ନୀଳଗିରିରେ ମିଲେଟ୍‌ ମିଶନ ଫେଲ୍‌

ନୀଳଗିରି,୨୮।୮(ପ୍ରଶାନ୍ତ ବିଶ୍ୱାଳ): ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥତ୍କ ଅବସ୍ଥାରେ ଉନ୍ନତି ଆଣିବା ଓ ଲୋକଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ସରକାର ମିଲେଟ ମିଶନ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏହି ମିଶନ ଫେଲ୍‌ ମାରିିଛି। ମାଣ୍ଡିଆ, ଯଅ ଓ ବାଜରା ଚାଷ ଆଶାନୁରୂପ ହୋଇ ପାରିନି।
ସୂଚନା ଅନୁଯାୟୀ, ନୀଳଗିରି ବ୍ଲକରେ ମିଲେଟ ଚାଷ ପାଇଁ କୃଷି ବିଭାଗ ତରଫରୁ ବେସରକାରୀ ସଂସ୍ଥା ଏଫ୍‌ଏ (ଫେସିଲେଟିଙ୍ଗ ଏଜେନ୍ସି) ସମ୍ବନ୍ଧ ମାଧ୍ୟମରେ ଏହାର ସହକାରୀ ସଂସ୍ଥା ସୁବର୍ଣ୍ଣରେଖା (ସିବିଓ)କୁ ଦାୟିତ୍ୱ ଦିଆଯାଇଛି। ନୀଳଗିରି ବ୍ଲକରେ ଏହି ସଂସ୍ଥା ଗତ ୨ମାସ ତଳେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ନୀଳଗିରି କୃଷି ବିଭାଗ କାର୍ଯ୍ୟାଳୟରୁ ବିହନ ସଂଗ୍ରହ କରି ତରବରିଆ ଭାବରେ ହିତାଧିକାରୀ ଚୟନ କରି ବାଣ୍ଟିଥିଲେ। ନୀଳଗିରି ବ୍ଲକରେ ୨୦୦ ହେକ୍ଟର ଜମିରେ ସଘନ ପ୍ରଣାଳୀରେ ଚାଷ କରିବା ପାଇଁ ଆସିଥିଲା। ପ୍ରଥମେ ନୀଳଗିରି ବ୍ଲକର ୧୧ ପଞ୍ଚାୟତକୁ ଉକ୍ତ ସଂସ୍ଥା ଚୟନ କରିଥିଲା। କିନ୍ତୁ ପରିତାପର ବିଷୟ ମିଲେଟ ମିଶନ ଯୋଜନାରେ ଯେଉଁ ସବୁ ହିତାଧିକାରୀମାନଙ୍କୁ ଚୟନ କରାଯାଇ ସେମାନଙ୍କର ଜମିରେ ଏବେ ଚାଷ କରିବା ପାଇଁ ବିହନ ବଣ୍ଟନ କରାଯାଇଥିଲା ସେ ସବୁ ଜମିରେ ପ୍ରକୃତ ପକ୍ଷେ ଚାଷ କରା ନ ଯାଇ ଧାନ ଚାଷ କରାଯାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ୨୦୦ ହେକ୍ଟର ପାଇଁ ନାମ ପଞ୍ଜୀକରଣ କରାଯାଇଥିବା ବେଳେ ୧୧ ପଞ୍ଚାୟତର କିଛି କିଛି ପ୍ଲଟରେ ୧୫ଡିସିମିଲ, ୨୫ଡିସିମିଲି ହିସାବରେ ଚାଷ ହୋଇଥିବା ବେଳେ ଅନ୍ୟ ଚାଷ ଜମିରେ ବିହନ ପଚି ଯାଇଥିବା ସଂସ୍ଥା ସଫେଇ ଦେଇଛି।
ଏ ସମ୍ପର୍କରେ ନୀଳଗିରି ବ୍ଲକ କୃଷି ଅଧିକାରିଣୀ ମିତାଲି ନାୟକଙ୍କୁ ପଚାରିବାରୁ ୨୦୦ ହେକ୍ଟର ମାଣ୍ଡିଆ, ଯଅ, ବାଜରା ଚାଷ ପାଇଁ ବିହନ ଦିଆଯାଇଛିି। କିନ୍ତୁ ଏନ୍‌ଜିଓ ସଂସ୍ଥା ଠିକ୍‌ ତଥ୍ୟ ଦେଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହା ଫଳରେ କୃଷି ବିଭାଗ ପାଖରେ ଚାଷୀଙ୍କ ନାମ ନ ଥିବା ବେଳେ କେତେ ଜମିରେ ଚାଷ ହୋଇଛି ସଠିକ୍‌ ତଥ୍ୟ ନ ଥିବା ସୂଚନା ଦେଇଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଫେଲ୍‌ କରିବାରେ ଯେଉଁମାନଙ୍କର ହାତ ରହିଛି ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଦାବି ହେଉଛି। ଉଲ୍ଲେଖଯୋଗ୍ୟ, ମିଲେଟ ଚାଷ ନିମନ୍ତେ ଆଗରୁ ଦିଆଯାଉଥିବା ପ୍ରୋତ୍ସାହନ ସମୟ ସୀମା ୩ବର୍ଷ ବଦଳରେ ୫ବର୍ଷକୁ ବୃଦ୍ଧି କରାଯାଇଛି। ଏହି ୫ ବର୍ଷିଆ ଯୋଜନାରେ ହେକ୍ଟର ପିଛା ୧୦ହଜାର ବଦଳରେ ୨୬ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri