ଛାତ୍ରୀଛାତ୍ରମାନେ ‘୩ ଏସ୍‌’କୁ ହାସଲ କରନ୍ତୁ: ଧର୍ମେନ୍ଦ୍ର

କୋରାପୁଟ,୩୦।୮(ଅମିତାଭ ବେହେରା ):
କୋରାପୁଟ ଲାଣ୍ଡିଗୁଡା କ୍ୟାମ୍ପସ୍‌ରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରମାନେ ବିକାଶର ’୩ ଏସ୍‌’ ସ୍କିଲ, ସ୍କେଲ ଓ ସ୍ପିଡ୍‌କୁ ହାସଲ କରନ୍ତୁ। ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ସଫଳତା ହାସଲ ଦିଗରେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାର୍ଥୀମାନେ ଦକ୍ଷତା ହାସଲ କରିବା, ନୂତନ ସ୍ତରରେ ପହଞ୍ଚତ୍ବା ଏବଂ ବିଶ୍ୱ ସହିତ ଦ୍ରୁତ ଗତିରେ ଯିବା ଉଚିତ। ଏହା ହେଲେ ସେମାନେ ଭବିଷ୍ୟତରେ ସଫଳତା ହାସଲ କରିପାରିବେ ବୋଲି କହିଥିଲେ। ସେ ଆହୁରି କହିଥିଲେ, କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ବାଜରା, ପନିପରିବା ଏବଂ ବିଶେଷ କରି ଏଠାକାର କଫିର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏଠାରେ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରକୁ ନେବାକୁ ପଡିବ। କୁଇ ଏବଂ ଦେଶିଆ ଭାଷାରେ ଦୁଇଟି ବଣ୍ଣର୍ର୍ମାଳା ପ୍ରାଇମ୍‌ର ଆଣିଥିବାରୁ ସେ ସିୟୁଓ ଏବଂ ଏନ୍‌ସିଇଆରଟିର ପ୍ରୟାସକୁ ପ୍ରଶଂସା କରିଥିଲେ। କୋରାପୁଟ ହେଉଛି ଶହୀଦ ଲକ୍ଷ୍ମଣ ନାୟକଙ୍କ ଭୂମି। ପାପଡାହାଣ୍ଡିର ଶହୀଦ ଭୂମିରୁ ମାଟି ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଯୋଜନା ମୋ ମାଟି, ମୋ ଦେଶ ସହ ସାମିଲ ହେବାକୁ ଧର୍ମେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଆହ୍ବାନ ଦେଇଥିଲେ।
କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏଏମ୍‌ବି ଭାଗଲପୁର ଟିଏମ୍‌୍‌ବି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ବିଭାଷ ଚନ୍ଦ୍ର ଝା ଅଭିଭାଷଣ ପ୍ରଦାନ କରିଥିଲେ। ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍‌ସି ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ପ୍ରଶାନ୍ତ ମେଶ୍ରାମ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।
କୁଳପତି ପ୍ରଫେସର ତ୍ରିପାଠୀ ସଭାପତିତ୍ୱ ଅଭିଭାଷଣ ରଖି ୧୪ ବର୍ଷ ପୂର୍ତ୍ତି ଅବସରରେ ବିଶ୍ୱବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇ ଏହାର ସଫଳତା କାମନା କରିଥିଲେ। ଚଳିତ ବର୍ଷ ବିଶ୍ୱବିଦ୍ୟାଳୟରେ କୃଷି, ଜଙ୍ଗଲ ପରିଚାଳନା, ପ୍ରାଣୀ ପାଳନ ଓ ଦୁଗ୍ଧ ଚାଷ କ୍ଷେତ୍ରରେ ୩ଟି ନୂତନ ବିଜ୍ଞାନରେ ସ୍ନାତକ ଏବଂ ଲଜିଷ୍ଟିକ ଓ ଯୋଗାଣ ଶୃଙ୍ଖଳା ପରିଚାଳନାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିଥିବା ନେଇ ସେ ସୂଚନା ଦେଇଥିଲେ। ମାତୃଭାଷାରେ ଅଧ୍ୟୟନ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ନୁହେଁ, ଆଦିବାସୀ ସଂସ୍କୃତି, ନୂତନ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ସମଗ୍ର ସଂସ୍କୃତିର ପ୍ରତିଷ୍ଠା ଦିବସ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ହିନ୍ଦୀ ଓ ଜାପାନୀ ଭାଷାରେ ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଚଳନ କରିବ। ଏହା ଛାତ୍ରୀଛାତ୍ରଙ୍କ ଭାଷା ଦକ୍ଷତାକୁ ସୁଦୃଢ଼ କରିବ ବୋଲି କୁଳପତି ଆଶା ପ୍ରକଟ କରିଥିଲେ ।
ସେହିପରି ଭାଗଲପୁର ଟିଏମ୍‌ବି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଝା ‘ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସିୟୁଓର ଭୂମିକା’ ଶୀର୍ଷକ ପ୍ରତିଷ୍ଠା ଦିବସର ଅଭିଭାଷଣ ରଖିଥିଲେ । ସେ ଲୋକାଲ ଟୁ ଗ୍ଲୋବାଲ ଏବଂ ଭୋକାଲ ଫର ଲୋକାଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସମୟ ଅନୁଯାୟୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଜିଓ ସ୍ପେସାଲ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେଇଥିଲେ।
ଭାରପ୍ରାପ୍ତ କୁଳସଚିବ ତଥା ବିତ୍ତ ଅଧିକାରୀ ପ୍ରଫେସର ଏନ୍‌ସି ପଣ୍ଡା ସ୍ବାଗତ ଭାଷଣ ଦେଇ ବିଶ୍ବବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିିଥିଲେ। ଆସୋସିଏଟ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଆସୋସିଏଟ ପ୍ରଫେସର ଡ. ନିର୍ଝରିଣୀ ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ସିୟୁଓ ଏକାଡେମିକ ପରାମର୍ଶଦାତା ପ୍ରଫେସର ସୁଧେନ୍ଦୁ ମଣ୍ଡଳଙ୍କ ସମ୍ପାଦିତ ବିଶ୍ୱବିଦ୍ୟାଳୟର ‘ବିଜ୍ଞାନ ଓ ସଂସ୍କୃତି’ ପତ୍ରିକାର ଦୁଇଟି ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ସିୟୁଓର ବରିଷ୍ଠ ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଗବେଷକ ଓ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri