Posted inଖେଳ

୨୦୨୪ ଟି -୨୦ ବିଶ୍ୱକପକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା, ଏହି ଦିନ ଆରମ୍ଭ ହେବ ମ୍ୟାଚ

ନୂଆଦିଲ୍ଲୀ,୨୯।୭: ଟି -୨୦ ବିଶ୍ୱକପ ୨୦୨୪ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ଜୁନରେ ଖେଳାଯାଇପାରେ। ଏହି ଟୁର୍ନାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ଏହାପୂର୍ବରୁ ୨୦୨୨ରେ ଖେଳାଯାଇଥିବା ବିଶ୍ୱକପରେ ଇଂଲଣ୍ଡ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ସେହିପରି ଟିମ ଇଣ୍ଡିଆକୁ ସେମିଫାଇନାଲରୁ ବାହାରି ଯାଇଥିଲା।

ରିପୋର୍ଟ ଅନୁଯାୟୀ, ୨୦୨୪ ଟି -୨୦ ବିଶ୍ୱକପ ଜୁନ ୪ରୁ ୩୦ପର୍ଯ୍ୟନ୍ତ ଖେଳାଯାଇପାରେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୱେଷ୍ଟଇଣ୍ଡିଜ ଏବଂ ଆମେରିକା ବିଶ୍ୱକପ ଆୟୋଜନ କରିବେ। ୧୦ଟି ସ୍ଥାନରେ ବିଶ୍ୱକପ ଖେଳାଯିବ। ଆଇସିସି ଏହି ସପ୍ତାହରେ ଆମେରିକାର କେତେକ ମନୋନୀତ ସ୍ଥାନ ଯାଞ୍ଚ କରିଛି। ଆମେରିକା ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରିବାରେ ଏହା ପ୍ରଥମ ହେବ।

୨୦ଟି ଟିମ ଟୁର୍ନାମେଣ୍ଟରେ ସାମିଲ ହେବେ। ଯେଉଁଥିରେ ଏହି ସପ୍ତାହରେ ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ସହିତ ଆଇସିସିର ଆଞ୍ଚଳିକ ଯୋଗ୍ୟତା ମାଧ୍ୟମରେ ୨୦ ଟିମ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହା ବ୍ୟତୀତ ଏବେ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଏବଂ ଆମେରିକାର ଦଳ ଯୋଗ୍ୟତା ହାସଲ କରିଛନ୍ତି।

ଆଞ୍ଚଳିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ୧୨ ଟି ଦଳ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି। ଏଥିରେ ହୋଷ୍ଟ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଟି -୨୦ ବିଶ୍ୱକପ ୨୦୨୨ର ଶ୍ରେଷ୍ଠ ୮ ଦଳ ହେଉଛି- ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା। ଯେଉଁଠାରେ ଆଫଗାନିସ୍ତାନ ଏବଂ ବାଂଲାଦେଶ ଟି -୨୦ ଅନ୍ତର୍ଜାତୀୟ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri