Posted inଜାତୀୟ

ସନାତନ ଧର୍ମର ବିଲୋପ ଜରୁରୀ: ଉଦୟନିଧି

ଚେନ୍ନାଇ/ନୂଆଦିଲ୍ଲୀ,୪ା୯ : ଭୋଟ ପାଖେଇ ଆସିଲେ ଭାଜପା ନେତାମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଛାଡ଼ି ଧର୍ମୀୟ କାର୍ଡ ଖେଳିବା ସହ ଧ୍ରୁବୀକରଣ ବଳରେ ନିର୍ବାଚନ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥାଏ। ଦେଶରେ ବଢ଼ିଚାଲିଥିବା ମୁଦ୍ରାସ୍ଫୀତି, ବେକାରି ସମସ୍ୟା ଓ ଲୋକଙ୍କ ସୁବିଧା ଅସୁବିଧାକୁ ଭୁଲି ସେମାନେ ହିନ୍ଦୁତ୍ୱ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଇଥାଆନ୍ତି। ଶାସକ ଦଳର ଉଗ୍ର ହିନ୍ଦୁତ୍ୱବାଦ ସମ୍ପର୍କିତ ହୋହଲ୍ଲା ଭିତରେ ଅନେକ ମତଦାତା ନିଜ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଭୁଲି ପ୍ରଭାବିତ ହୋଇଯାଆନ୍ତି। ଏଭଳି ସ୍ଥିତିରେ ୨୦୨୪ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ତଥା କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ନଷ୍ଟ କରିଦିଆଯିବା ଆବଶ୍ୟକ ବୋଲି କହିଛନ୍ତି। ଉଦୟନିଧିଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ଭାଜପାକୁ ସୁଯୋଗ ମିଳିଯାଇଛି।

ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୋଧୀ। ଏହି ଧର୍ମର ବିଲୋପ ହେବା ଆବଶ୍ୟକ ବୋଲି ଡିଏମ୍‌କେ ଯୁବ ଶାଖାର ସମ୍ପାଦକ ତଥା ତାମିଲନାଡୁ କ୍ରୀଡ଼ା ଓ ଯୁବକଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସମାଲୋଚନା କରିଛନ୍ତି। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ବିରୋଧ ନୁହେଁ, ବରଂ ନଷ୍ଟ କରିଦିଆଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ତାମିଲନାଡୁର ପ୍ରଗତିଶୀଳ ଲେଖକ ଓ କଳାକାର ସଂଘର ଏକ ବୈଠକକୁ ଉଦ୍‌ବୋଧନ ଦେବା ଅବସରରେ ଡିଏମ୍‌କେ ଯୁବ ନେତା ଏଭଳି ବିବୃତି ଦେଇଥିଲେ। ଉକ୍ତ ସଂଗଠନ ‘ସନାତନକୁ ବିରୋଧ’ ପରିବର୍ତ୍ତେ ‘ସନାତନର ବିଲୋପ’ ଶୀର୍ଷକ ଚୟନ କରିଥିବାରୁ ଉଦୟନିଧି ଏହାର ପ୍ରଶଂସା କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି କହିଥିଲେ, କେତେକ ବିଷୟକୁ ବିରୋଧ କରାଯାଇପାରିବ ନାହିଁ, ସେଗୁଡ଼ିକୁ କେବଳ ହଟାଇ ଦିଆଯିବା ଜରୁରୀ। ସନାତନମ୍‌ କେବଳ ଏକ ସଂସ୍କୃତ ନାମ। ଏହା ସମାନତା ଏବଂ ସାମାଜିକ ନ୍ୟାୟର ବିରୋଧୀ ବ୍ୟତୀତ ଅନ୍ୟ କିଛି ନୁହେଁ।

ସନାତନର ଅର୍ଥ ଏହା ଶାଶ୍ୱତ, ଯାହାକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। କେହି ଏହା ଉପରେ ପ୍ରଶ୍ନ କରିପାରିବେ ନାହିଁ। ସନାତନ ଜାତି ଆଧାରରେ ଲୋକଙ୍କୁ ଭାଗ ଭାଗ କରୁଥିବା ଉଦୟନିଧି କହିଥିଲେ। ସେ ଆହୁରି କହିଥିଲେ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି ସବୁ ସମ୍ପ୍ରଦାୟକୁ ଏକାଠି କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ସାମଥୁଭାପୁରମ୍‌ (ପଡୋଶୀଙ୍କ ମଧ୍ୟରେ ସମାନତା) ସ୍ଥାପନ କରିଥିଲେ। ସବୁ ଜାତିର ଲୋକ ମନ୍ଦିର ପୂଜକ ହୋଇପାରିବେ ବୋଲି ସେ ଆଇନ ଆଣିଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଅର୍ଚକ ତାଲିମ ସମ୍ପୂର୍ଣ୍ଣ କରିଥିବା ଲୋକଙ୍କୁ ମନ୍ଦିରରେ ପୂଜକ ନିଯୁକ୍ତ କରିଛନ୍ତି। ଏହା ଦ୍ରାବିଡୀୟ ଆଦର୍ଶ ବୋଲି ଉଦୟନିଧି କହିଛନ୍ତି।

ଡିଏମ୍‌କେ ଯୁବନେତା କହିଛନ୍ତି, ସନାତନ ଧର୍ମ ମହିଳାମାନଙ୍କୁ ଦାସୀ ସଜାଇଥିବାବେଳେ ସେମାନଙ୍କୁ ଘରୁ ବାହାରିବା ଲାଗି ଅନୁମତି ଦେଇ ନ ଥାଏ। ଏବେ ମହିଳାମାନେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିବା ସହ ଅନେକେ ଆର୍ଥତ୍କ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତି। ସନାତନ ଧର୍ମ ମହିଳାମାନଙ୍କୁ ସେମାନଙ୍କ ମୃତ ସ୍ବାମୀଙ୍କ ଚିତାକୁ ଠେଲିଦେଉଥିଲା (ପୂର୍ବର ସତୀଦାହ ପ୍ରଥା)। ବିଧବାମାନଙ୍କୁ ଲଣ୍ଡା ହେବା ସହ ଧଳା ଶାଢ଼ି ପିନ୍ଧିବାକୁ ବାଧ୍ୟ କରାଯାଉଥିଲା। ସନାତନ ଧର୍ମରେ ବାଲ୍ୟ ବିବାହ ରହିଥିଲା। ଦ୍ରାବିଡ ବିଚାରଧାରା ମହିଳାମାନଙ୍କୁ ବସ୍‌ରେ ମାଗଣା ଯାତ୍ରା କରିବାର ସୁଯୋଗ ଦେଇଛି। କଲେଜ ଛାତ୍ରୀମାନଙ୍କୁ ମାସିକ ୧,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି ବୋଲି ଉଦୟନିଧି ଶନିବାର କହିଥିଲେ।

ସନାତନ ଧର୍ମ ସମ୍ପର୍କରେ ଉଦୟନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ହିନ୍ଦୁତ୍ୱକୁ ଘୃଣା କରେ ଓ ଏହା ଆମ ଐତିହ୍ୟ ଉପରେ ଆକ୍ରମଣ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରବିବାର କହିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜସ୍ଥାନର ଡୁଙ୍ଗରପୁରରେ ଭାଜପାର ପରିବର୍ତ୍ତନ ଯାତ୍ରା ଶୁଭାରମ୍ଭ ଅବସରରେ ଉଦ୍‌ବୋଧନ ଦେଇ ଶାହା କହିଥିଲେ, ଉଦୟନିଧିଙ୍କ ମନ୍ତବ୍ୟ ଇଣ୍ଡିଆ ବ୍ଲକ୍‌ର ଭୋଟବ୍ୟାଙ୍କ ରାଜନୀତି ଏବଂ ତୁଷ୍ଟୀକରଣ କୌଶଳର ଅଂଶବିଶେଷ। ଉଦୟନିଧିଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ ଭାଜପା ନେତାମାନେ ଏହାକୁ ନରସଂହାର ପାଇଁ ଆହ୍ବାନ ବୋଲି କହିବା ସହ ତୀବ୍ର ସମାଲେଚନା କରିଛନ୍ତି। ‘ଇଣ୍ଡିଆ’ର ସଦସ୍ୟମାନେ ଡିଏମ୍‌କେ ନେତାଙ୍କ ମନ୍ତବ୍ୟରେ ସହମତ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ୨୦୧୦ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ମନେପକାଇ ଦେଇଛନ୍ତି ଅମିତ୍‌ ଶାହା। ସେତେବେଳେ ରାହୁଲ କହିଥିଲେ, ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନଠାରୁ କଠୋରପନ୍ଥୀ ହିନ୍ଦୁ ସଂଗଠନଗୁଡ଼ିକ ବଡ଼ ବିପଦ। ରାହୁଲ ହିନ୍ଦୁ ସଂଗଠନକୁ ଲଶ୍ମର-ଇ-ତୋଇବା ସହ ତୁଳନା କରିବା ସହ ଦେଶରେ ହିନ୍ଦୁ ଆତଙ୍କବାଦ ଚାଲିଥିବା କହିଥିଲେ। ରାଜସ୍ଥାନ ରାଲିରେ ଶାହା କହିଛନ୍ତି, ସନାତନ ଧର୍ମ ଲୋକଙ୍କ ହୃଦୟରେ ରାଜ କରୁଛି। ମୋଦି ଜିତିଲେ ସନାତନ ଶାସନ ଆସିବ। ସମ୍ବିଧାନ ଅନୁଯାୟୀ ଭାରତ ଚାଲିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ କଂଗ୍ରେସ ଅଟକାଇ ରଖିଥିଲା। ଆଗାମୀ ଜାନୁୟାରୀରେ ସେଠାରେ ଭବ୍ୟ ରାମମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଇଣ୍ଡିଆ ମେଣ୍ଟ ଏହାକୁ ଅଟକାଇପାରିବ ନାହିଁ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri