ବୃକ୍ଷ ହିଁ ମଣିଷର ଶ୍ରେଷ୍ଠ ବନ୍ଧୁ

ବ୍ରହ୍ମପୁର ଅଫିସ୍‌,୫ା୮-ନିଜ ଜୀବନକାଳ ମଧ୍ୟରେ ମଣିଷକୁ ପ୍ରତ୍ୟେକ ସମୟରେ ସାହାଯ୍ୟ କରିଥାଏ ବୃକ୍ଷ । ଖାଦ୍ୟଠାରୁ ଆରମ୍ଭ କରି ଔଷଧ, ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନଠାରୁ ଆରମ୍ଭ କରି ଛାଇ । ପ୍ରତିବଦଳରେ ସେ କିଛି ଚାହେଁନା। ବୃକ୍ଷ କାହାର ଅନିଷ୍ଟ ମଧ୍ୟ କରେନାହିଁ । ଏଣୁ ବୃକ୍ଷ ମଣିଷର ଶ୍ରେଷ୍ଠ ବନ୍ଧୁ ବୋଲି ରବିବାର ବିଶ୍ୱ ବନ୍ଧୁତା ଦିବସ ଅବସରରେ ଅତିଥିମାନେ ମତ ଦେଇଛନ୍ତି । ବ୍ରହ୍ମପୁର ସବୁଜ ବାହିନୀ ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରାମଲିଙ୍ଗମ୍‌ ମନ୍ଦିର ସମ୍ମୁଖରେ ଥିବା ଶତାୟୁ ବରଗଛକୁ ବନ୍ଧୁ ଭାବେ ଗ୍ରହଣ କରାଯାଇଥିଲା । ପ୍ରଥମେ ପୂର୍ଣ୍ଣ କଳସ, ପୁଷ୍ପ, ଚନ୍ଦନ ଓ ବେଦଧ୍ୱନିରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ବିଧାୟକ ବିକ୍ରମ ପଣ୍ଡା, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ଏବଂ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଯୋଗ ଦେଇଥିଲେ। ଜିଲା ଇକୋ କ୍ଲବ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଶତାୟୁ ବଟ ବୃକ୍ଷକୁ ଫୁଲ, ଚନ୍ଦନ, ବସ୍ତ୍ର ଦେଇ ପୂଜା ପୂର୍ବକ ବନ୍ଧୁତ୍ୱର ଡୋର ବନ୍ଧା ଯାଇଥିଲା । ଏମ୍‌ପି ସାହୁ ସମସ୍ତ ପରିବେଶ ପ୍ରେମୀ ଓ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ବୃକ୍ଷ ସୁରକ୍ଷା ପାଇଁ ଶପଥ ପାଠ କରାଇଥିଲେ। ଜିଲାପାଳ କୁଲାଙ୍ଗେ ଚାରାରୋପଣ କରିବା ସଙ୍ଗେସଙ୍ଗେ ଏହାର ସୁରକ୍ଷା କରିବା ପାଇଁ ଆହ୍ବାନ ଦେଇଥିଲେ ।
ଏହାପରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ସମସ୍ତ ଅତିଥିମାନେ ଚାରା ରୋପଣ କରିଥିଲେ । ସେଠାରୁ ଅତିଥିମାନେ ଏକ ସଚେତନତା ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରା ମହାନଗର କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ପୁରୁଣା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା।
ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌.ଦିଲୀପ କୁମାର, ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ପ୍ରତିଷ୍ଠାତା ସୁଧୀର ରାଉତ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ମାରୱାଡି ମହିଳା ସମିତି ସଭାନେତ୍ରୀ ମମତା ଚୌଧୁରୀ, ସମ୍ପାଦିକା ରୁବି ଖେମାଣି, ବକ୍ସିଂ ଓଡିଶାର ସମ୍ପାଦକ କବିରାଜ ଗୌଡ଼, ସବିତା ସାହୁକାର, ବନମାଳୀ ପ୍ରଧାନ, ଅରବିନ୍ଦ ଦେଶୀବେହେରା, ଦୀପକ କୁମାର ଏବଂ ସମସ୍ତ ଅନୁଷ୍ଟାନ ଓ ନେଚର୍ସଲଭର୍ସ ଓଡିଶାର ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri