ବିପଦ ସାଜିଛି ମୁକୁଳା ଡ୍ରେନ

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ ଭିତରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ବେ ସେଭଳି ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା ପଶୁନାହିଁ। ଏବେ ମଧ୍ୟ ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ମୁକୁଳା ଅବସ୍ଥାରେ ପଡ଼ିଛି। ବରଗଡ଼ ସହର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଏବଂ ନିର୍ମାଣାଧୀନ ଡ୍ରେନଗୁଡ଼ିକ ମୁକୁଳା ହୋଇ ପଡ଼ିଛି। ଏପରିକି ସମ୍ପୃକ୍ତ ସ୍ଥାନରେ ବାଡ଼ କିମ୍ବା କୌଣସି ସାଙ୍କେତିକ ଚିହ୍ନ ମଧ୍ୟ ଦିଆଯାଇ ନ ଥିବା ପରିଲକ୍ଷିତ ହୋଇଛି। ଫଳରେ ତାହା ଲୋକଙ୍କ ପାଇଁ ବିପଦ ସାଜିଛି। ବର୍ଷା ହେଲେ ଅଘଟଣ ଆଶଙ୍କା ରହିଛି।
ସହରରୁ ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି କ୍ରମରେ ବରଗଡ଼ ସହରର ବିଭିନ୍ନ ଗଳିକନ୍ଦିରେ ଡ୍ରେନ ନିର୍ମାଣ ହୋଇଥିବା ବେଳେ କେତେକ ସ୍ଥାନରେ ଡ୍ରେନ ନିର୍ମାଣାଧୀନ ରହିଛି । ତେବେ ସହର ମଧ୍ୟରେ ରହିଥିବା ବିଭିନ୍ନ ଡ୍ରେନ ମଇଳା ଆବର୍ଜନାରେ ପୂରି ରହିଥିବାରୁ ପାଣି ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି। ସେହିପରି କେତେକ ଡ୍ରେନରେ ଢ଼ାଙ୍କୁଣି ଦିଆହୋଇ ଥିବାବେଳେ ଅନେକ ଜାଗାରେ ଡ୍ରେନ ମୁକୁଳା ପଡ଼ିଛି। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ସହରର ବିଭିନ୍ନ ଗଳିକନ୍ଦିରେ ଡ୍ରେନ ନିର୍ମାଣାଧୀନ ରହିଛି।
ସେଭଳି ନିର୍ମାଣାଧୀନ ଡ୍ରେନ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଡ୍ରେନ ପାଇଁ ଗାତ ଖୋଳାଯାଇ କେଉଁଠି କାମ ଅଧାରେ ଅଟକି ମୁକୁଳା ହୋଇ ପଡ଼ିଥିବାବେଳେ ଆଉ କେଉଁଠି ଡ୍ରେନ ନିର୍ମାଣ ପାଇଁ ଉଦ୍ଦିଷ୍ଟ ବାଲି, ମେଟାଲ ରାସ୍ତା ଉପରେ ଗଦା ହୋଇଛି । ବରଗଡ଼ କେଶବ ନଗର ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଡ୍ରେନ ସେଭଳି ନିର୍ମାଣାଧୀନ ଥିବାବେଳେ ସହରର ଏକାଧିକ ସ୍ଥାନର ରାସ୍ତା ଉପରେ ବାଲି, ଗେଟି ଗଦା ହୋଇଛି। ଫଳରେ ଯାତାୟାତ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡ଼ୁଛି। ଏପରିକି ସ୍କୁଲକୁ ଯିବା ଆସିବା ସମୟରେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ବରଗଡ଼ର ଜଣେ ନାଗରିକ ଶିବାନନ୍ଦ ମଟାରୀ କହିଛନ୍ତି, ପ୍ରଶାସନର ଅବହେଳା ଯୋଗୁ ସହରର ଡ୍ରେନ ଗୁଡ଼ିକ ମୁକୁଳା ପଡ଼ିଛି। ବର୍ଷା ଆସିବା ପୂର୍ବରୁ ସମସ୍ତ ଡ୍ରେନ ସଫା କରାଯିବା କଥା। ସେହିପରି ଯେଉଁଠାରେ ନୂତନ ଡ୍ରେନ ନିର୍ମାଣ କରାଯାଉଛି, ସେହି କାମ ମଧ୍ୟ ବର୍ଷା ଆଗରୁ ସାରିବା କଥା। କିନ୍ତୁ ସେଭଳି କରାଯାଇ ନ ଥିବା ଯୋଗୁ ଲୋକେ ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁକୁଳା ଡ୍ରେନରେ ବିଭିନ୍ନ ସମୟରେ ଗାଈ,ଗୋରୁ ପଡ଼ି ଯାଉଥିବାବେଳେ ରାସ୍ତା ଉପରେ ବାଲି, ମେଟାଲ ଗଦା ହୋଇଥିବା ଯୋଗୁ ଅନେକ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଜଣେ ସ୍ଥାନୀୟ ନାଗରିକ ରାଜେନ୍ଦ୍ର ସିକନ୍ଦର କହିଛନ୍ତି, ବର୍ଷା ସମୟରେ ସେଭଳି ଡ୍ରେନ ନିର୍ମାଣର କିଛି ଆବଶ୍ୟକତା ନାହିଁ। ବର୍ଷା ପୂର୍ବରୁ ତାହା କରାଯିବା ଦରକାର। ବର୍ତ୍ତମାନ ଡ୍ରେନ ନିର୍ମାଣ ହେଉଛି। ହେଲେ କୌଣସି ପ୍ରଶାସନିକ ଅଧିକାରୀ ତଦାରଖ କରିବା ଦେଖାଯାଉନାହିଁ। ଏହା ପ୍ରଶାସନର ଦୂରଦୃଷ୍ଟିହୀନତାକୁ ସୂଚାଉଛି ଏବଂ ଏଥିପାଇଁ ସ୍ଥାନୀୟ ଲୋକେ ହଟହଟା ହେଉଛନ୍ତି ବୋଲି ସିକନ୍ଦର କହିଛନ୍ତି। ଏ ସମ୍ପର୍କରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି, ବର୍ଷା ହେବା ଯୋଗୁ ଡ୍ରେନ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଅଳ୍ପ କିଛିଦିନ ମଧ୍ୟରେ ଯେଭଳି ଡ୍ରେନ ନିର୍ମାଣ କାର୍ଯ୍ୟ ଠିକ୍‌ଭାବେ ଶେଷ ହେବ, ସେଥିପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବିଧାୟକ ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri