ଅଧାପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲ

ପୋଲସରା,୨୮ା୮(ସୁବ୍ରତ ବେହେରା): ଅଧପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲର କୋଠା। ପୁରୁଣା କୋଠାରେ ବ୍ଲାକ ବୋର୍ଡରେ ଚାଲିଛି ପାଠ ପଢ଼ା। ଆଉ ସ୍କୁଲ ଛୁଟି ପରେ ନିଶାସକ୍ତମାନେ ଆଡ୍ଡା ଜମାଉଛନ୍ତି। ଏଭଳି ଦୃଶ୍ୟ ଦଖିବାକୁ ମିଳିଛି ପୋଲସରା ବ୍ଲକ ଗୋଛାବାଡ଼ି ପଞ୍ଚାୟତରେ ଥିବା ଶ୍ରୀଶ୍ରୀ ଜଗନ୍ନାଥସ୍ବାମୀ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟକୁ ରାଜ୍ୟ ସରକାର ରୂପାନ୍ତରିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୬୦ ଜଣ ଛାତ୍ରୀଛାତୀ ରହିଥିବା ବେଳେ ଦଶମ ଶ୍ରେଣୀରେ ୬୩ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ମାତ୍ର ୮ ଜଣ ଶିକ୍ଷକ ଥିବା ପ୍ରଧାନ ଶିକ୍ଷକ ହରପ୍ରସାଦ ଗୌଡ କହିଛନ୍ତି। ପୁରୁଣା ସ୍କୁଲକୁ ୫-ଟି ସ୍କୁଲ ନାମରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଅର୍ଥ ପ୍ରଦାନ କଲେ। ହେଲେ ଆଜି ବି ସେହି ପୁରୁଣା କୋଠାରେ ନବମ ଶ୍ରେଣୀର ଛାତ୍ରୀଛାତ୍ରମାନେ ବ୍ଲାକବୋର୍ଡରେ ପାଠ ପଢୁଥିବା ଦେଖିବାକୁ ମିଳୁଛି। ନୂତନ କୋଠା ହୋଇଛି ସତ, ହେଲେ ଦ୍ୱିତୀୟ ମହଲାରେ ଝରକା, କବାଟ ନାହିଁ। ବର୍ତ୍ତମାନ ସୁଦ୍ଧା ଅଧପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲର ନୂତନ କୋଠା। ସ୍କୁଲର ଶିକ୍ଷକ ହେଉ ଅବା ଛାତ୍ରୀଛାତ୍ରମାନଙ୍କ ପାଇଁ ପାନୀୟ ଜଳ ଯୋଗାଣର କୌଣସି ୍ଯଯବସ୍ଥା ନାହିଁ। ଶୌଚାଳୟ ହୋଇଛି ହେଲେ ନାହିଁ ପାଣି ଟାଙ୍କିର ସୁବିଧା, ନାହିଁ କବାଟ। ପାଣିର ସୁବିଧା ନଥିବାରୁ ନୂତନ ଶୌଚାଳୟ କାର୍ଯ୍ୟକାରୀ ହେଉନାହିଁ। ଉକ୍ତ ଶୌଚାଳୟରେ ମଦ ବୋତଲ ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଚେରି ନଥିବାରୁ ସ୍କୁଲ ଛୁଟି ପରେ ନିଶାସକ୍ତଙ୍କ ଆଡା ଜମୁଛି। ସ୍କୁଲରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୧ ଲକ୍ଷ ୯୪ ହଜାର ୨୩୮ ଟଙ୍କା ଉଠାଣ ହୋଇଥିଲେ ମଧ୍ୟ ନାହିଁ କାର୍ଯ୍ୟ ହୋଇନଥିବା ଦେଖିବାକୁ ମିଳିଛି। ସ୍କୁଲ ପରିସରରେ ପାଇଖାନା ନଥିବା ବେଳେ ଅସ୍ଥାୟୀ ପାଇଖାନା ବ୍ୟବହାର କରୁଥିବା କହିଛନ୍ତି ଛାତ୍ରୀଛାତ୍ର। ହେଲେ ଉକ୍ତ ଦୁଇଟି ପ୍ରକଳ୍ପର ଟଙ୍କା ନୂତନ ୫-ଟି କୋଠାରେ ଲାଗିଥିବା ସ୍କୁଲର ପ୍ରଧାନ ଶିକ୍ଷକ ହରପ୍ରସାଦ ଗୌଡ଼ କହିଛନ୍ତି। ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri