ଗୋପନରେ ଚାଲିଛି ବାଲ୍ୟ ବିବାହ

ମହାକାଳପଡ଼ା, ୨୬।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁଦିନ ବାଲ୍ୟ ତଥା ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ସାମାଜିକ ବ୍ୟାଧି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ବ୍ଲକର ବିଶେଷକରି ଉପକୂଳର ଉପାନ୍ତ ଅଞ୍ଚଳରେ ବିବାହ ଗୋପନରେ ଚାଲିଛି। କେତେଜଣ ଦାରିଦ୍ର୍ୟ, ନିରକ୍ଷର ଓ ସଚେତନତା ଅଭାବରୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟରେ ଅଧିକ ଦେଖିବାକୁ ମିଳୁଛି। ପ୍ରଶାସନ ଭୟରେ ସେହିପରି କେତେକ ପରିବାର ଲୋକଙ୍କ ସହମତିରେ ନିଜ ନାବାଳିକା ଝିଅକୁ ଗୋପନରେ ରାତିରେ ମଠ, ମନ୍ଦିରରେ ବ୍ରାହ୍ମଣଙ୍କୁ ଡକାଇ ତରବରିଆ ଭାବେ ବିବାହ ହେଉଛି। ଗତ ଶନିବାର ନିକଟ ଗ୍ରାମରେ ବାଲ୍ୟ ବିବାହ ଉଦ୍ୟମ ହେଉଥିବା ନେଇ ମହାକାଳପଡ଼ା ବ୍ଲକ ମହିଳା ଶିଶୁ ବିକାଶ ତଥା ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ କବିତା ମଲ୍ଲିକଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ଅଧିକାରିଣୀ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଉକ୍ତ ଗଁାରେ ପହଞ୍ଚତ୍ ବିବାହ ରୋକିବା ସହ ଉଭୟଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇଥିଲେ। ସେହିପରି ଜୁନ୍‌ ମାସରେ ଏକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବାଲ୍ୟ ବିବାହକୁ ରୋକାଯାଇଥିଲା। ଏହି ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଓ ସମାଜରେ ଏହା ପ୍ରଭାବ ପକାଇବ। ଏଥିରେ ସମ୍ପୃକ୍ତ ଥିବା ପରିବାରକୁ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାକାଳପଡାରେ ୨ ବର୍ଷ ମଧ୍ୟରେ ୨୦ରୁ ଅଧିକ ବାଲ୍ୟ ବିବାହ ରୋକାଯାଇଛି। ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମଲ୍ଲିକ କହିଛନ୍ତି। ଅପରପକ୍ଷରେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀମାନଙ୍କୁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି। ସମସ୍ୟା ସମାଧାନ ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
ଅପରପକ୍ଷରେ ଉପକୂଳ ଅଞ୍ଚଳରେ ବାଲ୍ୟ ବିବାହ ଅତି ଗୋପନରେ ଚାଲିଛି ବୋଲି କୁହାଯାଇଛି। କାରଣ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ବାଲ୍ୟ ବିବାହ ଝିଅକୁ ୧୨ରୁ ୧୫ ବର୍ଷ ହେଲେ ପରିବାର ସହମତିରେ କରାଇ ଦିଆଯାଉଛି। ବିଶେଷକରି ଯେଉଁ ପରିବାର ଏହି ବାଲ୍ୟ ବିବାହ ଉଦ୍ୟମ କରୁଛନ୍ତି ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର। ଅନେକ ସମୟରେ ସ୍ଥାନୀୟ ଦଲାଲଙ୍କ ସହାୟତାରେ ପରିବାର ଲୋକମାନେ ନାବାଳିକା ଝିଅମାନଙ୍କୁ ଉତ୍ତର ପ୍ରଦେଶର ଝାନ୍‌ସୀ, ମଥୁରା, ବୃନ୍ଦାବନ, ବାରାଣସୀ, ଆଗ୍ରା ଓ କୋଲକାତା, ମୁର୍ସିଦାବାଦ ଆଦି ଅଞ୍ଚଳର ବୟସ୍କ ଲୋକମାନଙ୍କ ସହ ବିବାହ କରାଯାଉଥିବା ନଜିର ରହିଛି। ସେଠାରେ ମଧ୍ୟ ନାବାଳିକା ଝିଅମାନେ ମାତୃତ୍ୱ ଲାଭ କରିବା ପରେ ଶାରୀରିକ ଓ ମାନସିକ ନିର୍ଯାତନା ସହି ନ ପାରି ନିଜ ବାପ ଘରକୁ ଫେରୁଥିବା ନଜିର ରହିଛି। ତେବେ ୨୦୧୭ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନାବାଳିକା ବିବାହର ଶୁଣାଣି କରି ରୋକ ଲଗାଇଥିଲେ। ରାୟରେ ନାବାଳିକା ସ୍ତ୍ରୀଙ୍କ ସହ ବିବାହ କରିବା ଏକ ଧର୍ତ୍ତବ୍ୟ ଅପରାଧ। ନାବାଳିକା ବିବାହ କରିବା ଓ ଶାରୀରିକ ଯୌନ ସମ୍ପର୍କ ରଖିବା ଏହା ଏକ ବଳାତ୍କାର ମାମଲା ଭାବେ ଗ୍ରହଣ କରାଯିବ। ଆଇନ ଅନୁସାରେ ଆପରାଧିକ ବିବେଚନା କରାଯିବ। ଏହି ମାମଲାରେ ପୋକ୍ସୋ ଆଇନ ରୁଜୁ କରିବାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଛି। ଏହି ମାମଲାରେ ଜଡିତ ଥିବା ଲୋକଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ନାବାଳିକା ଝିଅମାନେ ବିବାହ ପରେ ସ୍ବଳ୍ପ ବୟସରୁ ଗର୍ଭ ଧାରଣ କଲେ ମା’ ଓ ଶିଶୁ ପ୍ରତି ବିପଦ ରହିଛି। ବିଶେଷ କରି ବ୍ଲକର ବତିଘର, ଖରିନାସୀ, ରାମନଗର, ପେଟଚ୍ଛେଲା, ବଉଳକଣି, ଜମ୍ବୁ, କେବି ଦାଣ୍ଡୁଆ, ନାଞ୍ଜୁରା, ସୁନିତି, ଗୋଗୁଆ ଆଦି ପଞ୍ଚାୟତରେ ନାବାଳିକା ବିବାହ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri