Posted inଜାତୀୟ

ଏଲ୍‌ଓସିରେ ଭାରତର ପ୍ରଥମ ଡାକଘର

କେରନ,୧୧/୮(ପି.ଟି.):ଭାରତର ପ୍ରଥମ ଡାକଘର ଜମ୍ମୁ-କଶ୍ମୀରର କୁପଓ୍ବାରା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଅବସ୍ଥିତ। କିଷନଗଞ୍ଜ ନଦୀ କୂଳରେ ଥିବା ଏହି ଡାକଘରର ପିନ୍‌ କୋଡ୍‌ ୧୯୩୨୨୪। ପାକ୍‌ ଅଧିକୃତ କଶ୍ମୀର ଏହାଠାରୁ ମାତ୍ର କେଇ ଫୁଟ୍‌ ଦୂରରେ ରହିଛି। ସୀମା ନିକଟରେ ହୋଇଥିବାରୁ ଏହା ‘ଭାରତର ପ୍ରଥମ ଡାକଘର’ ବୋଲି ସାଇନ୍‌ବୋର୍ଡରେ ଲେଖାଅଛି। ବାରମୁଲ୍ଲା ଡିଭିଜନ ପୋଷ୍ଟ ଅଫିସଗୁଡ଼ିକର ସୁପରିଣ୍ଟେଣ୍ଡେଣ୍ଟ ଥିବା ଅବଦୁଲ ହମିଦ କୁମାର କହିଛନ୍ତି, ପୂର୍ବରୁ ଏହା ଶେଷ ପୋଷ୍ଟ ଅଫିସ ଭାବେ ଜଣାଶୁଣା ଥିଲା, କାରଣ ସେଠାକୁ କୌଣସି ଆଦାନପ୍ରଦାନ ହୋଇପାରୁ ନ ଥିଲା। ଏହା ଏଲ୍‌ଓସି ନିକଟରେ ହୋଇଥିବାରୁ ପରେ ସୈନ୍ୟବାହିନୀ ଏହାର ନାଁ ପ୍ରଥମ ପୋଷ୍ଟ ଅଫିସ ରଖିଥିଲା। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ଭାରତ ସ୍ବାଧୀନ ହେବା ଏବଂ ପାକିସ୍ତାନ ଗଠନ ହେବା ପୂର୍ବରୁ ସେଠାରେ ଡାକଘର ଚାଲୁଥିଲା। ଏପରିକି ୧୯୬୫ ଏବଂ ୧୯୭୧ ଯୁଦ୍ଧ ବେଳେ ମଧ୍ୟ ଉକ୍ତ ଡାକଘର ଚିଠିପତ୍ର ଆଦାନ ପ୍ରଦାନ ବନ୍ଦ କରି ନ ଥିଲା। ୧୯୯୦ରେ ଏଲ୍‌ଓସିରେ ପାକିସ୍ତାନୀ ସମର୍ଥତ୍ତ ଆତଙ୍କବାଦୀଙ୍କ ବାରମ୍ବାର ସୀମାପାର ସେଲ୍‌ ମାଡ଼ ସତ୍ତ୍ୱେ ଡାକଘର କେବେ ବନ୍ଦ ହୋଇ ନ ଥିଲା ବୋଲି ପୋଷ୍ଟମାଷ୍ଟର ଶାକିର ଭଟ୍ଟ କହିଛନ୍ତି। ୨୦୨୧ରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ପୂର୍ବରୁ ଚିଠିପତ୍ର ସଂଗ୍ରହ କରିବା ଓ ବାଣ୍ଟିବାକୁ ଯିବାରେ ବିପଦ ଥିଲା। ଏବେ ଆମେ ଶାନ୍ତି ଅନୁଭବ କରୁଛୁ ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିଆସିବା ଚାହୁଛୁ ବୋଲି ଭଟ୍ଟ କହିଛନ୍ତି। ୧୯୯୩ରେ କେରନ ସେକ୍ଟରରେ ବନ୍ୟା ଯୋଗୁ ଡାକଘର ଧୋଇଯାଇଥିଲା। ଏହା ପରେ ପୋଷ୍ଟ ମାଷ୍ଟର ଭଟ୍ଟଙ୍କ ଘରେ ଡାକଘର ଚାଲିଥିଲା। ଏଥିପାଇଁ ସେ ଭଡ଼ା ନେଉ ନ ଥିଲେ ବୋଲି କହିଛନ୍ତି। ତାଙ୍କ ସହ ୩ ଜଣ ଡାକବାଲା କାମ କରୁଥିଲେ ଓ ବହୁ ଦୂର ପର୍ଯନ୍ତ ସେବା ଯୋଗାଉଥିଲେ। ତେବେ ନିର୍ଭରଯୋଗ୍ୟ ଯୋଗାଯୋଗ ସୁବିଧା ଅଭାବରୁ ଅନ୍ୟ ପୋଷ୍ଟ ଅଫିସ ଭଳି ଏହା ଅନ୍‌ଲାଇନ ସେବା ଯୋଗାଇପାରି ନାହିଁ। ଅନ୍ୟପକ୍ଷରେ କୁପଓ୍ବାରାର ଡେପୁଟି କମିଶନର ଆୟୁଷି ସୁଦାନ କହିଛନ୍ତି, ଯୋଗାଯୋଗ ସମସ୍ୟାରେ ସୁଧାର ଆସୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ଅପ୍ଟିକାଲ ଫାଇବର କେବୁଲ କାମ ଶେଷ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

VIDEO: ଆତଙ୍କବାଦୀଙ୍କୁ କାବୁ କରିଥିବା ଅହମ୍ମଦଙ୍କୁ ‘ଅଷ୍ଟ୍ରେଲିଆର ପ୍ରକୃତ ହିରୋ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌

ସିଡନୀ,୧୬।୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri