ଯୁବକଙ୍କୁ ଲୁହା ପାଇପ୍‌ରେ ପିଟି ହତ୍ୟା

ପୁରୀ, (ଅଜିତ ମହାନ୍ତି)୩୧ା୮ପବିତ୍ର ରକ୍ଷାବନ୍ଧନ ପାଇଁ ବୁଧବାର ସବୁଠି ଆନନ୍ଦ ଉଲ୍ଲାସର ବାତାବରଣ ଥିବାବେଳେ ପୁରୀ ସହରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କୁମ୍ଭାରପଡ଼ା ଥାନା ଅଧୀନ ଜଟିଆ ବାବାଜୀ ଛକରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଲୁହାପାଇପ୍‌ରେ ପିଟି ପିଟି ମାରିଦିଆଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ପୁରୀ ନରେନ୍ଦ୍ରକୋଣ ଗୋପବନ୍ଧୁ ଲେନ୍‌ ଅଞ୍ଚଳର ଲଡୁ ନାୟକ। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡ ଘଟାଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗଙ୍ଗାଧର ନାୟକ ଓ ତାଙ୍କ ସାନପୁଅ ସୁନ୍ଦନ ନାୟକ। ଅନ୍ୟତମ ଅଭିଯୁକ୍ତ ତଥା ବଡ଼ ପୁଅ ସଚୀ ନାୟକ ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ପୁରୀ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ବୁଧବାର ଅପରାହ୍ନ ପ୍ରାୟ ୫ଟା ୩୦ରେ ଲଡୁ ଜଟିଆ ବାବାଜୀ ଛକସ୍ଥିତ ରଘୁ ସାହୁଙ୍କ ଜଳଖିଆ ଦୋକାନରେ ବସିଥିଲେ। ଏହି ସମୟରେ ଗଙ୍ଗା ଓ ତାଙ୍କର ଦୁଇପୁଅଙ୍କ ସମେତ ବାଟୁଆ ନାମକ ବ୍ୟକ୍ତି ଏକାଠି ଆସି ସେଠାରେ ପହଞ୍ଚିଥିଲେ। କୌଣସି କାରଣକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏଥିରେ କ୍ରୋଧାନ୍ବିତ ହୋଇ ସେମାନେ ଲଡୁଙ୍କୁ ଲୁହାପାଇପ୍‌ ଓ ସଣ୍ଡୁଆଶିରେ ଆକ୍ରମଣ କରିଥିଲେ। ଫଳରେ ଲଡୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲଡୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମାରଣାସ୍ତ୍ର ଜବତ କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଅଭିଯୁକ୍ତ ଗଙ୍ଗାଧର ଓ ସୁନ୍ଦନଙ୍କୁ ପୋଲିସ ଗିରଫ କରିଥିବାବେଳେ ଫେରାର ହୋଇଯାଇଥିବା ସଚୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇଛି। ଅନ୍ୟପକ୍ଷରେ ଲଡୁଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ବିବାହିତ ହୋଇଥିବା ବେଳେ ତାଙ୍କର ୯ ବର୍ଷର ଝିଅଟିଏ ଅଛି। ଲଡୁ କିଛି କାର୍ଯ୍ୟ କରୁ ନ ଥିଲେ। ଅଭିଯୁକ୍ତମାନେ ବୁଧବାର ସକାଳେ ତାଙ୍କ ଘର ନିକଟକୁ ଆସି ଲଡୁଙ୍କୁ ଡାକି ସାଙ୍ଗରେ ନେଇଥିଲେ। ଲଡୁ ନୂଆ ଘର ତୋଳିବା ସହ ଉନ୍ନତି କରିବା ନେଇ ଅଭିଯୁକ୍ତମାନେ ସହି ପାରୁ ନ ଥିଲେ। ତେଣୁ ସେମାନେ ମିଳିମିଶି ଯୋଜନାବଦ୍ଧ ଭାବେ ଲଡୁଙ୍କୁ ମାରିଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଫାଶୀ ଦେବାକୁ ତାଙ୍କ ପରିବାର ଲୋକେ ଦାବିକରିଛନ୍ତି। ମୃତ ଲଡୁଙ୍କ ନାମରେ ବିଭିନ୍ନ ଥାନାରେ ୧୨ଟି ସଙ୍ଗିନ ମାମଲା ରହିଥିବାବେଳେ ପୂର୍ବରୁ ସେ ୧୧୦ ସିଆର୍‌ସିସିରେ ଗିରଫ ହୋଇଥିଲେ। ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁର୍ବୃତ୍ତଙ୍କ ଏଭଳି ଉନ୍ମତ୍ତକାଣ୍ଡ ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଥିବାବେଳେ ପୋଲିସ୍‌ର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri