Odisha Elections 2024

ନିୟନ୍ତ୍ରଣ ବାହାରେ ପୁଷ୍ଟିହୀନତା

ଯାଜପୁର,୨୪ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତାର ଶିକାର ହୋଇ ଶିଶୁମୃତ୍ୟୁ ଘଟଣାର ୭ ବର୍ଷ ପରେ ବି ପ୍ରଶାସନର ଚେତା ପଶିନି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ନଂ.୧୨୯୬୬/୨୦୨୩)ର ଶୁଣାଣି ଉପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୮ା୬ା୨୦୨୩ରେ ହୋଇଥିବା ବୈଠକର ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ଉକ୍ତ ବୈଠକରେ ୨୦୨୩ ଶେଷ ସୁଦ୍ଧା ଅତିଶୟ ପୁଷ୍ଟିହୀନତା ବା ସିଭିୟର ଆକ୍ୟୁଟ ମାଲନ୍ୟୁଟ୍ରିଶନ(ଏସ୍‌ଏଏମ୍‌) ଆକ୍ରାନ୍ତ ଶିଶୁସଂଖ୍ୟା ଶୂନ୍ୟକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲକୁ ଯାଉଥିବା କିମ୍ବା ଯାଉ ନ ଥିବା ଶିଶୁମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ସମସ୍ତ ଜିଲାପାଳଙ୍କୁ କୁହାଯାଇଛି। ରାଜ୍ୟରେ ପୁଷ୍ଟିହୀନତା ଦୂର ଦିଗରେ ବ୍ୟାପକ ଅଭିଯାନ ଆରମ୍ଭ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ କଲ୍ୟାଣକାରୀ ସୁବିଧା ସହଜରେ ପହଞ୍ଚିବା ପାଇଁ ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ଏବଂ ଦାନଗଦି ବ୍ଲକ ଅଞ୍ଚଳରେ ପୁଷ୍ଟିହୀନତାର ଶିକାର ବହୁ ଶିଶୁ ରହିଛନ୍ତି। ୧୪ା୭ା୨୦୨୩ରେ ଶିଶୁ ଓ ମହିଳା କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଟାଟା କଲୋନୀ ଅଙ୍ଗନଓ୍ବାଡି କେନ୍ଦ୍ରରୁ ୩ ଜଣ ଅତିଶୟ ପୁଷ୍ଟିହୀନତା ଆକ୍ରାନ୍ତ ଶିଶୁଙ୍କୁ ଉଦ୍ଧାର କରି ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି କରିଥିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ତେବେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସ୍ବରୂପ ଯୋଗାଇ ଦିଆଯାଉଥିବା ଛତୁଆ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି। ଯାଜପୁର ଜିଲାରେ ୧୬ଟି ଗୋଷ୍ଠୀ ଜରିଆରେ ବର୍ଷକୁ ପ୍ରାୟ ୧୭ କୋଟି ଟଙ୍କା ଛତୁଆ ବାବଦରେ ଖର୍ଚ୍ଚ ହେଉଛି। ହେଲେ ଛତୁଆ ତିଆରି କରୁଥିବା କେତେକ ଗୋଷ୍ଠୀ ଏହାକୁ ବ୍ୟବସାୟରେ ପରିଣତ କରି ଲାଭ ଜଗିବାରେ ବ୍ୟସ୍ତ ରହୁଛନ୍ତି। ଫଳରେ ସରକାରଙ୍କ ପୁଷ୍ଟିହୀନତା ସଂଖ୍ୟା ହ୍ରାସ କରିବାର ଲକ୍ଷ୍ୟ ପରାହତ ହେଉଥିବା ମତପ୍ରକାଶ ପାଇଛି।
ସୂଚନାଥାଉକି, ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିବା ସାମାଜିକ କର୍ମୀ ମଣ୍ଟୁ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ଦାନଗଦି ବ୍ଲକ କିଆଝର, ରଣାଗୁଣ୍ଡି, ଶାଳିଜଙ୍ଗା, ନଡିଆଝର, ତ୍ରିଜଙ୍ଗା ପ୍ରଭୃତି ଅଞ୍ଚଳରେ ୫୦ରୁ ୬୦ ଜଣ ପୁଷ୍ଟିହୀନତାରେ ଆକ୍ରାନ୍ତ ଶିଶୁ ରହିଛନ୍ତି। ତେବେ ସେ ୧୪ ଜଣଙ୍କ ନାମ ଉଲ୍ଲେଖ କରିଥିଲେ। ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରି ପୁଷ୍ଟିହୀନତା ଆକ୍ରାନ୍ତ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ହୋଇଥିବା ପ୍ରଶାସନିକ ବୈଠକରେ ଆହୁରି ନିଷ୍ପତ୍ତି ହୋଇଛି ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶାରୀରିକ ଅକ୍ଷମତା କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟରେ ପଢି ପାରୁ ନ ଥିବା ସମସ୍ତ ପିଲାଙ୍କୁ ଶୁଖିଲା ରାଶନ ଏବଂ ଶିକ୍ଷଣ ସାମଗ୍ରୀ ଯୋଗାଇ ଦିଆଯିବ। ବିଦ୍ୟାଳୟ କର୍ତ୍ତୃପକ୍ଷ ପଞ୍ଜୀକୃତ ହୋଇ ନ ଥିବା ପିଲାମାନଙ୍କ ଗୃହକୁ ନିୟମିତ ପରିଦର୍ଶନ କରିବେ। ଏହାସହ ସ୍କୁଲ ଖୋଲିବାର ପ୍ରଥମ ୭ଦିନ ସମସ୍ତ ଘରକୁ ଘର ବୁଲି ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିବେ। ଯେପରି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ହେବେ ନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା ଯେ, କୌଣସି ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯେପରି ବଞ୍ଚିତ ରହିବେ ନାହିଁ। ଯଦି କାହାର ଆଧାର କାର୍ଡ ନାହିଁ, ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ ରାଶନ ସାମଗ୍ରୀ ଯୋଗାଇ ଦିଆଯିବ ଏବଂ ଏହି ସମୟ ମଧ୍ୟରେ ସେମାନଙ୍କ ଆଧାର କାର୍ଡ କରିବାକୁ ବ୍ୟବସ୍ଥା କରାଯିବ। ଏଥିପାଇଁ ବ୍ଲକସ୍ତରରେ ୪ରୁ ୫ଜଣ ଅଧିକାରୀ ଦାୟିତ୍ୱରେ ରହିବେ। ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ହୋଇଥିଲା ଯେ, ଅତିଶୟ ପୁଷ୍ଟିହୀନତାରେ ଆକ୍ରାନ୍ତ ଶିଶୁମାନଙ୍କୁ ଚିହ୍ନଟ କରିବାକୁ ଏକ ଅଭିଯାନ ଆରମ୍ଭ ହେବ। ପୁଷ୍ଟିହୀନତା ଚିହ୍ନଟ ଶିଶୁଙ୍କୁ ଆବଶ୍ୟକସ୍ଥଳେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଅନୁରୂପ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ ଆଦି ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଜିଲାପାଳ ହେଉଛନ୍ତି ଜିଲାର ଅଭିଭାବକ ଏବଂ ସେମାନଙ୍କ ଦାୟିତ୍ୱ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯେଉଁ ଶିଶୁମାନେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସାମିଲ ହୋଇନାହାନ୍ତି, ସେନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଜିଲାପାଳମାନଙ୍କୁ ୧୭ ଦଫା ନିଷ୍ପତ୍ତି ଉପରେ ଅନୁପାଳନ କରି ପୁଷ୍ଟିହୀନତା ଆକ୍ରାନ୍ତ ଶିଶୁସଂଖ୍ୟା ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri