Odisha Elections 2024

ରୋଜଗାର ଦେଉଛି କାଇଞ୍ଚ, ଟେରାକୋଟା ରାଖୀ

କେନ୍ଦ୍ରାପଡ଼ା, ୨୯ା୮(ଜଗନ୍ନାଥ ଧଳ): ଆସନ୍ତା ୩୦ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍‌ମାସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ଜଜାଙ୍ଗସ୍ଥିତ ହସ୍ତକଳା କ୍ଲଷ୍ଟରରେ ମହିଳାମାନେ କାଇଞ୍ଚ ଓ ଟେରାକୋଟା ରାଖୀ ପ୍ରସ୍ତୁତ କରିଛନ୍ତି। ଆମାଜନ, ଇଣ୍ଡିଆ ମାର୍ଟ, ଫ୍ଲିପ୍‌କାର୍ଟ ଆଦି ଅନ୍‌ଲାଇନରେ ଚଳିତବର୍ଷ ଏହାର ବିକ୍ରି ବୃଦ୍ଧି ହୋଇଛି। ଅଦ୍ୟାବଧି ୫ ହଜାରରୁ ଅଧିକ ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା, କୁଏଟ୍‌ ପରି ଦେଶକୁ ୨୦୦ରୁ ଅଧିକ ରାଖୀ ଯାଇଛି। ଶସ୍ତା ସହିତ ଆଖିଦୃଶିଆ କାଇଞ୍ଚ ଓ ଟେରାକୋଟା ରାଖୀ ଗ୍ରାହକଙ୍କ ମନ ମୋହୁଥିବା ବେଳେ ମହିଳା କାରିଗରଙ୍କ ରୋଜଗାରର ବାଟ ଫିଟିଛି। ଆଗକୁ ଏହି ହସ୍ତକଳା ବ୍ୟାପକ ହେବ ବୋଲି ଜିଲାପାଳ ଅମୃତ ଋତୁରାଜ କହିଛନ୍ତି।
ଶିବପାର୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ରଶ୍ମିତା ବେହେରା କହିଛନ୍ତି, ଓର୍‌ମାସ ପକ୍ଷରୁ ଜିଲାର ୧୩୦ ସଦସ୍ୟ କାଇଞ୍ଚ ହସ୍ତଶିଳ୍ପ ପାଇଁ ତାଲିମ ନେଇଥିଲେ। ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ଏହି ହସ୍ତଶିଳ୍ପ ଚାହିଦା ବୃଦ୍ଧି ପରେ ଏହାକୁ ୨୦୧୮ରେ ଅନ୍‌ଲାଇନ ବିକ୍ରି ଆରମ୍ଭ କରାଯାଇଥିଲା। କରୋନା ସଂକ୍ରମଣ କାଳରେ ଏହି ରାଖୀ ବ୍ୟବସାୟ ସୁଦୂରପ୍ରସାରୀ ହୋଇଥିଲା। ଚଳିତବର୍ଷ ତେରଗଁାରେ ନିର୍ମିତ ଟେରାକୋଟା ରାଖୀ ସାମିଲ କରାଯାଇଛି। ରାଖୀ ପ୍ରସ୍ତୁତ ପରେ ଏହାର ଫଟୋ ଅନ୍‌ଲାଇନରେ ମୂଲ୍ୟ ସହ ପୋଷ୍ଟ କରାଯାଏ। ଚଳିତବର୍ଷ ରାଖୀର ଦାମ୍‌ ୨୦ରୁ ୫୦ଟଙ୍କା ମଧ୍ୟରେ ରହିଛି। ଶସ୍ତା ଓ ଆଖିଦୃଶିଆ ରାଖୀ ପାଇଁ ଏହାର ଚାହିଦା ବଢ଼ିଛି। ଅଦ୍ୟାବଧି ଅନ୍‌ଲାଇନରେ ପ୍ରାୟ ୫ ହଜାରରୁ ଅଧିକ ଅର୍ଡର ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଦର ବଢ଼ିଛି। ଜଜାଙ୍ଗ ଗ୍ରାମର ପ୍ରଭାତୀ ତ୍ରିପାଠୀ କହିଛନ୍ତ, ବର୍ଷାଦିନେ କାଇଞ୍ଚ ସଂଗ୍ରହ କରି ରଖାଯାଏ। ବର୍ଷକ ମଧ୍ୟରେ ଏହାର ବ୍ୟବହାର କରା ନ ଗଲେ ନଷ୍ଟ ହୋଇଯାଏ। ଜିଲାରେ ବହୁଳ ଭାବେ କାଇଞ୍ଚ ମିଳୁଥିବାରୁ ଉତ୍ପାଦିତ ସାମଗ୍ରୀ କମ୍‌ ଦାମରେ ଲୋକଙ୍କ ନିକଟରେ ପହଞ୍ଚାଇ ହେଉଛି। ସେହିପରି ତେରଗଁାର ମାଳତି ଦାସ କହିଛନ୍ତି, ମାଟିରେ ସୁନ୍ଦର ଭାବେ ମନୁମେଣ୍ଟ ନିର୍ମାଣ ପରେ ରଙ୍ଗ ଦେଇ ରାଖୀ ପ୍ରସ୍ତୁତ ହୋଇଛି। ଟେରାକୋଟା ଓ କାଇଞ୍ଚ ରାଖୀ ପରିବେଶ ସମ୍ବେଦନଶୀଳ। ପ୍ଲାଷ୍ଟିକ ଅଥବା ଧାତୁ ସହିତ ନିର୍ମିତ ରାଖୀକୁ ଏବେ ଲୋକେ ପସନ୍ଦ କରୁନାହାନ୍ତି। ଚଳିତ ବର୍ଷ ଏହି ରାଖୀ ପ୍ରାୟ ୩୦ ଗ୍ରାମରେ ପ୍ରସ୍ତୁତ ହୋଇଛି। ଏହାବ୍ୟତୀତ ଶିଳ୍ପ ପ୍ରଶିକ୍ଷଣ, ନମୁନା ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଖୀର ନୂତନତ୍ୱ ଆସିଛି। ସୋସିଆଲ ମିଡିଆକୁ ବ୍ୟବହାର କରାଯାଇ ଏହାର ବିକ୍ରିକୁ ବ୍ୟାପକ କରାଯାଇଛି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, କାଇଞ୍ଚ ଶିଳ୍ପ ପାଇଁ କେନ୍ଦ୍ରାପଡ଼ା ପ୍ରସିଦ୍ଧ। ଏହାକୁ ପ୍ରୋତ୍ସାହିତ ପାଇଁ ୨୦୨୦ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ଆହରଣ ଓ ଜୀବିକା ଉନ୍ନତି ପାଇଁ ଜ୍ଞାନ ସଚେତନତା (ସଂକଳ୍ପ) ଆରମ୍ଭ ହୋଇଛି। ଏଥିପାଇଁ ତାଲିମ ପ୍ରଦାନ କରାଯାଉଛି। ଏହି ସମୟରେ ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ୍‌ ଫିଡ୍‌ବ୍ୟାକ, ଗ୍ରାହକଙ୍କ ମତାମତ, ଆଧୁନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଦ୍ରବ୍ୟ ଓ ସେବା କର, ଦୈନନ୍ଦିନ ଆର୍ଥିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri