Posted inଖେଳ

ଇଂଲଣ୍ଡ, ଚାଇନା ବିଜୟୀ: ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ମ୍ୟାଚ ଡ୍ର

ସିଡ୍‌ନୀ/ଡୁନେଡିନ୍‌/ ଆଡିଲେଡ୍‌, ୨୯ା୭: ଚଳିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ରେ ଶୁକ୍ରବାର ଇଂଲଣ୍ଡ ଓ ଚାଇନା ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟାରେ ଅନୁଷ୍ଠିତ ମ୍ୟାଚ ଡ୍ର’ ଭାବେ ଶେଷ ହୋଇଛି। ସିଡ୍‌ନୀଠାରେ ଗ୍ରୁପ୍‌ ‘ଡି’ର ଖେଳାଯାଇଥିବା ଏକ ମ୍ୟାଚରେ ୟୁରୋପିଆନ ଚାମ୍ପିୟନ ଇଂଲଣ୍ଡ ୧-୦ ଗୋଲ୍‌ରେ ଡେନମାର୍କକୁ ପରାସ୍ତ କରିଛି। ଏହି ଗୋଲ୍‌ଟିକୁ ଲରେନ ଜେମ୍ସ ଖେଳର ୬ଷ୍ଠ ମିନିଟ୍‌ରେ ସ୍କୋର କରିଥିଲେ। ଦଳ କ୍ରମାଗତ ଦ୍ୱିତୀୟ ବିଜୟ ସହ ଗ୍ରୁପ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ଅଧିକାର କରଛି। ଇଂଲଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ ମଙ୍ଗଳବାର ଚାଇନା ବିପକ୍ଷରେ ଖେଳିବାକୁ ଥିବା ବେଳେ ଡେନମାର୍କ ପର୍ଥଠାରେ ହାଇତିକୁ ଭେଟିବ।
ଅଷ୍ଟ୍ରେଲିଆର ଆଡେଲିଡ୍‌ଠାରେ ଚାଇନା ୧-୦ ଗୋଲ୍‌ରେ ହାଇତିଙ୍କୁ ପରାସ୍ତ କରିବା ସହ ପରବର୍ତ୍ତୀ ରାଉଣ୍ଡ ପାଇଁ ଏହାର ସମ୍ଭାବନାକୁ ଉଜ୍ଜୀବିତ ରଖିଛି। ଫରଓ୍ବାର୍ଡ ଓ୍ବାଙ୍ଗ୍‌ ଶୁଆଙ୍ଗ ୭୪ତମ ମିନିଟ୍‌ରେ ଏକ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତରିତ କରିଥିଲେ। ବିଶ୍ୱକପ୍‌ରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍‌। ୨୯ତମ ମିନିଟ୍‌ରେ ଚାଇନାର ଝାଙ୍ଗ ରୁଇଙ୍କୁ ରେଡ୍‌କାର୍ଡ ହୋଇଥିଲା। ଫଳରେ ଦଳକୁ ୧୦ ଖେଳାଳି ନେଇ ଖେଳିବାକୁ ହୋଇଥିଲା। ୧୦ ଖେଳାଳିଙ୍କୁ ନେଇ ଏକ ମ୍ୟାଚ ଜିତିବା ମହିଳା ବିଶ୍ୱକପ୍‌ରେ ଏହା ହେଉଛି ଦ୍ୱିତୀୟ ଦୃ୍‌ଷ୍ଟାନ୍ତ। ପୂର୍ବରୁ ଏହା ୨୦୧୧ରେ ଦେଖିବାକୁ ମିଳିଥିଲା।
ଡୁନେଡିନଠାରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଗ୍ରୁପ୍‌ ‘ଜି’ର ଏକ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଣ୍ଡା ମୋତ୍‌ଲାଲୋ (୩୦ତମ ମିନିଟ) ଓ ଥେମ୍ବି କିଗାଟଲାନା (୬୬ତମ)ଙ୍କ ଗୋଲ୍‌ ସହାୟତାରେ ପ୍ରଥମେ ୨-୦ରେ ଅଗ୍ରଣୀ ଲାଭ କରିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ସୋଫିଆ ବ୍ରାଉନ୍‌ (୭୪ତମ) ଓ ରୋମିନା ନୁନେଜ (୭୯ତମ)ଙ୍କ ଗୋଲ୍‌ ଯୋଗୁ ମ୍ୟାଚ ୨-୨ରେ ଡ୍ର’ ଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ସୁଇଡେନ ଓ ଇଟାଲୀ ସମାନ ୩ ପଏଣ୍ଟ ଲେଖାଏଁ ଅର୍ଜନ କରି ଗ୍ରୁପ୍‌ର ଶୀର୍ଷରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri