ଏନ୍‌ଜିଟିରେ ଦାଖଲ ରିପୋର୍ଟରେ ନାହିଁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୮।୭(ଶର୍ମିଷ୍ଠା ପାଣିଗ୍ରାହୀ): ଶିଖରଚଣ୍ଡୀ ପ୍ରକଳ୍ପର ଶୁଣାଣି ପୁଣି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା। ଜୁଲାଇ ୫ରେ ଏହାର ପ୍ରଥମ ଶୁଣାଣି ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଶୁଣାଣି ଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପାହାଡ଼ ଉପରେ ୱାଟ୍‌କୋର କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ପ୍ରମାଣ ସ୍ବରୂପ ଅନେକ ତଥ୍ୟ କୋଲକାତା କୋର୍ଟରେ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏନ୍‌ଜିଟିରେ ଦାଖଲ ରିପୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ। ଯାହାକୁ ନେଇ ସମିତି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଜଙ୍ଗଲ କିସମ ଥିବା ପ୍ଲଟ ନଂ ୧୨୮୭ ଓ ୧୨୮୮ରେ କାର୍ଯ୍ୟ ହେଉଥିଲା। ଏଥିସହ ପୁରୀରୁ କଢାଯାଇଥିବା ରେକର୍ଡ ସମ୍ପୂର୍ଣ୍ଣ ୨୧୨ ଏକର ଝାଟି ଜଙ୍ଗଲ ଥିଲା। କିନ୍ତୁ ଏଠାରେ ଜଙ୍ଗଲ ନ ଥିଲା ବୋଲି ଓଡ଼ିଶା ଜଙ୍ଗଲ ବିଭାଗ ପୂର୍ବ ରିପୋର୍ଟରେ ଦାଖଲ କରିଛି। ସେଠାରେ ଥିବା ଔଷଧ ବୃକ୍ଷର ସମସ୍ତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ଏହାମଧ୍ୟରୁ ଅନେକ ଗଛ ଲୋପ ପାଉଥିବା ଔଷଧ ବୃକ୍ଷ ଯାହା ବିଭିନ୍ନ ସର୍ଭେ ତଥ୍ୟ ଉପସ୍ଥାପିତ କରାଯାଇଛି। ଜଙ୍ଗଲ ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଇଲ୍ଡ୍‌କୋ, ବିଡିଏ ଏବଂ ୱାଟ୍‌କୋ ମନଇଚ୍ଛା ଏଠରେ କାର୍ଯ୍ୟ କରୁଛନ୍ତି ବୋଲି ସମିତି ପକ୍ଷରୁ ଉଲ୍ଲେଖ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋର୍ଟରେ ସମିତିର ସଚିନ ମହାପାତ୍ରଙ୍କ ତରଫରୁ ଲଢ଼ୁଥିବା ଓକିଲ ଶଙ୍କର ପାଣି ଦାବି କରିଛନ୍ତି। ଏଥିସହ ଅନେକ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇଛି। ପାହାଡ଼ ଜଙ୍ଗଲ ବଞ୍ଚେଇ ସେଠାରେ ପୁନର୍ବାର ଜଙ୍ଗଲ ସହ ନଷ୍ଟ ହୋଇଥିବା ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇ ଉଦ୍ଧାର କରଯାଉ ଓ ଶୀଘ୍ର ପାଣିଟାଙ୍କିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପକ୍ଷ ରଖିଥିଲେ। ଅନ୍ୟପକ୍ଷେ ଚନ୍ଦକା ସରପଞ୍ଚ ତାଙ୍କ ଅଞ୍ଚଳରେ ତାଙ୍କ ଅନୁମତି ବିନା ବେଆଇନ ଭାବେ କାର୍ଯ୍ୟ ହେଉଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ସବୁ ଭିତରେ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ନେତୃତ୍ୱ ନେଉଥିବା ଲୋକଙ୍କୁ ପୋଲିସ ବାରମ୍ବାର ଧମକ ଦେଉଛନ୍ତି। ପଟିଆଗଡ଼ର ନେତୃତ୍ୱ ନେଉଥିବା ସମିତିର ସଦସ୍ୟ ନିର୍ମଳ ମହାରଣାଙ୍କୁ ଏକ ମିଛ କେସ୍‌ରେ ଫସାଇବା ପାଇଁ ତାଙ୍କ ଘରକୁ ଚନ୍ଦ୍ରଶେଖର ଥାନା ପକ୍ଷରୁ ନୋଟିସ ପଠାଯାଇଛି। ତେଣୁ ସମିତି ତରଫରୁ ଏନ୍‌ଏଚ୍‌ଆର୍‌ସି ଏ ବାବଦରେ ଏକ ଲିଖିତ ଅଭିଯୋଗ କରିବା ସହ ପୋଲିସ ପକ୍ଷରୁ ଏଭଳି ଅସୁବିଧା କଲେ ଆଗାମୀ ଦିନରେ ଅଞ୍ଚଳବାସୀ ଏହାର ଜବାବ ଦେବେ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri