ନୟାଗଡ଼ ଡିଏଚଏଚ୍‌ରେ ନାହିଁ ଅତ୍ୟାଧୁନିକ ଆମ୍ବୁଲାନ୍ସ

ନୟାଗଡ଼,୨୧।୭ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାକୁ ଛାଡି ଦେଲେ ଅବଶିଷ୍ଟ ୨୯ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ରହିଛି । ତେବେ ନୟାଗଡ଼ ଜିଲାରେ ଏଭଳି ଆମ୍ବୁଲାନ୍ସ ନାହିଁ। ସାଢ଼େ ୩ ବର୍ଷ ତଳେ ମୋ ସରକାର ଯୋଜନାରେ ୨ଟି ଆମ୍ବୁଲାନ୍ସ ଦେବେ ବୋଲି ସରକାର ଘୋଷଣା କରିଥିଲେ । ତେବେ ସାଢ଼େ ୩ ବର୍ଷ ଭିତରେ କେବଳ ଏକ ମୃତଦେହ ପରିବହନ ଆମ୍ବୁଲାନ୍ସ ମିଳିଛି । ଏହି ଆମ୍ବୁଲାନ୍ସ ମୃତଦେହ ବୁହା କାର୍ଯ୍ୟରେ ବିନିଯୋଗ କରା ନ ଯାଇ ବଡବଡିଆଙ୍କ ପାଇଁ ପ୍ରୋଟକଲ ସେବାରେ ଲାଗିଛି । ଅବଶିଷ୍ଟ ସମୟ ଗ୍ୟାରେଜରେ ରଖାଯାଉଛି । ନୟାଗଡ଼ ଜିଲାର ରୋଗୀ ଏହି ଆମ୍ବୁଲାନ୍ସରୁ ସେବା ପାଉଛନ୍ତି କି ନାହିଁ ସେଥିପ୍ରତି ସ୍ବାସ୍ଥ୍ୟ ବିଭାଗର ନଜର ନାହିଁ । ନୟାଗଡ଼ ଜିଲାକୁ ୫-ଟି ସଚିବ ଆସିଛନ୍ତି। ଏଥିପ୍ରତି ନଜର ଦେଲେ ରୋଗୀଙ୍କ ସେବାରେ ଆମ୍ବୁଲାନ୍ସ ଲାଗି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିବାକୁ ସରକାରଙ୍କ ନିୟମ ରହିଛି । ଏଥିରେ ଭେଣ୍ଟିଲେଟର, ଅକ୍ସିଜେନ, ଇନ୍‌ଭୋଟରର ସୁବିଧା ରହିଥାଏ। ଯାହାକି ମିନି ଆଇସିୟୁର କାମ କରିଥାଏ । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସରେ ମିଳିଥାଏ । ତେବେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁରେ ତାଲା ଝୁଲୁଛି । ଗୁରୁତର ରୋଗୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଗଲେ ହଇରାଣ ହେବାକୁ ପଡୁଛି । ନିକଟରେ ବିଏମ୍‌ସି ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲକୁ ୫ କିମି ରାସ୍ତା ଯିବା ପାଇଁ ଆଡଭାନ୍ସ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ପୁଣି କନ୍ଧମାଳରେ ୪, କୋରାପୁଟରେ ୪, ଖୋର୍ଦ୍ଧାରେ ୧, କ୍ୟାପିଟାଲ ହସ୍ପିଟାଲରେ ୩, ପୁରୀରେ ୪ ଅତ୍ୟାଧୁନିକ ଆମ୍ବୁଲାନ୍ସ ରହିଛି । ଏଭଳିସ୍ଥଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତକଙ୍କ ଘରକୁ ମୃତଦେହ ପରିବହନ କରିବା ବ୍ୟବସ୍ଥାକୁ ସରକାର ଓ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରି ଚାଲିଛନ୍ତି । ସବୁବେଳେ ବେସରକାରୀ ଘରୋଇ ଆମ୍ବୁଲାନ୍ସ ମୃତଦେହ ପରିବହନ ସେବା ମିଳୁନି । ପୁଣି ବେସରକାରୀ ସେବାରେ ମୃତଦେହ ପରିବହନ ପାଇଁ ଅଧିକ ଟଙ୍କା ଦାବି ହେଉଛି । କେହି କେହି ଅଧିକ ଟଙ୍କା ନ ଦେଇ ମୃତଦେହ ପରିବହନ ବାଇକ୍‌ରେ କରୁଛନ୍ତି । ଏଣୁ ବିଭିନ୍ନ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବାଇକ୍‌ରେ ମୃତଦେହ ପରିବହନ କରିବା ପରି ଖବର ଶୁଣିବାକୁ ମିଳିଛୁ। ଅନ୍ୟପକ୍ଷେ ମୃତଦେହ ପରିବହନ ପାଇଁ ସରକାର ଯୋଗାଇଥିବା ମହାପ୍ରୟାଣ ଗାଡ଼ି ଅଧିକାଂଶ ସମୟରେ ଅଚଳ ରହୁଛି । ଏଣୁ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ମହାପ୍ରୟାଣ ସେବା ଯୋଗାଇବା ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହେଉଛି । ସବୁବେଳେ ଯଦି ମହାପ୍ରୟାଣ ଗାଡ଼ି ଖରାପ ତେବେ ଏହି ସେବାକୁ ବନ୍ଦ କରି ଦିଆଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅପରପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୋ ସରକାର ୧୦୦ ଶଯ୍ୟା ବିଶିଷ୍ଟ ୬ମହଲା ବିଶିଷ୍ଟ କୋଠା ଘର ନିର୍ମାଣ କରିବା ପାଇଁ ଘୋଷଣା କରିବା ସମୟରେ ୨ଟି ଆମ୍ବୁଲାନ୍ସ ଦେବାକୁ କହିଥିଲେ । ପରବର୍ତ୍ତୀ ପରିସ୍ଥିତିରେ ୧୦୦ ଶଯ୍ୟା ବିଶିଷ୍ଟ ୬ ମହଲା ବିଶିଷ୍ଟ କୋଠା ଘର ନିର୍ମାଣ ହୋଇ ସାରିଛି। ହେଲେ ଅତ୍ୟାଧୁନିକ ଆମ୍ବୁଲାନ୍ସ ମିଳିନି। ୫-ଟି ସଚିବ ନୟାଗଡ଼ ଜିଲାକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଅନ୍ତୁ । ମୃତଦେହ ପରିବହନ ଗାଡ଼ିକୁ ଆମ୍ବୁଲାନ୍ସ କାମରୁ ନିବୃତ୍ତ କରାଇ ରୋଗୀଙ୍କ ମୃତଦେହ ପରିବହନ କରିବାକୁ ନିର୍ଦ୍ଦେଶ ଦେବାକୁ ସାଧରଣରେ ଦାବି ହେଉଛି । ଏନେଇ ଓଡ଼ଗଁାର ଶାନ୍ତନୁ ବିଶୋଇ, ନୟାଗଡ଼ର ଶୂନ୍ୟ ଜୟୀ ମିଶ୍ର କୁହନ୍ତି, ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ମୃତଦେହ ପରିବହନ ବ୍ୟବସ୍ଥାକୁ ସରକାର ସଜାଡିବାକୁ ପଦକ୍ଷେପ ନେବା ଆବଶ୍ୟକ। ଏହା ଏକ ଜରୁରୀ ସେବା ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri