ଭୁବନେଶ୍ୱର, ୩।୯(ଅସମାପିକା ସାହୁ)ଡ୍ରପ୍ ଆଉଟ୍ ପିଲାଙ୍କୁ ନିଯୁକ୍ତିକ୍ଷମ କରାଯିବ। ଭୁନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ସେମାନଙ୍କୁ ବିଭିନ୍ନ ଟ୍ରେଡ୍ରେ ତାଲିମ ଦିଆଯିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ବିଭାଗୀୟ ସଚିବ ଅଶ୍ବଥୀ ଏସ୍. ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର ଶନିବାର ସିିଟିଟିସି କ୍ୟାମ୍ପସ ପରିଦର୍ଶନ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି, ସିଟିଟିସିରେ ବିଭିନ୍ନ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ତେଣୁ ଡ୍ରପ୍ ଆଉଟ୍ ପିଲାଙ୍କୁ ତାଲିମ୍ ପାଇଁ ଏହି ସେଣ୍ଟର ସହ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି। ଯେଉଁ ପିଲାମାନେ ମାଟ୍ରିକରେ ଫେଲ୍ ବା ଅଧାରୁ ପାଠ ଛାଡ଼ି ଦେଉଛନ୍ତି, ସେମାନଙ୍କୁ ସିଟିଟିସିରେ ତାଲିମ ଦେବା ଉପରେ ଆଲୋଚନା ହୋଇଛି। ୩ ମାସିଆ କିମ୍ବା ୬ ମାସିଆ ପାଠ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଏଠାରେ ତାଲିମ୍ ଦିଆଯାଇ ନିଯୁକ୍ତିକ୍ଷମ କରାଯିବ। ଏ ନେଇ ସିଟିଟିସିର ପ୍ରଶିକ୍ଷଣ ମୁଖ୍ୟ କେ.ଏମ୍. ରାଜନ୍ କହିଛନ୍ତି, ଦଶମ ଡ୍ରପ୍ ଆଉଟ୍ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଦିଆଯାଉଛି। ଡ୍ରପ୍ ଆଉଟ୍ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ଦକ୍ଷତା ବିକାଶ କରାଗଲେ ସେମାନେ ଆତ୍ମନିର୍ଭର ଓ ରୋଜଗାରକ୍ଷମ ହୋଇପାରିବେ।
ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…
ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...
ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…
କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...
ଟ୍ରମ୍ପଙ୍କୁ ଜୋରଦାର ଝଟ୍କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...
ପ୍ରଶଂସକଙ୍କ ପାଇଁ ଖୁସିଖବର: ଦକ୍ଷିଣ ଆଫ୍ରିକା ODI ସିରିଜ ପରେ ଟି-୨୦କୁ ଫେରିବେ ରୋହିତ!
ନୂଆଦିଲ୍ଲୀ,୫।୧୨: ରୋହିତ ଶର୍ମା ଭାରତୀୟ ଘରୋଇ କ୍ରିକେଟ ପ୍ରତି ଏତେ ପ୍ରତିବଦ୍ଧତା ଦେଖାଉଛନ୍ତି ଯେ ସେ କେବଳ ଲିଷ୍ଟ ଏ କ୍ରିକେଟ ନୁହେଁ ବରଂ ଟି-୨୦...
‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!
ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି...
ପ୍ରଶ୍ନପତ୍ର ଲିକ୍: ବାତିଲ ହେଲା ଏଏନ୍ଏମ୍ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ
ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍ଏମ୍ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...
ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ
ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...
ଓ୍ବାସିମ ଆକ୍ରମଙ୍କୁ ଟପିଲେ ଷ୍ଟାର୍କ
ବ୍ରିସବେନ,୫ା୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଆଶେସ ଟେଷ୍ଟ ଆରମ୍ଭ ହୋଇଯାଇଛି। ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ସବୁଠୁ ସଫଳ ବାମହାତୀ...
Archives


