ନିଶା ନିଶା ଦେଶ

ସୋମବାର ନ୍ୟାଶନାଲ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ସାରା ଦେଶରେ ଆନୁମାନିକ ୨,୩୮୧ କୋଟି ଟଙ୍କା ମୂଲ୍ୟର ୧.୪୪ ଲକ୍ଷ କେ.ଜି. ନିଶାଦ୍ରବ୍ୟ ନଷ୍ଟ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ୍‌ ନ୍ୟାଶନାଲ ସିକ୍ୟୁରିଟି ସମ୍ମଳନୀରେ ସମସ୍ତ ରାଜ୍ୟର ଆଣ୍ଟି ନାର୍କୋଟିକ୍ସ ଟାସ୍କଫୋର୍ସ ସହ ସମନ୍ବୟ ରକ୍ଷାକରି ଏହାକୁ ନଷ୍ଟ କରାଯାଇଥିଲା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଭର୍ଚୁଆଲି ଏହାକୁ ନିରୀକ୍ଷଣ କରିଥିଲେ। ଏହି ପଦକ୍ଷେପ ସହ ଗତ ବର୍ଷକ ମଧ୍ୟରେ ଦେଶରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ମୋଟ ୧୦ ଲକ୍ଷ କେ.ଜି. ଡ୍ରଗ୍ସ ନଷ୍ଟ କରାଯାଇଛି ଓ ଏହା ଏକ ବଡ଼ ସଫଳତା ବୋଲି ଶାହା କହିିଥିଲେ। ତାଙ୍କ ମତରେ, ଯୁବକଙ୍କୁ ନିଶା ପ୍ରଭାବରୁ ମୁକ୍ତ କରିବା ସହ ଦେଶକୁ ବେଆଇନ ନିଶାଦ୍ରବ୍ୟରୁ ସୁରକ୍ଷିତ ରଖିବାକୁ ଉକ୍ତ ଡ୍ରଗ୍ସ ବିରୋଧୀ ଯୁଦ୍ଧ ଚାଲିଛି। ଗୋଟିଏପଟେ ଡ୍ରଗ୍ସ ନଷ୍ଟ କରିବା ପ୍ରକ୍ରିୟା ଚାଲିଥିବାେବେଳ ଅନ୍ୟପଟେ ଏହାର ବେପାର ତା’ସହ ତାଳ ଦେଇ ବଢ଼ିଚାଲିଛି। ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଶାଦ୍ରବ୍ୟ ଚୋରା କାରବାରର ଏକ ସୁବିଧା ପଥ ପାଲଟିଗଲାଣି। ଆଫଗାନିସ୍ତାନ, ପାକିସ୍ତାନ, ଇରାନ୍‌ ଆଦି ଦେଶରୁ ହେରୋଇନ୍‌, ଅଫିମ ଏବଂ ବ୍ରାଉନ୍‌ସୁଗାର ପ୍ରଚୁର ପରିମାଣରେ ଭାରତକୁ ଆସୁଛି, ଯାହାର ପ୍ରମାଣ ବାରମ୍ବାର ଜବତ ଘଟଣାରୁ ଜଣାପଡ଼ୁଛି। ବର୍ଷକ ମଧ୍ୟରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ନଷ୍ଟ କରାଯିବାକୁ ନେଇ ସରକାର ପାରିବାପଣିଆ ଦେଖାଉଛନ୍ତି। କିନ୍ତୁ ୨୦୨୧ ସେପ୍ଟେମ୍ବରରେ ଆଦାନୀଙ୍କ ମାଲିକାନାରେ ଥିବା ମାନ୍ଦ୍ରା ବନ୍ଦରରୁ ଜବତ ହୋଇଥିବା ପ୍ରାୟ ୨୧,୦୦୦ କୋଟି ଟଙ୍କା ମୂଲ୍ୟର ୩,୦୦୦ କେ.ଜି. ହେରୋଇନ୍‌ ତୁଳନାରେ ସରକାରଙ୍କ ଏବକାର ଦାବି ଗୌଣ ଲାଗୁଛି। ସେ ସମୟରେ ବାହୁସ୍ଫୋଟ ନ ମାରି ବରଂ ସରକାର ଏହି କଥାକୁ ଚାପି ଦେବାର ଚେଷ୍ଟା କରିଥିଲେ। ଏହାର କାରଣ ବୁଝିବା କଷ୍ଟକର ନୁହେଁ। ସୁନାପୁଅ ଆଦାନୀର ସେତେବେଳଯାଏ ଖରାପ ସମୟ ପଡ଼ି ନ ଥିଲା। ମାନ୍ଦ୍ରା ବନ୍ଦର ଜବତ ଘଟଣାକୁ ଦେଖିଲେ ଭାରତକୁ ଗୋଟିଏ ସମୟରେ ଯଦି ଏତେ ପରିମାଣର ଓ ମୂଲ୍ୟର ନିଶାଦ୍ରବ୍ୟ ଆସିପାରୁଛି, ତେବେ ସାମଗ୍ରିକ ଚାଲାଣର ପରିମାଣ କେତେ ଅଧିକ ହେବ ତାହା ଅନୁମାନ କରାଯାଇପାରେ।
ଅମିତ୍‌ ଶାହା ଏହା ମଧ୍ୟ ଦାବି କରିଛନ୍ତି ଯେ, ଉପା ସରକାରଙ୍କ ତୁଳନାରେ ଭାଜପା ସରକାରଙ୍କ ଅମଳରେ ଡ୍ରଗ୍ସ ଜବତ ହେବା, ମାମଲା ରୁଜୁ କରାଯିବା ଏବଂ ଗିରଫଦାରି ଢେର ବଢ଼ିଛି। ଶାହାଙ୍କ ମନ୍ତବ୍ୟ ପରୋକ୍ଷରେ ନିଶାଦ୍ରବ୍ୟର ବ୍ୟାପକ ଚୋରା କାରବାରକୁ ମଧ୍ୟ ଇଙ୍ଗିତ କରୁଛି, ଯାହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେବା ଭଳି ମନେହେଉଛି। ୨୦୧୭ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ସର୍ଭେ ରିପୋର୍ଟରେ କୁହାଯାଇଥିଲା ଯେ, ୨୦୦୪ ତୁଳନାରେ ଭାରତରେ ଡ୍ରଗ୍ସ ବ୍ୟବହାର ବୃଦ୍ଧି ପାଇଛି। ୨୦୨୨ରେ ଏନ୍‌ସିବିର ଏକ ରିପୋର୍ଟ ଦର୍ଶାଇଥିଲା ଯେ, ବିଗତ ୮ ବର୍ଷରେ ନିଶା ଦ୍ରବ୍ୟ ବ୍ୟବହାରରେ ୭୦% ବୃଦ୍ଧି ଘଟିବା ସହ ୧୦ କୋଟି ଲୋକ ଏହା କବଳରେ ଅଛନ୍ତି। ସେହି ସମାନ ବର୍ଷ ନଭେମ୍ବରରେ ଜାତିସଂଘର ଡ୍ରଗ୍ସ ଆଣ୍ଡ୍‌ କ୍ରାଇମର ଓ୍ବାଲର୍‌ଡ ଡ୍ରଗ୍ସ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ନିଶାଦ୍ରବ୍ୟ ବ୍ୟବହାର ଦୃଷ୍ଟିକୋଣରୁ ଭାରତ ବିଶ୍ୱର ସବୁଠୁ ବଡ଼ ବଜାର ଓ ଏସବୁ ଆଫଗାନିସ୍ଥାନରୁ ଅଧିକ ଆସୁଛି। ବିଶେଷକରି ଜଳପଥରେ ବନ୍ଦର ଦେଇ ଅତ୍ୟଧିକ ନିଶାଦ୍ରବ୍ୟ ଭାରତରେ ପ୍ରବେଶ କରୁଥିବା ଏନ୍‌ସିବି ମଧ୍ୟ ସ୍ବୀକାର କରିଛି। ଏଣୁ କେବଳ ଡ୍ରଗ୍ସ ନଷ୍ଟ କରି ପୂର୍ବ ସରକାର ତୁଳନାରେ ଏବକାର ପ୍ରଚାର ସର୍ବସ୍ବ ସରକାର ବାହାବା ନେବା ପରିବର୍ତ୍ତେ ଏହାର ଚୋରା ଚାଲାଣ ଉପରେ କଠୋର ପଦକ୍ଷେପ ନେବା ଦରକାର। ନିଶାଦ୍ରବ୍ୟ ମାଫିଆଙ୍କ ସଙ୍ଗେ ଲଢ଼ିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇ ତା’ ପାଇଁ ପୃଥକ୍‌ ବଜେଟର ପ୍ରାବଧାନ ଏବଂ ମିଲେଟାରି ଓ ପାରାମିଲେଟାରି ବ୍ୟବସ୍ଥା କରାଯିବା ଆବଶ୍ୟକ। ଡ୍ରଗ୍ସ କାରବାରକୁ ଅନେକ ବିଲିୟନ ଡଲାର ଇଣ୍ଡଷ୍ଟ୍ରି ଭାବେ ଧରାଯାଇପାରେ। ଏଣୁ ଏହି କାରବାର ପଛରେ ଅର୍ଥ ଓ ବାହୁବଳ ସେହି ପରିମାଣରେ ରହିବା ସ୍ବାଭାବିକ। ଏବେ ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ସିକ୍ରେଟ ଓ୍ବେବ୍‌ସାଇଟ୍‌, କ୍ରିପ୍ଟୋକରେନ୍ସି ପେମଣ୍ଟ ଓ କୋରିୟର ସେବା ଏପରିକି ସୀମାରେ ଡ୍ରୋନ୍‌ ମାଧ୍ୟମରେ ଡ୍ରଗ୍ସ କାରବାର ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ନୂତନ ଜ୍ଞାନକୌଶଳ ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। କିନ୍ତୁ ଏ ସବୁଥିରେ ଭାରତର ଡ୍ରଗ୍ସ ନିୟନ୍ତ୍ରଣ ବ୍ୟବସ୍ଥା ପଛରେ ପଡ଼ିଯାଇଛି। ଅନ୍ୟପକ୍ଷରେ ବିଶ୍ୱର ପ୍ରମୁଖ ଡ୍ରଗ୍ସ ବିରୋଧୀ ଦେଶ ଭାବେ ପରିଚିତ ଥାଇଲାଣ୍ଡ ନିକଟରେ ଗଞ୍ଜେଇ ବେପାରକୁ ଆଇନସମ୍ମତ କରି ଏହାର ଚୋରା ଚାଲାଣକୁ ଅନେକାଂଶରେ ନିୟନ୍ତ୍ରଣ କରିପାରିଛି। ମନେରଖିବାକୁ ହେବ ଯେ, ଥାଇଲାଣ୍ଡରେ ପୂର୍ବରୁ ନିଶାଦ୍ରଦ୍ୟ କାରବାରରେ ଜଡ଼ିତ ବ୍ୟକ୍ତିଙ୍କୁ ପାଶୀଦଣ୍ଡ ଦିଆଯାଉଥିଲା। ଥାଇଲାଣ୍ଡ ପରି ଭାରତରେ ଗଞ୍ଜେଇ ଭଳି ବହୁଳ ବେପାରକୁ ସୀମିତ ଭାବେ ଆଇନ ପରିସରକୁ ଅଣାଯାଇପାରିଲେ ତାହାର ନିୟନ୍ତ୍ରଣ କରିବା ସହଜ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri