Posted inଜାତୀୟ

ଆସିଲା ନୂଆ ନିୟମ: ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ,୧୧।୮: ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ଡାକ୍ତରଙ୍କ ପାଇଁ କିଛି ନୂତନ ନିୟମ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଛି। ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ । ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ।
ନିୟମ ଅନୁଯାୟୀ, ଜଣେ ହିଂସାତ୍ମକ ରୋଗୀର ଚିକିତ୍ସା କରିବାକୁ ଡାକ୍ତର ମନା କରିପାରନ୍ତି, କିନ୍ତୁ ଡାକ୍ତର ନିଶ୍ଚିତ ଭାବରେ ଦେଖିବେ ଯେ ଏପରି କରିବା ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ବଢିବ ନାହିଁ। ଜାତୀୟ ମେଡିକାଲ କମିଶନ (ଏନଏମସି) ପ୍ରାୟ ଏକ ବର୍ଷ ବିଚାରାଧୀନ ପଞ୍ଜୀକୃତ ମେଡିକାଲ ପ୍ରାକ୍ଟିସିଆର୍ସ ପ୍ରଫେସନାଲ ଆଚରଣ ନିୟମାବଳୀ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ଅନ୍ତର୍ଭୁକ୍ତ ନୂତନ ନିୟମ ଗତ ଅଗଷ୍ଟ ୨ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି।
ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯଦି କୌଣସି ଉପହାର, ଭ୍ରମଣ ସୁବିଧା, ନଗଦ କିମ୍ବା ମୁଦ୍ରା ଅନୁଦାନ ଡାକ୍ତର କିମ୍ବା ତାଙ୍କ ପରିବାରକୁ ଦିଆଯାଏ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ବାତିଲ ହେବ। ଏହା ବ୍ୟତୀତ ପଞ୍ଜୀକୃତ ଡାକ୍ତରମାନେ କୌଣସି ଫାର୍ମା କମ୍ପାନୀ ସହ ଜଡିତ ସେମିନାର, କର୍ମଶାଳା କିମ୍ବା ସମ୍ମିଳନୀ ପରି ତୃତୀୟ ପକ୍ଷ ଶିକ୍ଷାଗତ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ।
ନୂତନ ନିୟମ ଅନୁଯାୟୀ ରୋଗୀଙ୍କୁ ଅସ୍ତ୍ରୋପଚାର କିମ୍ବା ଚିକିତ୍ସା ଖର୍ଚ୍ଚ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଆବଶ୍ୟକ। ରୋଗୀକୁ ପରୀକ୍ଷା କରିବା କିମ୍ବା ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମଧ୍ୟ ତାଙ୍କୁ ପରାମର୍ଶ ଦେୟ ବିଷୟରେ ଅବଗତ କରିବାକୁ ପଡିବ। ଏହା ପରେ ମଧ୍ୟ ଯଦି ଜଣେ ରୋଗୀ ଦେୟ ପ୍ରଦାନ ନ କରନ୍ତି, ତେବେ ଡାକ୍ତରଙ୍କ ଚିକିତ୍ସା ପ୍ରତ୍ୟାଖ୍ୟାନ କରିବାର ଅଧିକାର ଅଛି, କିନ୍ତୁ ଜରୁରୀକାଳୀନ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri