Odisha Elections 2024

ସଞ୍ଜ ନଇଁଲେ ଖୋଲୁଛି ନିଶା ପସରା

ଖଇରା,୨୧ା୮(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବିଭିନ୍ନ ଗଁାରେ ଅବାଧ ନିଶା କାରବାର ଚାଲିଥିବା ଅଭିଯୋଗ ହେଉଛି। ସଞ୍ଜ ନଇଁଲେ ଖୋଲୁଛି ନିଶା ପସରା। ପାନ, ତେଜରାତି ଦୋକାନରେ ଦେଶୀ ବିଦେଶୀ ମଦ ସାଙ୍ଗକୁ ଅନ୍ୟାନ୍ୟ ନିଶା ସାମଗ୍ରୀ ସହଜରେ ଉପଲବ୍ଧ ହେଉଛି। ଅନେକ ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର କବଳିତ ହେଉଛନ୍ତି। ସନ୍ଧ୍ୟା ଘଣ୍ଟ ବାଜିଲେ ଝିଅ ବୋହୂ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଦୋକାନ ସଂଖ୍ୟା ବଢ଼ିବା ଅନୁପାତରେ ଘରୋଇ ହିଂସା ମଧ୍ୟ ବଢ଼ି ଚାଲିଛି। ନିକଟରେ ଖଇରାରେ ଏକ ଅବକାରୀ ବିଭାଗ କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ କର୍ମଚାରୀମାନେ କାର୍ଯ୍ୟାଳୟ ଭିତରୁ ତାଲା ଦେଇ ଫ୍ୟାନ ପବନ ତଳେ ନିଘୋଡ଼ ନିଦରେ ଶୋଇବା ବେଆଇନ ମଦ ବିକ୍ରେତାମାନଙ୍କ କାରବାରକୁ ଅଧିକ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି। ୨ କର୍ମଚାରୀ ଏଭଳି ଶୋଇ ରହିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ତୁରନ୍ତ ଏଭଳି ବେଆଇନ ମଦ କାରବାରକୁ ବନ୍ଦ କରା ନ ଗଲେ ଅତିଷ୍ଠ ଖଇରାବାସୀ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ପୂର୍ବରୁ ଖଇରା କାର୍ଯ୍ୟାଳୟ ସୋରରେ ଚାଲୁଥିବା ବେଳେ ସୋରରୁ ଏକ ଟିମ୍‌ ପ୍ରାୟ ପ୍ରତ୍ୟେକ ଦିନ ଆସି ଧରପଗଡ଼ କରିବା ସହ ବ୍ୟାପକ ପରିମାଣର ମଦ ଜବତ କରୁଥିଲେ। ୨ବର୍ଷ ତଳେ ଖଇରା ଅର୍ଜୁନପୁରଠାରେ ଭଡ଼ାଘରେ କାର୍ଯ୍ୟାଳୟ ଆରମ୍ଭ ହେବା ପରେ ଖଇରାବାସୀ ଆଶ୍ୱସ୍ତି ଲାଭ କରିଥିଲେ ଯେ, ଗଁା ଗହଳିରେ କଁାଭଁା ଚାଲୁଥିବା ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ। ହେଲେ ଖଇରା ଅଞ୍ଚଳର ଲୋକଙ୍କ ସେଭଳି ଖୁସି ଏବେ ଲୁହରେ ପ୍ରତିଫଳିତ ହେଉଛି। ଛୋଟ ଛୋଟ ପିଲା ନିଶାସକ୍ତ ହୋଇ ଘରକୁ ଫେରିବା ମା’ବାପାଙ୍କ ଆଖିରୁ ନିଦ ହଜାଇ ଦେଇଛି। ୨ବର୍ଷ ମଧ୍ୟରେ ୩୭ ପଞ୍ଚାୟତର ଗଁାଗହଳିର ଚିତ୍ର ଅନୁଧ୍ୟାନ କଲେ ଏବେ ଛୋଟ ବଡ଼ ୧ହଜାରରୁ ଅଧିକ ଦୋକାନ ଚାଲୁଛି। ବିଭାଗୀୟ କର୍ମଚାରୀ କଁାଭଁା ମଝିରେ ଝଲକ ଦେଖାଇବାକୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ଧରି ଜେଲରେ ପୁରାଉଛନ୍ତି। ନିକଟରେ ଗଗନଧୂଳୀ ପଞ୍ଚାୟତର ମଛଦା ଗ୍ରାମରେ ଏଭଳି ଏକ ଘଟଣାକୁ ନେଇ ଏବେ ବି ଅସନ୍ତୋଷ କୁହୁଳୁଛି ା  କିଛି ବିହାରୀ ବିକ୍ରେତା ଓଡ଼ିଆ କର୍ମଚାରୀଙ୍କୁ ହାତବାରିସି କରି ଏହିଭଳି କାରବାରର କାୟା ବିସ୍ତାର କରୁଛନ୍ତି ା କୁରୁଣ୍ଟା,ସାରଡାଙ୍ଗ, ଅଲିପୁର, ହନ୍ନବାବୀ,ପତିରାଜପୁର ଭଳି ଶାନ୍ତିପ୍ରିୟ ଅଞ୍ଚଳଗୁଡ଼ିକରେ ଏବେ ପ୍ରତ୍ୟେହ ହିଂସା ଲାଗି ରହୁଥିବା ବେଳେ ଏଥିପାଇଁ ନିଶା ମୁଖ୍ୟ କାରଣ ବୋଲି କୁହାଯାଉଛି। ଏବେ ଖଇରାର କିଛି ଯୁବ ଗୋଷ୍ଠୀ ଚରସ,ହେରୋଇନ ବ୍ୟବସାୟ ଆରମ୍ଭ କରିଥିବା ବେଳେ ବିଳମ୍ବିତ ରାତିରେ ଗଁାଗଁାରେ ପଶି କଲେଜ ପଢୁଆ ପିଲାମାନଙ୍କୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଆରମ୍ଭ କରୁଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓ ସମ୍ପର୍କରେ ଅବକାରୀ ଏସ୍‌ପି ସୁଶାନ୍ତ ପାଢ଼ୀଙ୍କୁ ଯୋଗାଯୋଗ କରିବାରେ ସେ ଏହାର ଯାଞ୍ଚ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri