ନିଶା କାରବାରରେ ଟିଟୋ ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୦।୮ (ସୂର୍ଯ୍ୟକାନ୍ତ ବେହେରା)କମିଶନରେଟ ପୋଲିସର ସ୍ବତନ୍ତ୍ର କ୍ରାଇମ ୟୁନିଟ୍‌ ପାଣ୍ଡରାରେ ଚଢ଼ାଉ କରି ନିଶା ରାକେଟର ପର୍ଦ୍ଦାଫାଶ କରିଛି। ଏହାସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୩୫୦ ଗ୍ରାମ ବ୍ରାଉନସୁଗାର, ଗୋଟିଏ ଦେଶୀ ପିସ୍ତଲ, ତିନି ରାଉଣ୍ଡ ଗୁଳି, ୫ଟି ମୋବାଇଲ, ନଗଦ ୪ ହଜାର ୪୦୦ ଟଙ୍କା ଆଦି ଜବତ କରିଛି। ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡା ରାଜନଗରର ଅଶ୍ରୁମୋଚନ ରାଉତ, ଖୋର୍ଦ୍ଧା ଅଞ୍ଚଳର ମୀନକେତନ ବେହେରା ଓ କେଉଁଝର ଆନନ୍ଦପୁରର ଅଭିଳାଷ ମିଶ୍ର। ଏମାନଙ୍କ ମଧ୍ୟରେ ଅଶ୍ରୁମୋଚନ ବିଟେକ ଗ୍ରାଜୁଏଟ ହୋଇଥିବାବେଳେ ଅଭିଳାଷ ହେଉଛନ୍ତି ଡିପ୍ଲୋମାଧାରୀ ଓ ମୀନକେତନ ଜଣେ ବସ୍‌ ଡ୍ରାଇଭର ବୋଲି ଜଣାପଡିଛି। ତେବେ ଜବତ ନିଶାଦ୍ରବ୍ୟର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏମାନେ ଟିଟୋ ଗ୍ୟାଙ୍ଗ୍‌ ଲିଙ୍କ୍‌ରେ ଥିବା ପୋଲିସ ସୂଚନା ପାଇବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତକୁ ତ୍ୱରାନ୍ବିତ କରିଛି। ଅଭିଯୁକ୍ତମାନେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ନିଶାଦ୍ରବ୍ୟ ସହ ଅସ୍ତ୍ରଶସ୍ତ୍ର ଓ ବେଆଇନ ଅର୍ଥ କାରବାର କରୁଥିବା ଆଶଙ୍କା କରାଯାଉଛି। ତେଣୁ ସ୍ପେଶାଲ କ୍ରାଇମ ୟୁନିଟ୍‌ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।
ସୂଚନାନୁସାରେ, ପାଣ୍ଡରା ଅଞ୍ଚଳରେ ଲୋକଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ପ୍ରଥମେ ଅଭିଯୁକ୍ତ ମୀନକେତନ ଓ ଅଭିଳାଷଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୬ଟି ଛୋଟ ପ୍ୟାକେଟ (୫ ଗ୍ରାମ) ବ୍ରାଉନସୁଗାର ଜବତ କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତଦ୍ୱୟ ଏହି ନିଶାଦ୍ରବ୍ୟ ଅଶ୍ରୁମୋଚନଙ୍କଠାରୁ ଆଣି ପ୍ରତ୍ୟେକ ପ୍ୟାକେଟ ପିଛା ୬୦୦ ଟଙ୍କାରେ ବିକ୍ରି କରୁଥିଲେ। ପରେ ପ୍ରାଚୀ ବିହାରର ଅଭିଯୁକ୍ତ ଅଶ୍ରୁମୋଚନଙ୍କ ଘରେ ଚଢ଼ାଉକରି ପୋଲିସ ତାଙ୍କୁ କାବୁକରିବା ସହ ୩୦୪ ଗ୍ରାମ ବ୍ରାଉନସୁଗାର, ଗୋଟିଏ ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri