କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ବିଶେଷଜ୍ଞ ପଦବୀ ଖାଲି

ଭୁବନେଶ୍ୱର,୨୭।୮(ଅଭିଜିତ ଦାସ)ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଇତି ମଧ୍ୟରେ ମେଡିକାଲ କଲେଜ ଖୋଲାଯିବା ସହ ହସ୍ପିଟାଲର ରୂପରେଖ ବଦଳୁଛି। ହେଲେ ବହୁ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀ ସେବା ପ୍ରଭାବିତ ହେଉଛି। ସେହିଭଳି ଦୁଇବର୍ଷ ହେବ ଏଠାରେ କୌଣସି ଖାଦ୍ୟ ବିଶେଷଜ୍ଞ ନାହାନ୍ତି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ଅତି କମ୍‌ରେ ୩ଜଣ ଖାଦ୍ୟ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଥିଲେ ମଧ୍ୟ କେହି ନ ଥିବାରୁ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ କ’ଣ ତାହା ସ୍ପଷ୍ଟ ହେଉନି। ଅନ୍ୟପକ୍ଷରେ ଗତ ଦୁଇବର୍ଷ ହେବ କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ଏନ୍‌ଆଇପିଏସ୍‌ ସଂସ୍ଥାର ଅବଧି ଆସନ୍ତା ମାସରେ ଶେଷ ହେଉଛି।
ନିକଟରେ ରାଜ୍ୟ ସରକାର ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀଙ୍କୁ ଦୈନିକ ଦିଆଯାଉଥିବା ଖାଦ୍ୟର ଦର ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କ ଖାଦ୍ୟର ମାନ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉନାହିଁ। କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ବିଶେଷଜ୍ଞ ପଦ ଖାଲି ପଡିଥିବାବେଳେ ନୂଆ ନିଯୁକ୍ତିରେ ଅହେତୁକ ବିଳମ୍ବ ହୋଇଛି। ଏପର୍ଯ୍ୟନ୍ତ ୮ରୁ ଅଧିକ ଲୋକ ଉକ୍ତ ପଦବୀ ପାଇଁ ଆବେଦନ କରିଥିବାବେଳେ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଦରଖାସ୍ତ ବିଭାଗକୁ ପଠାଇଥିବା ଜଣାପଡ଼ିଛି। ହେଲେ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆର୍‌ ପରିଣତ ହେବା ପରେ ଦୈନିକ ରୋଗୀ ସଂଖ୍ୟା ୫ ହଜାର ଛୁଇଁଲାଣି। ଏହାସହିତ ଭେଷଜରୁ ଆରମ୍ଭ କରି ଅସ୍ଥିଶଲ୍ୟ ବିଭାଗ ଏବଂ ହୃଦ ବିଭାଗରୁ ନେଇ କର୍କଟ ଆଦି ୧୮ଟି ବିଭାଗରେ ପ୍ରାୟ ୬୦୦ରୁ ଅଧିକ ଶଯ୍ୟା ରହିଛି। ଏହାବାଦ ବି ଅନେକ ରୋଗୀଙ୍କୁ ଅତିରିକ୍ତ ଶଯ୍ୟା ଯୋଗାଇ ଦିଆଯାଉଛି। ଏହି ସବୁ ରୋଗୀ ଦୈନିକ ସକାଳ, ମଧ୍ୟାହ୍ନ ଓ ରାତ୍ରିଭୋଜନ ଗ୍ରହଣ କରୁଛନ୍ତି, ମାତ୍ର ତାହାର ମାନ ଯାଞ୍ଚ କରିବାକୁ ଅଧିକାରୀ ନାହାନ୍ତି। ବିନା ବିଶେଷଜ୍ଞଙ୍କ ଯାଞ୍ଚରେ ୬୦୦ରୁ ଅଧିକ ରୋଗୀଙ୍କୁ ଖାଦ୍ୟ ଦିଆଯାଉଛି। ପୂର୍ବରୁ ଏଠାରେ ଜଣେ ବିଶେଷଜ୍ଞ ଥିବାବେଳେ ଖାଦ୍ୟ ପ୍ରସ୍ତୁତି ପରେ ଖାଦ୍ୟର ମାନ ଯାଞ୍ଚ କରୁଥିଲେ। ଏହାଛଡା ଖାଦ୍ୟ କର୍ମଚାରୀଙ୍କ ସ୍ବଚ୍ଛତା ସହିତ ମାସିକ ବିଲ, ଖାଦ୍ୟ ପ୍ରସ୍ତୁତିର ଡକ୍ୟୁମେଣ୍ଟ ଓ ଡିସଚାର୍ଜ ସମୟରେ ରୋଗୀ ଆଗକୁ କ’ଣ ଖାଇବେ ପରାମର୍ଶ ଦେଇଥାନ୍ତି। ଦୀର୍ଘଦିନ ହେଲା ଏହି କାର୍ଯ୍ୟ ବନ୍ଦ ରହିଛି। ବର୍ତ୍ତମାନ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱରେ ଥିବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେସନାଲ ଷ୍ଟଡିଜ୍‌ର ପ୍ରାୟ ୧୫ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି ସଂସ୍ଥାର ଅବଧି ଆସନ୍ତା ମାସରେ ଶେଷ ହେଉଥିବାରୁ ନୂଆ ସଂସ୍ଥା ନିୟୋଜନ ପାଇଁ ନିକଟରେ ଏକ ବୈଠକ ହୋଇଥିଲା। ଏଥିରେ ଟେଣ୍ଡର ପ୍ରକ୍ରିୟା ପାଇଁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକସ୍ଥଳେ ଉକ୍ତ ସଂସ୍ଥାର ଅବଧି ଏକ ମାସ ବୃଦ୍ଧି କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ଟର ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବାବଦରେ ସରକାରଙ୍କୁ ଚିଠି ଲେଖି ଅବଗତ କରିଛୁ। ଖୁବ୍‌ଶୀଘ୍ର ଏକ୍ଷେତ୍ରରେ ନିଯୁକ୍ତି ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri