କୋଝିକୋଡ,୨୯ା୭: କେରଳ ମାଲାପୁରମ ଜିଲା ପରପ୍ପନଙ୍ଗଦି ମ୍ୟୁନିସିପାଲିଟି ଅନ୍ତର୍ଗତ ହରିଥା କର୍ମ ସେନା (ଏଚ୍କେଏସ୍)ର ୧୧ ଜଣ ମହିଳା ସଦସ୍ୟ ମୌସୁମୀ ବମ୍ପର ଲଟେରିର ପ୍ରଥମ ପୁରସ୍କାର ସ୍ବରୂପ ୧୦ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ୨୫୦ ଟଙ୍କାର ଲଟେରି ଟିକେଟ କିଣିବା ପାଇଁ କେହି ସମର୍ଥ ନ ଥିବାରୁ ୧୧ ଜଣ ଭାଗ କରି ଟଙ୍କା ସଂଗ୍ରହ କରିଥିଲେ। ୯ ଜଣ ମହିଳା ୨୫ ଟଙ୍କା ଲେଖାଏ ଓ ଅନ୍ୟ ୨ ଜଣ ୧୨ ଟଙ୍କା ୫୦ ପଇସା ଲେଖାଏ ଦେଇଥିଲେ, ଯାହା ସେମାନଙ୍କ ଭାଗ୍ୟ ଖୋଲିଦେଇଛି। ଏହି ମହିଳାମାନେ ଘରକୁ ଘର ବୁଲି ଜୈବିକ ଉପାୟରେ ବିଘଟିତ ହେଉ ନ ଥିବା ବର୍ଜ୍ୟ ସଂଗ୍ରହ କରୁଥିଲେ। ଅଢ଼େଇ ବର୍ଷ ହେଲା ସେମାନେ ଏହି ବୃତ୍ତିରୁ ସେମାନଙ୍କ ଗୁଜରାଣ ମେଣ୍ଟାଉଥିଲେ। ମ୍ୟୁନିସିପାଲିଟିର ୫୭ ଜଣିଆ ଏଚ୍କେଏସ୍ ଗ୍ରୁପ୍ର ସେମାନେ ସଦସ୍ୟ ଥିଲେ। ଏବେ ଭାଗ୍ୟଦେବୀ ସେମାନଙ୍କୁ ପ୍ରସନ୍ନ ହୋଇଥିବାବେଳେ ସେମାନଙ୍କ ପେସା ଜାରି ରଖିବେ ବୋଲି କହିଛନ୍ତି। ଲଟେରି ବିଜେତାମାନେ ହେଲେ ଏଚ୍କେଏସ୍ ସଦସ୍ୟା ପି. ପର୍ଭାତି, କେ. ଲୀଲା, ଏମ୍.ପି. ରାଧା, ଏମ୍. ଶିଜା, କେ. ଚନ୍ଦ୍ରିକା, ଇ. ବିନ୍ଦୁ, କାର୍ଥିୟାୟିନୀ, କେ. ଶୋଭା, ସି. ବେବି, ସି. କୁଟ୍ଟିମାଲୁ ଏବଂ ପି. ଲକ୍ଷ୍ମୀ। ପର୍ଭାତିଙ୍କ କହିବା ଅନୁଯାୟୀ, ସେମାନେ ପୂର୍ବରୁ ୩ ଥର ଲଟେରି ଟିକେଟ କିଣିଥିଲେ ମଧ୍ୟ ପୁରସ୍କାର ଜିତି ନ ଥିବାରୁ ଏଥର ମଧ୍ୟ ଜିତିବେ ବୋଲି ଆଶା ରଖି ନ ଥିଲେ। ଏଥର ଟଙ୍କା ଆଦାୟ କରି ଚତୁର୍ଥ ଟିକେଟ କିଣିଥିଲେ ହେଁ ପାଲାକ୍କାଡର ଏକ ସଂସ୍ଥା ବିକିଥିବା ଟିକେଟ ଜିତିଥିବା ବୁଧବାର ଶୁଣିବାକୁ ପାଇବାରୁ ଏହା ଆଉ ଏକ କ୍ଷତି ହେଲା ବୋଲି ସେମାନେ ଥରିନେଇଥିଲେ। ଅପରାହ୍ନରେ ପର୍ଭାତି କାମରୁ ଫେରିବା ବେଳକୁ ଯେଉଁ ଟିକେଟରେ ଲଟେରି ଉଠିଛି, ତାହା ସେମାନଙ୍କ ଟିକେଟ ବୋଲି ତାଙ୍କ ପୁଅ କହିଥିଲେ। ସେମାନେ ଲଟେରି ଟଙ୍କାରେ ଘର କରିବେ, ପିଲାଙ୍କ ଶିକ୍ଷା ଖର୍ଚ୍ଚ ଭରଣା କରିବେ ଓ ଋଣ ଶୁଝିବେ ବୋଲି କହିଛନ୍ତି। ବେବି ଏବଂ କୁଟ୍ଟିମାଲୁଙ୍କ ପାଖରେ ଟଙ୍କା ନ ଥିବାରୁ ଟିକେଟ କିଣିବା ପାଇଁ ସେମାନେ ୧୨ ଟଙ୍କା ୫୦ ପଇସା ଲେଖାଏ ଦେଇଥିଲେ। ଏଚ୍କେଏସ୍ ଗ୍ରୁପ୍ର ଏହି ସଦସ୍ୟମାନେ ଏତେ ଗରିବ ଥିଲେ ଯେ ଗାଡ଼ିରେ ଯିବାକୁ ଟଙ୍କା ନ ଥିବାରୁ ସେମାନେ ପ୍ରତିଦିନ ଚାଲି ଚାଲି ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଯାଉଥିଲେ।
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
ଆଶେସ୍ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...
Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…
ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି
ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...
ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...
ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?
ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...
Archives


