ଛକ ଜଗିଛି ପୋଲିସ, ଗଳିରେ ଅପରାଧ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଛୋଟ ବଡ଼ ଚୋରି, ଲୁଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟୁଛି। କଥାକଥାକେ ଲୋକଙ୍କୁ ହତ୍ୟା କରାଯାଉ ଥିବାବେଳେ ଦିନ ଦ୍ୱିପ୍ରହରରେ ମୋବାଇଲ, ସାଇକେଲ, ବାଇକ୍‌ ଚୋରି ହେଉଛି। ସେହପରି ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରୁଛନ୍ତି । ଗତ ସପ୍ତାହକ ମଧ୍ୟରେ ଏଠାରେ ୨ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଥିବାବେଳେ ଗୋଟିଏ ରାତିରେ ଶାନ୍ତି ନଗରରେ ଘର ତାଲା ଭାଙ୍ଗି ଚୋରି ହେବା ସହିତ ୨ଟି ବାଇକ୍‌ ଚୋରି ହୋଇଛି। ସହରରେ ଚାଲିଥିବା ନିଶା ଏବଂ ସଟ୍ଟା କାରବାର ଯୋଗୁ ଏଠାରେ ଅପରାଧ ବଢ଼ି ଚାଲିଛି। ପୋଲିସର ଢିଲା ପାଟ୍ରୋଲିଂର ସୁଯୋଗ ନେଇ ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଥିବା ମତପ୍ରକାଶ ପାଇଛି ।

ବରଗଡ଼ ସହରରେ ଜିଲା ପୋଲିସ ମୁଖ୍ୟାଳୟ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ସମେତ ଟାଉନ ଥାନା ରହିଛି। ସହରର ପୂର୍ବପଟେ ବରାହଗୋଡ଼ା ଟୋଲପ୍ଲାଜା ନିକଟରେ ଗ୍ରାମାଞ୍ଚଳ ଥାନା ଥିବା ବେଳେ ପଶ୍ଚିମପଟେ ଅନତି ଦୂରରେ ସଦର ଥାନା ରହିଛି। ସହର ମଧ୍ୟରେ ୨ ପୋଲିସ ଫାଣ୍ଡି ମଧ୍ୟ ରହିଛି। ଲମ୍ବା ବିଲ୍‌ଡ଼ିଂ-ଭଟଲି ଛକ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୧ ରହିଥିବାବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୨ ରହିଛି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ୍‌ ଟାୱାର ରହିଛି। ଏଭଳି ଥାନା, ଫାଣ୍ଡିଠାରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟ ରହିଥିବା ସତ୍ତ୍ବେ ସହରରେ ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଦିନକୁ ଦିନ ଅଧିକ ସକ୍ରିୟ ହୋଇ ପଡ଼ୁଛନ୍ତି। ପୋଲିସ ସହରର କେତେକ ନିର୍ଦ୍ଦିଷ୍ଟ ଛକ ସ୍ଥାନରେ ଜଗି ରହି ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି । ଅନ୍ୟପଟେ ସହରର ଗଳିକନ୍ଦି, ଖୋଲା ପଡ଼ିଆକୁ ନିରାପଦ ସ୍ଥାନ ଭାବି ଅପରାଧୀମାନେ ସେଠାରେ ସଟ୍ଟା, ନିଶା କାରବାରଠାରୁ ଆରମ୍ଭ କରି ଚୋରି, ହତ୍ୟା ଭଳି ଅପରାଧ ଯୋଜନା କରୁଛନ୍ତି।

ସହରର ବିଭିନ୍ନ ଗଳିକନ୍ଦିରେ କଫ ସିରପ୍‌ ବୋତଲ ପଡ଼ି ରହିଛି। ଏପରିକି ଏସ୍‌ପି ଅଫିସ କାନ୍ଥକୁ ଲାଗି ପୌର କାର୍ଯ୍ୟାଳୟ ପଟକୁ ଯାଇଥିବା ଗଳିରାସ୍ତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ସେଠାରେ ମଧ୍ୟ ବହୁ ପରିମାଣର କଫ ସିରପ୍‌ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ସେହିପରି ଜର୍ଜ ହାଇସ୍କୁଲ ପଡ଼ିଆ, ନୂଆ ଜିରା ବ୍ରିଜ ନିକଟ, ରେଳ ଷ୍ଟେଶନ ରାସ୍ତା, ପାଣିଛତର ଓଭରବ୍ରିଜ, କଟାପାଲି ରାସ୍ତା, ସହର ଉପକଣ୍ଠରେ ଯାଇଥିବା ଫୋରଲେନ୍‌ ରାସ୍ତାରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ମେଳି କରି ସେଠାରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି ।

ସହରରେ ଏଭଳି ଅପରାଧ ବଢ଼ି ଚାଲିଥିବାବେଳେ ପୋଲିସ ପାଟ୍ରୋଲିଂ ମଧ୍ୟ ଦିନକୁ ଦିନ ଢ଼ିଲା ହୋଇ ଯାଉଥିବା ପରିଲକ୍ଷିତ ହେଉଛି। ଧର୍ମକୁ ଆଖିଠାର ଭଳି ପିସିଆର୍‌ ପଇଁତରା ମାରୁଛି। ହେଲେ ପୂର୍ବଭଳି ଆଉ ପିସିଆର୍‌ ବାଇକ୍‌ ସହରରେ ବୁଲୁଥିବା ଦେଖିବାକୁ ମିଳୁନାହିଁ। ସେହିପରି ସହରରେ ରହିଥିବା ଫାଣ୍ଡି ନଂ-୧ରେ ପୂର୍ବରୁ ପୋଲିସ କର୍ମଚାରୀମାନେ ଅବସ୍ଥାନ କରି ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ବାହାରୁଥିଲେ। କିନ୍ତୁ ଉକ୍ତ ଫାଣ୍ଡିରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସେହିପରି ସହରରେ ଅପରାଧୀମାନେ ସକ୍ରିୟ ହେଲେ ପୂର୍ବରୁ ପୋଲିସ ବିଭିନ୍ନ ଛକ ସ୍ଥାନରେ ନାକା ବନ୍ଦୀ କରି ଯାଞ୍ଚ କରୁଥିଲା। କିନ୍ତୁ ତାହା ମଧ୍ୟ ଆଉ ହେଉନାହିଁ। ଏଭଳି ଢିଲା ପାଟ୍ରୋଲିଂର ସୁଯୋଗ ନେଇ ସହରରେ ଅପରାଧୀମାନେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri