Odisha Elections 2024

ହ୍ରାସପାଉଛି ପ୍ରାଣୀଧନ ସଂଖ୍ୟା

କେନ୍ଦ୍ରାପଡ଼ା,୨୭ା୮(ଜଗନ୍ନାଥ ଧଳ)ପ୍ରାଣୀଧନ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ କୃଷି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ସହ ଅର୍ଥ ବ୍ୟୟ କରାଯାଉଛି। ମାତ୍ର କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ।ଗୋଚର ଜମି ଜବରଦଖଲକାରୀଙ୍କ ନିକଟକୁ ଚାଲି ଯାଉଥିବା ବେଳେ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ଚିକିତ୍ସାରେ ଅବହେଳା କରୁଛନ୍ତି, ଯାହା ଜିଲାର ଅର୍ଥନୀତି ଓ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀ ଓ ଚାଷୀ ମତ ଦେଇଛନ୍ତି।
ମସିହାର ଗୃହପାଳିତ ପଶୁପକ୍ଷୀଙ୍କ ତଥ୍ୟ ଅନୁଯାୟୀ ଜିଲାରେ ୯,୨୪,୩୯୬ ଗୋମହିଷାଦି, ୧,୨୪,୫୯୦ ଛେଳି, ୩୮,୮୮୬ ମେଣ୍ଢା ଓ ୧,୩୮,୫୦୦ କୁକୁଡା ବତକ ଥିବାବେଳେ ୨୦୧୨ରେ ୩,୬୫,୮୯୦ ଗୋମହିଷାଦି, ୧,୦୭,୮୨୯ ଛେଳି, ୧୪,୮୮୫ ମେଣ୍ଢା ଓ ୧,୩୦,୮୨୯ କୁକୁଡା ବତକ ଥିଲେ। ସଦ୍ୟ ତଥ୍ୟ ଅନୁଯାୟୀ ୧୨ ପ୍ରତିଶତରୁ ଅଧିକ ପଶୁଧନ ହ୍ରାସ ପାଇଛନ୍ତି। ଜିଲାର ୩,୨୧,୯୩୪ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ରହୁଥିବା ୩,୦୫,୮୬୮ ପରିବାର ପାଇଁ ଗୃହପାଳିତ ପ୍ରାଣୀ ରୋଜଗାରର ମୁଖ୍ୟ ବିକଳ୍ପ ହୋଇଛି। ଉପରୋକ୍ତ ପରିବାର ପଶୁଧନ ଦ୍ୱାରା ନିଜର ଆର୍ଥିକ ଆବଶ୍ୟକତା କିଛିମାତ୍ରାରେ ପୂରଣ କରିଥାନ୍ତି। ସେହିପରି ପ୍ରାଣୀଧନର ମଳମୂତ୍ର ବ୍ୟବହାର କରି ଚାଷୀ କ୍ଷେତକୁ ଉର୍ବର କରିବା ସହିତ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି। ଫଳରେ ପରିବେଶର ସନ୍ତୁଳନ ରକ୍ଷା ପାଇଥାଏ। ୧୯୯୯ ମହାବାତ୍ୟା ପ୍ରାଣୀଧନ ଉପରେ ବିପତ୍ତି ଭାବେ ଉଭା ହୋଇଥିଲା। ଏହା ପରଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରାଣୀଧନ ହ୍ରାସ ପ୍ରତି ବିଭାଗୀୟ ଅଧିକାରୀ ଅଧିକ ନଜର ଦେଉନାହାନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କୁହନ୍ତି, କେନ୍ଦ୍ରାପଡ଼ାର କୁଜି ମେଣ୍ଢାକୁ ସ୍ବତନ୍ତ୍ର ମାନ୍ୟତା ୨୦୧୬ରେ ମିଳିଛି। ଏହି ମେଣ୍ଢାର ପ୍ରଜନନ କ୍ଷମତା ଅଧିକ ା ଏହାକୁ ପାଳନ ଦ୍ୱାରା ଚାଷୀକୁ ଅଳ୍ପ ଅବଧି ମଧ୍ୟରେ ଅଧିକ ଲାଭ ମିଳିଥାଏ। ତେବେ ଏହି ଧରଣର ମେଣ୍ଢା ପାଇଁ କୌଣସି ପ୍ରୋତ୍ସାହନ ନାହିଁ ା ସେହିପରି କୁକୁଡ଼ା, ବତକ ଚାଷ ପାଇଁ ଜିଲାରେ ଉପଯୁକ୍ତ ପରିବେଶ ଅଛି ା ମାତ୍ର ତାଲିମ, ପ୍ରୋତ୍ସାହନ, ସଚେତନତା ଆଦି ନାହିଁ ା କୃଷିଭିତ୍ତିକ ଏହି ଜିଲାରେ ଗୋ ମହିଷାଦିଙ୍କ ଗୁରୁତ୍ୱ ଅଧିକ ା ଫସଲଠାରୁ ଦୁଗ୍ଧଜାତ ପଦାର୍ଥ ଉପତ୍ାଦନ କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ ା ଦୁଗ୍ଧଜାତ ପଦାର୍ଥ ବାହାର ଜିଲାରୁ ଏଠାକୁ ଆସୁଥିବା ବେଳେ ଏମାନଙ୍କ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି ା ଏସବୁ ବିଭିନ୍ନ ବ୍ୟତିକ୍ରମ ଫଳରେ ପଶୁଧନ ହ୍ରାସ ହେଉଥିବା ସେ ମତ ରଖିଛନ୍ତି ା ଡେରାବିଶର ମନୋଜ ନାୟକ କହିଛନ୍ତି, ଓଡ଼ିଆ ସଂସ୍କୃତି ଗୃହପାଳିତ ପଶୁପକ୍ଷୀକୁ ଆର୍ଥିକ ବିକାଶ ସହିତ ପରିବେଶ ସୁରକ୍ଷା ସହ ଯୋଡା ଯାଉଥିଲା ା କେନ୍ଦ୍ରାପଡ଼ା ପରି ପ୍ରାକୃତିକ ବିପର୍ଯ୍ୟୟଭରା ଏହି ଜିଲାରେ ଏହାର ଗୁରୁତ୍ୱ ମଧ୍ୟ ଅଧିକ ା ପ୍ରାଣୀଧନ ଏବେ ପରିବାରର ଭରଣପୋଷଣ ଓ ଚାଲିଚଳଣ ପାଇଁ ଉପଯୋଗୀ ହୋଇ ରହିନାହିଁ ା ପ୍ରାୟ ୧ ହଜାର ହେକ୍ଟର ଗୋଚର ଭୂଇଁ ଜବରଦଖଲକାରୀ ମାଡି ବସିଛନ୍ତି ା ଏନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଉଦ୍ଧାର ହେଉ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି ା ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କୁହନ୍ତି, ଜିଲାର ପ୍ରତି ବ୍ଲକ ହେଡକ୍ୱାର୍ଟର ସମେତ ମୋଟ ୧୪ଟି ପ୍ରାଣୀ ଚିକିତ୍ସାଳୟ ଅଛି ା ସେହିପରି ବିଭିନ୍ନ ପଞ୍ଚାୟତରେ ୯୬ଟି ଏଲଆଇ ସେଣ୍ଟର ଅଛି ା ତେବେ ଏଗୁଡିକ ନିୟମିତ ଖୋଲୁ ନ ଥିବା ସେ ଅଭିଯୋଗ କରିଛନ୍ତି ା ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦୀପ୍ତିି ମହାପାତ୍ର କହିଛନ୍ତି, ପ୍ରାଣୀଧନ ବିକାଶ ପାଇଁ ବିଭାଗ କାର୍ଯ୍ୟ କରୁଛି ା ଜିଲାରେ ବିଭିନ୍ନ ସରକାରୀ ଯୋଜନାକୁ ପ୍ରୋତ୍ସାହନ କାର୍ଯ୍ୟକାରୀ ଯୋଗୁ ପ୍ରାଣୀଧନ ହ୍ରାସ ସଂଖ୍ୟା ପୂର୍ବ ହାରରୁ କମିଥିବା ଡା.ମହାପାତ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri