ଷା କରି ଏହାର ସମାଧାନର ବାଟ କାଢ଼ିବା ଦରକାର। ଦରକାର ପଡ଼ିଲେ ସହରବାସୀଙ୍କ ସହଯୋଗ ନେଲେ ମଧ୍ୟ ସହରବାସୀ ସ୍ବାଗତ କରିବେ। ହେଲେ ଏ ନେଇ ପଦକ୍ଷେପ ନାହିଁ। ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କହିଛନ୍ତି, ଜିଲାର ବିକାଶ ଜିଲାର ସଦର ମହକୁମାରୁ ଜଣାପଡ଼େ। ଏଣୁ ଜିଲା ସଦର ମହକୁମାକୁ କିପରି ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ସ୍ବତନ୍ତ୍ର ଭାବେ ସମୀକ୍ଷା କରି ପଦକ୍ଷେପ ନେବା ଉଚିତ। ସିପିଆଇ(ଏମ) ନେତା ବିଶ୍ୱନାଥ ମହାପାତ୍ର କହିଛନ୍ତି, ନୟାଗଡ଼ ସହରର ଟାଉନ ପ୍ଲାନିଂ ହେବା ଦରକାର। ବଜାରର ସୌନ୍ଦର୍ଯ୍ୟକରଣ ବାକି ରହିଛି। ଟ୍ରାଫିକ୍‌ ଠିକ୍‌ ହୋଇନାହିଁ। ଆମେ ଏକ ସର୍ବଦଳୀୟ ବୈଠକ କରି ପ୍ରଶାସନକୁ ଅବଗତ କରାଇବା। ହେଲେ ନିର୍ବାଚନ ବର୍ଷ ହୋଇଥିବାରୁ କିଛି କରି ହେବନି। ଯାହା କିଛି ୨୦୨୪ ନିର୍ବାଚନ ପରେ କରାଯିବାକୁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri