ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମ ଚାଲୁଛି। ତେବେ ପୁରୁଣା ପ୍ରକଳ୍ପ କାମ ସରୁନି। ଗତ ୨ବର୍ଷ ଧରି ଚାଲିଥିବା ବରୁଣେଇ ସ୍ମାର୍ଟ ପାର୍କ ଏବଂ ସାମନ୍ତରାପୁରସ୍ଥିତ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିପାରୁନାହିଁ। ସେହିପରି ଟିଏଲ୍ସି ରୋଡସ୍ଥିତ ଆଦର୍ଶ ଶ୍ମଶାନ କାର୍ଯ୍ୟ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଲୋକାର୍ପିତ ହେଲା।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ବରୁଣେଇ ସ୍ମାର୍ଟ ପାର୍କ ଏବଂ ଟିଏଲ୍ସି ରୋଡଠାରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୧୬ରେ ପୌର ପ୍ରଶାସନ ପକ୍ଷରୁ ଶିଳାନ୍ୟାସ କରାଯାଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଅଢେଇ ବର୍ଷ ବିତିଲାଣି, କାମ ସରୁନି। ଗତ ୨୦୨୧ ଅକ୍ଟୋବର ୨୪ରେ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଖୋର୍ଦ୍ଧା ଉପଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଇ. ଗୌରବ ଶିବାଜୀଙ୍କ ସହ ବରୁଣେଇ ପରିଦର୍ଶନ ବେଳେ ନଭେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏବେ ବି ନିର୍ମାଣ କାର୍ଯ୍ୟ ଜାରି ରହିଛି। କାର୍ଯ୍ୟରେ ମନ୍ଥରତା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସହରରେ ଏକାଧିକ ପ୍ରକଳ୍ପ ଅଧାରେ ଅଟକି ରହିଥିବା ବେଳେ କିଛି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ପୁରୁଣା କାର୍ଯ୍ୟ ସରି ନ ଥିବା ବେଳେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଯୋଜନାରେ ବରୁଣେଇ ପାଦଦେଶରେ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ୨୦୨୦ ଡିସେମ୍ବର ୧୬ରେ ୧.୮୪ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ମାର୍ଟ ପାର୍କ ଏବଂ ୨୦୨୧ ଅଗଷ୍ଟ ୩୧ରେ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ଶିଳାନ୍ୟାସ କରିଥିଲେ। ଏହି ସ୍ମାର୍ଟ ପାର୍କରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଲାଇଟ ଆଣ୍ଡ୍ ସାଉଣ୍ଡ ସିଷ୍ଟମ ସହ ମ୍ୟୁଜିକାଲ ଫାଉଣ୍ଡେଶନ, ପାଦଚଲା ରାସ୍ତା, ଉଦ୍ୟାନ, ଶୌଚାଳୟ, ଟିକେଟ କାଉଣ୍ଟର, ପାର୍କିଂ ବ୍ୟବସ୍ଥା କରାଯିବ। ପାର୍କରେ ଗୋଟିଏ ଲେଖାଏ ପ୍ରବେଶ ଓ ପ୍ରସ୍ଥାନ ରହିବ। ଆମୋଦପ୍ରମୋଦ ବ୍ୟବସ୍ଥା ସହ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ରଖାଯିବାର ଯୋଜନା ରହିଛି। କୋଭିଡ୍ କଟକଣା ହଟିବା ପରେ ଧୀରେ ଧୀରେ ବରୁଣେଇ ପୀଠକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଅଥଚ ଯାହାଙ୍କ ଉଦ୍ଦେଶ୍ୟରେ ଏହି ପାର୍କ ନିର୍ମାଣ ଲକ୍ଷ୍ୟ ରହିଥିଲା, ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ନିର୍ମାଣ କାର୍ଯ୍ୟ ସରି ନ ଥିବାରୁ ପର୍ଯ୍ୟଟକଙ୍କ ଆଶା ମଉଳିଛି। ଖୋର୍ଦ୍ଧା ସହରର ଏକାଧିକ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି କଂଗ୍ରେସ ନେତା ଶିଶିର ପରିଡା ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ସୁରକ୍ଷା ମଞ୍ଚ ଆବାହକ ଶୋଭନ ଘୋଷ କହିଛନ୍ତି, ସହରର ବିକାଶ କଚ୍ଛପ ଗତିରେ ଚାଲିଛି। ସହରରେ ଡ୍ରେନ୍ ପୋତି ହୋଇଗଲାଣି। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବା ଫଳରେ ଆବର୍ଜନା ପଡ଼ିରହି ରାସ୍ତା ସହ ମିଶିଗଲାଣି। ମୁକୁଳା ଡ୍ରେନରେ ପଡ଼ି ଶିଶୁ, ପଥଚାରୀ, ଗୋରୁ ଆହତ ହେଉଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଉଚିତ। ଏନେଇ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର କହିଛନ୍ତି, ଉଭୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ଲୋକଙ୍କ ସେବାରେ ଲାଗିବ।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…
ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...
ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ
ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...
ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା
ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...
ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା
ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍!
ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...
ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ
ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...
Archives


