ଏଇ ଭାରତରେ

‘ଜୀବେ ଦୟା’ ଭାବରେ ବୟସ ବାଧକ ସାଜେନାହିଁ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର କନକ ସକ୍ସେନା। ଏବେ ସେ ୯୦ ବର୍ଷ ବୟସରେ ବି ସକ୍ରିୟ ଭାବେ ବୁଲା କୁକୁରଙ୍କ ସେବାରେ ସମୟ ଦେଉଛନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ନାତୁଣୀ ସାନା। କନକ ଏହି ୨୦୨୦ରେ ଆରମ୍ଭ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଗୋଟିଏ ବୁଲା କୁକୁରର ମୃତ୍ୟୁ ଦେଖି ସାନା ଦୁଃଖିତ ହେବାପରେ ତାଙ୍କ ଦାଦି ମା’ କନକ ପ୍ରାଣୀଙ୍କ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହି ସେବାରେ ପୂରା ସକ୍ସେନା ପରିବାର ଲାଗିପଡିଛନ୍ତି। ପ୍ରଥମେ ଗାଜିଆବାଦ ବୈଶାଳୀର ଏକ ରାସ୍ତାରେ ବୁଲୁଥିବା ୧୦-୨୦ କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଏବେ ଏହି ସଂଖ୍ୟା ୧୨୦ରେ ପହଞ୍ଚି ସାରିଲାଣି। କେବଳ ଏତିକି ନୁହଁ ଆହତ କୁକୁରଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖୁଛନ୍ତି। ଦାଦି ଭୋର୍‌ ୪.୩୦ରୁ ଉଠି କୁକୁରଙ୍କ ପାଇଁ ରୋଷେଇ କରନ୍ତି। ୧୦ କେଜି ଚାଉଳର ଭାତ ରାନ୍ଧନ୍ତି। ଏହା ସହ ଚିକେନ ମଧ୍ୟ କରୁଛନ୍ତି। ପ୍ରତିଟି କୁକୁର ପାଇଁ ମାସକୁ ୩୫୦ ଟଙ୍କା ଖର୍ଚ୍ଚ ହିସାବରେ ୧୨୦ଟି କୁକୁରଙ୍କ ପାଇଁ ୪୨,୦୦୦ ଟଙ୍କା ଦରକାର ହେଉଛି। ଏ ସମସ୍ତ ଖର୍ଚ୍ଚ ସକ୍ସେନା ପରିବାର ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri