Odisha Elections 2024

ମୌଳିକ ସମସ୍ୟା ପ୍ରତି ପ୍ରଶାସନର ନିଘା ନାହିଁ

ଖଣ୍ଡପଡ଼ା, ୧୦ା୮ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବେଣାଗାଡିଆ, କାଦୁଆ, ତେନ୍ତୁଳିଆପଲ୍ଲୀ, ମୁରାରୀପୁର, ମାଧବେରେଣୀ, ଗୋପିନାଥପୁର ଓ ଇଜ୍ଜତଘୋଡାମାରୀ ପଥରଦ୍ୱାର ଏପରି ୭ ମୌଜାର ୨୫ଟି ୱାର୍ଡକୁ ନେଇ ବେଣାଗାଡ଼ିଆ ପଞ୍ଚାୟତ ଗଠିତ ା ଏହି ସାତଗାଁ ବେଣାଗାଡିଆ ପଞ୍ଚାୟତର ଲୋକମାନେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି ା ସେମାନଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ଜିଲା ପ୍ରଶାସନର ଆନ୍ତରିକତା ପ୍ରକାଶ ପାଉନାହିଁ ବୋଲି ଅଭିଯୋଗ ହୋଇଛି ା ବିଶେଷ କରି ପାନୀୟ ଜଳ ଯୋଗାଣ, ଜମିକୁ ପାଣି, ପରିମଳ ବ୍ୟବସ୍ଥା, ସାଧାରଣ ଗରିବ ପରିବାରଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ଓ ଖାଉଟି ସାମଗ୍ରୀ ପ୍ରଦାନ, ସ୍ବାସ୍ଥ୍ୟ, ଗମନା ଗମନ ବ୍ୟବସ୍ଥାରେ ଉନ୍ନତି, ଗ୍ରାମର ବିକାଶ, ବିଧବା ଓ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କ୍ଷେତ୍ରରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ା
ରାଜ୍ୟ ସରକାର ଚାଷ, ଚାଷୀ, ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି ା ମାତ୍ର ଉକ୍ତ ପଞ୍ଚାୟତରେ ଏସବୁ ଯୋଜନାର ବ୍ୟତିକ୍ରମ ଦେଖାଯାଇଛି ା ପଞ୍ଚାୟତର ଯାହା ସମସ୍ୟା ରହିଛି ସେ ସବୁ ସମସ୍ୟା ନିଶ୍ଚୟ ଭାବେ ପୂରଣ ହୋଇଯିବ ବୋଲି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ ନେତାମାନେ କହିଥିଲେ ା ମାତ୍ର ନିର୍ବାଚନ ସରିବା ପରେ ତାହା ସାତ ସପନ ପାଲଟିଛି ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି ା ଦାରିଦ୍ର୍ୟ ସୀମାରେଖା ତଳେ ବାସକରୁଥିବା ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ଏହି ଲୋକହିତକର ଯୋଜନାର ସଫଳ ରୁପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାସ କରୁଥିବା ଅନେକ ପରିବାର ଝାଟିମାଟି, ଟାଇଲ୍‌ ଓ ଚାଳଛପର, କଚ୍ଚାଘରେ ରହୁଥିବା ବେଳେ ଆବାସ ଯୋଜନାରେ ବାସଗୃହ ଖଣ୍ଡିଏ ସେମାନଙ୍କୁ ମିଳୁନାହିଁ। ଫଳରେ ବର୍ଷା ଓ ଶୀତ ଋତୁରେ ଉକ୍ତ ପରିବାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ା କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସଯୋଜନା ଓ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ବାସଗୃହ ଖଣ୍ଡେ ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ବହୁ ଗରିବ ହିତାଧିକାରୀଙ୍କ ନାମ ପ୍ରଶାସନ ପକ୍ଷରୁ ସଦ୍ୟ ପ୍ରସ୍ତୁତ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଛି। ଆବାସ ଯୋଜନାରେ ବାସଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅନେକ ଗରୀବ ବ୍ୟକ୍ତିଙ୍କ ନାମ ବର୍ଷ ବର୍ଷ ଧରି ବେଣାଗାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ହିତାଧିକାରୀ ତାଲିକାରେ ଗଡ଼ୁଥିବା ବେଳେ ଏବେ ନୂତନ କରି ପ୍ରସ୍ତୁତ ହୋଇଥିବା ତାଲିକାରୁ କିଭଳି ସେମାନଙ୍କ ନାମ ବାଦ୍‌ ପଡ଼ିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଗୋଚ୍ଛି କହିଛନ୍ତି, ଆମ ପଞ୍ଚାୟତର ବେଣାଗାଡିଆ, ମୁରାରୀପୁର, ତେନ୍ତୁଳିଆପଲ୍ଲୀ, କାଦୁଆ, ମାଧବେରେଣୀ ଓ ଅନ୍ୟ ଏକ ପଞ୍ଚାୟତର ସିଂଘାପଡା ଆଦି ଗ୍ରାମରେ ଥିବା ୫ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଅଭାବରୁ ରବି ଓ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି ା ବେଣାଗାଡିଆ, କାଦୁଆ ଅଞ୍ଚଳର ଅକ୍ଷୟ ବିଶ୍ୱାଳ, ଲକ୍ଷ୍ମୀଧର ରାଉତ, ବିଭୁତି ମହାପାତ୍ର, ଶବର ମଲ୍ଲିକ ପ୍ରମୁଖ କହିଛନ୍ତି, ୫,୬ ଓ ୭ ନମ୍ବର ୱାର୍ଡକୁ ନେଇ ଗଠିତ କାଦୁଆ ଗ୍ରାମ ା ଏହି ଗ୍ରାମ ଦେଇ ପ୍ରତ୍ୟେହ ଶତାଧିକ ବ୍ୟକ୍ତି ନୂଆ ଗଡିଆ ସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି ା ମାତ୍ର ସେହି ଅଣ ଓସାରିଆ ରାସ୍ତାର ଭାଗ୍ୟ ବଦଳିଲା ନାହିଁ ା ଗ୍ରାମରେ ୬୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ରହିଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ କୌଣସି କଲ୍ୟାଣ ଯୋଜାନାରେ ସାମିଲ କରାଯାଇନାହିଁ। ବିଭିନ୍ନ ଗାଁରେ ପାଣି ସମସ୍ୟା ଲାଗି ରହିଛି ା ନବ ନିର୍ମିତ ଏଏନଏମ ଭୂତ କୋଠି ପାଲଟିଛି। ବେଣାଗାଡ଼ିଆ ଛକରୁ ମୁରାରୀପୁର ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ା ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ପାଣି ବହୁଛି ା ଆବାସଯୋଜନା ହିତାଧିକାରୀ ଚୟନରେ ହୋଇଥିବା ଅନିୟମିତତା ଯୋଗୁ ସ୍ଥାନୀୟ ଅଞ୍ଚଳର ମାନସ ନାୟକ, ଯୁଧିଷ୍ଠିର ରାଉତ, ବିନ୍ଦୁ ବିଶ୍ୱାଳ, ବ୍ରଜକିଶୋର ନନ୍ଦ, ଗୋଲାପ ସାହୁ, ବିନି ସ୍ବାଇଁ, ମାଳତୀ ନାୟକ, ଝୁନା ରାଉତ, କାଜଲ ବେହେରାଙ୍କ ପରି ଅନେକ ଗରୀବ ପରିବାରଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି। ଆବାସ ଯୋଜନାରେ ଗୃହ ପାଇବାକୁ ବଞ୍ଚତ୍ତ ହିତାଧିକାରୀ ଅଭିଯୋଗ ପତ୍ର ଧରି ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ ପ୍ରଶାସନ ନିକଟକୁ ଦୌଡ଼ୁଥିଲେ ହେଁ କେହି ଗୁରୁତ୍ୱ ଦେଉ ନାହାନ୍ତି ା ଖଣ୍ଡପଡ଼ା ବ୍ଲକ୍‌ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣି ଶିବିରରେ ଆବାସଯୋଜନାରୁ ବଞ୍ଚତ୍ତ ହିତାଧିକାରୀମାନେ ଜିଲାପାଳଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ହେଁ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

କଟକ,୨୩ା୫(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅଧୀନ ଇମାମନଗର ବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ...

ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ

କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ...

ଭଡ଼ାଟିଆ ଦମ୍ପତିଙ୍କୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ଗ୍ରାମରେ ଘରଭଡ଼ା ନେଇ ରହୁଥିବା ଏକ ଦମ୍ପତିଙ୍କୁ ପଡ଼ୋଶୀ ବାପ, ପୁଅ ମରଣାନ୍ତକ ଆକ୍ରମଣ...

ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ

ଖଜୁରୀପଡ଼ା ୨୩।୫( ବିଦୁର ବେହେରା): ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖଜୁରୀପଡ଼ା ଥାନା ଅନ୍ତର୍ଗତ...

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା- ପତାଣ୍ଡ ରାସ୍ତା ଛକ ନିକଟରେ ଥିବା ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପଛପଟ ଏକ...

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ...

୨୫ ତାରିଖରେ ମତଦାନ କରିବାକୁ ଜିଲାପାଳଙ୍କ ନିବେଦନ

ଭୁବନେଶ୍ୱର,୨୩ା୫(ଅସମାପିକା ସାହୁ): ଖୋର୍ଦ୍ଧା ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ...

ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅଭିମନ୍ୟୁ

ହାଟଡିହୀ,୨୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଅଧୀନ କଳିଙ୍ଗା ଏବଂ ପନ୍ଦାଡୋ ପଞ୍ଚାୟତରେ ଗୁରୁବାର ନିର୍ବାଚନୀ ପ୍ରଚାର ହୋଇଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri