ଜଳେଶ୍ୱର, ୩ା୯(ରବିନାରାୟଣ ପାତ୍ର)ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେ ବି ଲୋକଙ୍କ ମନରେ ବସାବାନ୍ଧି ରହିଛି ଅନ୍ଧବିଶ୍ୱାସ। ଜଣେ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିବା ସତ୍ତ୍ୱେ ପରିବାର ଲୋକେ ସତ୍କାର ନ କରି ବଞ୍ଚାଇବା ପାଇଁ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନ କରିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ଝାଡପିମ୍ପଳ ପଞ୍ଚାୟତର ତ୍ରିପାଣ ଦଣ୍ଡପାଟଙ୍କ ପୁଅ ଜୀବନ (୧୪) ଗୁରୁବାର ନିଜ ସାନ ଭାଇଙ୍କ ସହିତ ଗାଁରେ ଥିବା ଅନ୍ୟ ଜଣେ ସମ୍ପକୀୟଙ୍କ ଘରକୁ ରାକ୍ଷୀପୂର୍ଣ୍ଣମୀ ଉପଲକ୍ଷେ ଯାଇଥିଲେ। ଦୁଇଭାଇ ଘରକୁ ଫେରୁଥିବା ବେଳେ ଗାଁର କପିଳେନ୍ଦ୍ର ଗିରିଙ୍କ ଗାଡିଆ ନିକଟରେ ମାଛ ପହଁରୁଥିବା ଦେଖିଥିଲେ। ଜୀବନ ମାଛ ଧରିବାକୁ ଗାଡିଆ ଭିତରେ ପଶିଥିବା ବେଳେ ସାନଭାଇ ହୁଡାରେ ବସିଥିଲେ। ଜୀବନ ହଠାତ୍ ପାଣିରେ ବୁଡିଯାଇଥିଲେ। ସାନଭାଇ ଏହା ଦେଖି କପିଳେନ୍ଦ୍ର ଗିରିଙ୍କ ଘରକୁ ଦୌଡିଯାଇ ଏ କଥା କହିଥିଲେ। ତାଙ୍କ ଘରୁ ଦୁଇଜଣ ବ୍ୟକ୍ତି ଆସି ଗାଡିଆ ନିକଟରେ ଥିବା ବିଦ୍ୟୁତ୍ଖୁଣ୍ଟରୁ ଏକ ତାର ପୋଖରୀ ପାଣିକୁ ଲାଗିଥିବା ଦେଖି ବାଡିରେ ଖସାଇ ଦେଇଥିଲେ। ଗାଁ ଲୋକେ ରୁଣ୍ଡ ହୋଇ ପୋଖରୀରୁ ଜୀବନକୁ ଉଦ୍ଧାର କରି ବାଲିଆପାଳସ୍ଥିତ ଇଡକୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ବିଦ୍ୟୁତ୍ ବିଭାଗକୁ ଦାୟୀ କରି ପରିବାର ଲୋକେ କମର୍ଦ୍ଦା-ବାଲିଆପାଳ ରାସ୍ତାର କାଳିକାପୁରଠାରେ ରାସ୍ତାରୋକୋ କରିଥିଲେ। ସେଠାରେ ଜୀବନଙ୍କ ହାତ ଓ ଗୋଡ ଆଙ୍ଗୁଳି ସଂଚାଳନ ହେଉଥିବା ଅନୁଭବ କରି ପରିବାର ଲୋକେ ଗାଁ ଲୋକଙ୍କ ପ୍ରରୋଚନାରେ ଠାକୁରାଣୀଙ୍କଠାରେ ପୂଜାର୍ଚ୍ଚନା କରିଥିଲେ ଓ ପରେ ପୁଣି ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ଦ୍ୱିତୀୟ ଥର ପାଇଁ ମୃତ ଘୋଷଣା କରିବାରୁ ଜୀବନଙ୍କ ମୃତଦେହ ଧରି ଗାଁକୁ ଫେରିଥିଲେ। ଶୁକ୍ରବାର ଜୀବନଙ୍କ ଶବ ବ୍ୟବଚ୍ଛେଦ ଲାଗି ଜଳେଶ୍ୱର ଜିକେଭଟ୍ଟର ହସପିଟାଲକୁ ଅଣାଯାଇଥିଲ। ଶନିବାର ଶବ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଛି।
Posted inHome, Home Left, ଆମ ଜିଲା ଖବର, ବାଲେଶ୍ୱର View All
ଆଦାନୀ ଗ୍ରୁପ କଲା ବଡ଼ ଡିଲ୍, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!
ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...
ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…
ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...
ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…
ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...
ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...
IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…
କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...
Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!
ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...
ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ
ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...
ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର
ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...
Archives


