Odisha Elections 2024

ଗାନ୍ଧିଜୀଙ୍କ ନେତୃତ୍ୱରେ ଝାସ ଦେଇଥିଲେ ଯାଜପୁରର ସ୍ବାଧୀନତା ସଂଗ୍ରାମୀ

ଯାଜପୁର,୧୫ା୮(ହର୍ଷବର୍ଦ୍ଧନ ବେହେରା) : ଦେଶର ସ୍ବାଧୀନତା ପାଇଁ ଭାରତବାସୀ ଯେଉଁ ତ୍ୟାଗ ସ୍ବୀକାର କରିଥିଲେ ସେଥିରେ ଯାଜପୁର ଜିଲାବାସୀଙ୍କ ବଳିଦାନ ମଧ୍ୟ କମ ନୁହେଁ। ୧୯୪୨ ଭାରତଛାଡ ଆନ୍ଦୋଳନରେ କୋରାପୁଟ ଓ ବାଲେଶ୍ୱର ଜିଲାରେ ଗୁଳିକାଣ୍ଡ ହୋଇ ତାଣ୍ଡବଲୀଳା ଓ ନରସଂହାର ଘଟିଥିବା ବେଳେ ଯାଜପୁର ଜିଲାର କାଇପଡା ଗୁଳିକାଣ୍ଡ କମ୍‌ ଜଘନ୍ୟ ନ ଥିଲା। ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତରେ ତିନୋଟି ବିରାଟ ଜନବିଦ୍ରୋହ ବ୍ରଟିଶ ଶାସନ ବିରୋଧରେ ହୋଇଥିଲା। ୧୯୨୨ ଓ ୧୯୩୧ରେ ଏବଂ ଲବଣ ସତ୍ୟାଗ୍ରହରେ ଯାଜପୁର ଜିଲାର ଭୂମିକା ଅତୀବ ଗୁରୁତ୍ୱପୁର୍ଣ୍ଣ ଥିଲା। ଶହ ଶହ ଯୁବକ, ଛାତ୍ର ତଥା ବୟସ୍କ ଲୋକ ଜେଲ ବରଣ କରିଥିଲେ। ସେତେବେଳେ ଯାଜପୁର ଜିଲାର ବିଭିନ୍ନ ଗ୍ରାମରେ ମୁକ୍ତି ସଂଗ୍ରାମର ଧ୍ୱନୀ ପ୍ରତିଧ୍ୱନିତ ହୋଇଥିଲା। ସେତେବେଳେ ପ୍ରମୁଖ ଭୂମିକା ନେଇଥିବା ସଂଖ୍ୟା ଅଗଣିତ। କିନ୍ତୁ ତାଙ୍କ ମଧ୍ୟରେ ଗଦାଧର ଦତ୍ତ, ବିପିନ ବିହାରୀ ମହାନ୍ତି, ଲାଲବିହାରୀ ପଟ୍ଟନାୟକ, କପିଳଚରଣ ଜେନା, ଭଗବାନ ସାହୁ, ଗୋଦାବରୀ ଦେବୀ, ବୈଦ୍ୟନାଥ ଦାଶ, ଭୀମଚରଣ ଦାଶ, ଭାଗବତ ସାମଲ, ଭଗବାନ ସାହୁ ପ୍ରମୁଖ ଅନ୍ୟତମ । ହେଲେ ଆଜି ଭାରତରେ ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଭାରତୀୟ ସ୍ବାଧିନତା ସଂଗ୍ରାମ ଇତିହାସରେ ଏ ଯାବତ ଏମାନେ ସ୍ଥାନ ନ ପାଇବା ଦୁଃଖର ବିଷୟ ବୋଲି ମତପ୍ରକାଶ ପାଇଛି।
ଭାରତ ଛାଡ ଆନ୍ଦୋଳନରେ ବୈଦ୍ୟନାଥ ଦାଶ, ଭାଗବତ ସାମଲ, କପିଳ ଚରଣ ଜେନା ଓ ଭଗବାନ ସାହୁଙ୍କ ନେତୃତ୍ୱରେ ଯାଜପୁର କଲେକ୍ଟର ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ୧୯୩୦ରେ ଭୀମଚରଣ ଦାଶ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଏରସମା ଅଞ୍ଚଳରେ ଜବରଦସ୍ତ ଲବଣ ମାରିବା କାମରେ ନିୟୋଜିତ ହୋଇଥିଲେ। ସେଠାରେ ଇଂରେଜ ସେନ୍ୟଙ୍କ ତମ୍ବୁ ପୋଡ଼ିବା ଘଟଣାରେ ଜେଲ ଯିବା ସହିତ ଇଂରେଜ ସୈନ୍ୟଙ୍କ ଦ୍ୱାରା ବହୁତ ମାଡ଼ ଖାଇ ଆହତ ହୋଇଥିଲେ। ତାଙ୍କ କାନ ନାକରୁ ରକ୍ତ ବାହାରିଥିଲା। ମା’ରମାଦେବୀ ୧୯୩୦ରେ ବିଞ୍ଝାରପୁରର ଗୁହାଳୀକୁ ଆସି ଫେରିବା ସମୟରେ ତାଙ୍କ ସହିତ ଯେଉଁମାନେ ସହଯୋଗୀ ଭାବେ ଯୋଗ ଦେଇଥିଲେ ସେହି ନାରୀକର୍ମୀଙ୍କ ମଧ୍ୟରେ ଥିଲେ ପ୍ରିୟମ୍ବଦା ଦେବୀ, ସୁଶୀଳା ଦେବୀ, ହରପ୍ରିୟା ଦେବୀ, ଛାୟା ଦେବୀ ଅଧରମଣୀ, ମାଳତୀ ଦେଇ, ଉଷା ଦେଇ, କୁମୁଦିନୀ ଦେଇ ପ୍ରମୁଖ ଆଇନ ଅମାନ୍ୟ କରି ଜେଲ ବରଣ କରିଥିଲେ। ଯାଜପୁର ଆଶ୍ରମରେ ରହି ପରିଚାଳନା କରୁଥିବା ବିପିନ ବିହାରୀ ମହାନ୍ତି ଅବକାରୀ ଦୋକାନ ଆଗରେ ପିକେଟିଂ କରି ଜେଲ ବରଣ କରିଥିଲେ। ବରୀର ଗୋବର୍ଦ୍ଧନ ପୁହାଣଙ୍କ ଅବଦାନ କମ ନ ଥିଲା। ସେ ୧୯୩୧ରେ ବରୀ ମାଉଣ୍ଡରେ ପତାକା ଉତ୍ତୋଳନ କରି ଜେଲ ଯାଇଥିଲେ। କଲ୍ୟାଣପୁରର ଲାଲବିହାରୀ ପଟ୍ଟନାୟକ ଶିକ୍ଷା କ୍ଷେତ୍ରରେ ବହୁ ରଚନାମତ୍କ କାଯର୍‌ୟ କରିଥିଲେ। ଏହାବାଦ୍‌ ବରୀ, ବିଞ୍ଝାରପୁର ଅଞ୍ଚଳର ମୌଳିକ ବିଦ୍ୟାଳୟଗୁଡିକୁ ବନ୍ଦ କରି ଦେଇ ବହୁ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇ ଯାଇଥିଲେ। ସରକାରଙ୍କ ଶାସନକୁ ଅଚଳ କରିବା ପାଇଁ ମରଣସେନା, ଶାନ୍ତି ସେନା, ଅବକାରୀ ଦୋକାନ ବନ୍ଦ ପାଇଁ ଆନ୍ଦୋଳନ ପ୍ରତି ଗାଁରେ ଗଢ଼ିବାରେ ଲାଗି ଥିଲେ। ଏଥିରେ ବରୀର ଭଗୀରଥ ଦାସ, ବାଞ୍ଛାନିଧି ଦାସ, ଆତ୍ତର୍ର୍ବନ୍ଧୁ ମହାନ୍ତି, ଋଷି ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଗୋଲକଚନ୍ଦ୍ର ନାୟକ, ଗୋପୀନାଥ ଦାସ, ମଧୁସୂଦନ ମିଶ୍ର, ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ସଦାଶିବ ମିଶ୍ର ପ୍ରମୁଖ ବାଲିଆପାଳଠାରୁ କାଇପଡା, ଏବଂ ରତଳାଙ୍କଠାରୁ ବିଞ୍ଝାରପୁର ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ଚଳାଇଥିଲେ। ଏଥିରେ ବିଞ୍ଝାରପୁରର ଶାନ୍ତି ଶେଖର ଦାସଙ୍କ ସମେତ ଗୋଦାବରୀ ଦେବୀ ଯୋଗ ଦେଇ ଆନ୍ଦୋଳନକୁ ଜୋରଦାର କରିଥିଲେ। ବିଞ୍ଝାରପୁର ପୋଲିସ ଉଭୟ ପକ୍ଷର ଅନେକ ଲୋକଙ୍କୁ ଗିରଫ କରିଥିଲେ। ୨୭ା୮ା ୧୯୪୨ ରେ ଯାଜପୁର କଚେରୀ ଘେରାଉ କରାଯାଇଥିଲା। ସ୍ବାାଧିନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରୁ ହଳଧର ସାହାଣୀ, ଗୋବର୍ଦ୍ଧନ ପୁହାଣ, ବଂଶୀଧର ଦ୍ୱିବେଦୀ, ବୀରବର ରାଉତ, ବୀର କିଶୋର ରାୟ, କିରଣଲେଖା ରାୟ, ବିଞ୍ଝାରପୁର ବୈଦ୍ୟନାଥ ଦାଶ, କଲ୍ୟାଣପୁର ଗୋଦାବରୀ ଦେବୀ, ପ୍ରୀତିପୁରର ବଳରାମ ପତି, ଅଳକୁଣ୍ଡ ନୂଆ ଗାଁର ବାମନ ଚରଣ ଦାସ ପ୍ରମୁଖ ସଂଗ୍ରାମୀ ଅନାଲୋଚିତ ହୋଇ ରହିଯାଇଛନ୍ତି। ଅମୃତ ମହୋତ୍ସବ ଅବସରରେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିହାସରେ ସାମିଲ କରାଯିବା ପାଇଁ ଅଖିଳଚକ୍ର ଓଡିଶା ପକ୍ଷରୁ ସମ୍ପାଦକ ହରେକୃଷ୍ଣ ପଣ୍ଡା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri