ଫ୍ଲାଇଆଶ୍‌ରେ ପୋତି ହେଲା ଚାଷଜମି

ଦେବଗଡ,୨୧ା୭(ଶଶାଙ୍କ ଶେଖର ଝାଙ୍କର): ନିର୍ମାଣକାରୀ ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଫ୍ଲାଇଆଶ୍‌(ପାଉଁଶ)ରେ ପୋତିହୋଇ ଦେବଗଡ ଜିଲା ବାରକୋଟ ବ୍ଲକ ଖୁଲୁଣ୍ଡିକୁଦର ଗ୍ରାମର ୨୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ନଷ୍ଟ ହୋଇଛି। ଏଥିଯୋଗୁ ଚଳିତ ବର୍ଷ ସେହି ଜମିରେ ଫସଲ କରିବାର ଆଉ ସମ୍ଭାବନା ନାହିଁ। ଏହାକୁ ନେଇ ରାସ୍ତା ନିର୍ମାଣକାରୀ ସଂସ୍ଥା କିମ୍ବା ସ୍ଥାନୀୟ ରାଜସ୍ବ ପ୍ରଶାସନ ଶୁଣୁ ନ ଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚଏଆଇ)ଦ୍ୱାରା ବାରକୋଟ ବ୍ଲକ ସଦର ମହକୁମାରୁ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥର ଫୋର ଲେନ ପ୍ରଶସ୍ତୀକରଣ କାମ ଚାଲିଛି। ନିର୍ମାଣକାରୀ ସଂସ୍ଥା ଏଆର୍‌ଏସ୍‌ଏସ୍‌ କାର୍ଯ୍ୟ ଦାୟିତ୍ୱରେ ଅଛି। ରାଜପଥର କଂଙ୍କ୍ରିଟୀକରଣ ଓ ପୋଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୋଲ ନିର୍ମାଣରେ ବ୍ୟବହାର ପାଇଁ ଖୁଲୁଣ୍ଡିକୁଦର ନିକଟ ନିର୍ମାଣାଧୀନ ରାସ୍ତାରେ ପର୍ଯ୍ୟାପ୍ତ ପରିମାଣର ପାଉଁଶ(ଫ୍ଲାଇଆଶ୍‌)ଗଚ୍ଛିତ କରି ରଖାଯାଇଛି। ମାତ୍ର ବିଧି ଅନୁଯାୟୀ ଏହାର ଉଭୟ ପାର୍ଶ୍ୱରେ କୌଣସି ପାଚେରୀ ବାଡ(ୱାଲ)ନିର୍ମାଣ କରାଯାଇନାହିଁ। ସେହିପରି ବର୍ଷାପାଣି ଯିବା ପାଇଁ କୌଣସି ଡ୍ରେନ ମଧ୍ୟ ନାହିଁ । ଫଳରେ ରାସ୍ତା ଉପରେ ଥିବା ଶହଶହ ଟ୍ରିପ ପାଉଁଶ ବର୍ଷା ପାଣିରେ ଭାସି ଉକ୍ତ ଗ୍ରାମର ପ୍ରାୟ ୨୦ ଜଣଙ୍କ ଚାଷ ଜମିରେ ପଶିଛି। ଏହାଦ୍ୱାରା ବୁଣାଯାଇଥିବା ଧାନଗଛ ଏବଂ ଧାନ ପହ୍ଳା ଆଦି ପୋତି ହୋଇଯାଇଛି। ସମ୍ପୃକ୍ତ ଚାଷ ଜମି ପାଉଁଶରେ ପୋତି ହୋଇଯାଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ସେଥିରୁ କୌଣସି ଫସଲ ହେବା ଆଶା କରାଯାଇପାରିବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ବାରକୋଟ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ହେଲେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଚାଷୀମାନେ କହିଛନ୍ତି। ନିର୍ମାଣକାରୀ ସଂସ୍ଥା କିମ୍ବା ତଦାରଖ ଦାୟିତ୍ୱରେ ଥିବା ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏ ସମ୍ପର୍କରେ ତହସିଲଦାର ତାପସ ଭୋଇଙ୍କୁ ତାଙ୍କ ମୋବାଇଲ ନଂ ୬୩୭୦୬୬୯୪୮୩ରେ ଯୋଗଯୋଗ କରାଯାଇଥିଲା। ରିଙ୍ଗ ହେବା ସତ୍ତ୍ୱେ ସେ ଫୋନ ରିସିଭ କରି ନ ଥିଲେ। ପରେ ପ୍ରତିକ୍ରିୟା ପାଇଁ ତାଙ୍କୁ ହ୍ବାଟସଆପ୍‌ରେ ମେସେଜ ଦେବା ପରେ ଆର୍‌ଡିସି ଅଫିସରେ ଚାଲିଥିବା ରିଭ୍ୟୁ ମିଟିଂରେ ଅଛି ବୋଲି ଏତିକି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri