ଲୁଣାନଦୀ ସେତୁକୁ ସଂଯୋଗ ରାସ୍ତା ନାହିଁ

ଡେରାବିଶ,୧୭ା୭ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ଳକ ଅଧୀନ ଲୁଣାନଦୀର ଦାନପୁରଠାରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନର ଦାବି ଫଳରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସେତୁ ନିର୍ମାଣ କରାଯାଇଛି। ତେବେ ଲୁଣାନଦୀ ପାର୍ଶ୍ୱରେ ଥିବା କେନ୍ଦ୍ରାପଡ଼ା କେନାଲ ଉପରେ କରାଯାଇଥିବା ସେତୁ ଲୁଣା ସେତୁକୁ ସଂଯୋଗ କରିଛି। କିନ୍ତୁ ସେତୁକୁ ସଂଯୋଗ ରାସ୍ତା ନ ଥିବା ସତ୍ତ୍ୱେ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ତେବେ କେନାଲ ଉପରେ ନିର୍ମିତ ସେତୁକୁ ସଂଯୋଗ କରୁଥିବା ଦାନପୁର-ଚାନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାଟି ନିର୍ମାଣ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁ ଦୀର୍ଘ ୭ବର୍ଷ ହେବ ରାସ୍ତାଟି ସଂଯୋଗ ହୋଇପାରୁନାହିଁ। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିଲେ କେନାଲ ଉପରେ ସେତୁକୁ ସଂଯୋଗ କରୁଥିବା ସ୍ଥାନଟି ବ୍ୟକ୍ତିଗତ ମାଲିକାନାରେ ଥିବାରୁ ତାହା ନ୍ୟାୟାଳୟର ବିଚାରାଧୀନ ଅଛି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଛନ୍ତି। ଏହି ରାସ୍ତାକୁ ତୁରନ୍ତ ସଂଯୋଗ କରିବାକୁ ବ୍ଲକ ଅଧୀନ ଦାନପୁର, ଯଅଁରାବାରିମୂଳ, ହରିଅଙ୍କ ଓ ଇନ୍ଦାଳୋ ପଞ୍ଚାୟତର ଅଧିବାସୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ଜିଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ କହିଛନ୍ତି। ଶତପଥୀ କହିଛନ୍ତି, ନଦୀରେ ସେତୁ କରି ଅଧାପନ୍ତରିଆ ଅବସ୍ଥାରେ ପକାଇ ଦେଇଥିବା ପୂର୍ତ୍ତ ବିଭାଗ ପାଇଁ ଅଞ୍ଚଳର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ମନମାନୀ ଓ ତୋଗଲକି ନୀତି ପାଇଁ ସଂଯୋଗୀକରଣ ରାସ୍ତାର କାର୍ଯ୍ୟରେ ବିଳମ୍ବ ଘଟୁଛି, ଯେଉଁଥିପାଇଁ ଅଞ୍ଚଳବାସୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଶତପଥୀ କହିଛନ୍ତି। ଅପରପକ୍ଷରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ଦକ୍ଷିଣପାର୍ଶ୍ୱ ବନ୍ଧଟିକୁ ମରାମତି କରାଯାଇ ପୂର୍ତ୍ତ ବିଭାଗ ଅସ୍ଥାୟୀ ଭାବେ ଯାତାୟାତର ସୁବିଧା କରିଛନ୍ତି।
ମାତ୍ର ବ୍ରିଟିଶ ସରକାରଙ୍କ ଅମଳରୁ ଦାନପୁରଠାରେ କେନାଲ ଉପରେ ହୋଇଥିବା ଲକ୍‌ ପୋଲଟି ଏହି ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ଓ ଲୋକଙ୍କ ପାଇଁ ମୁଖ୍ୟ ସହାୟକ ହୋଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଅଣଓସାରିଆ ପୋଲଟି ଉପରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା, କଟକରୁ ପାଟକୁରା ଓ ଅନ୍ୟସ୍ଥାନକୁ ଆସୁଥିବା ଯାତ୍ରୀବାହୀ ବସ୍‌ ଲକ୍‌ପୋଲ ଦେଇ ଯାଉଛି। ଏଥିସହ ଲୁଣା-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳରେ ଥିବା ଡେରାବିଶ, ଗରଦପୁର ଓ ମାର୍ଶାଘାଇ ଅଞ୍ଚଳର କେତେକ ପଞ୍ଚାୟତବାସୀ ଏହି ସେତୁ ଦେଇ ଜିଲା ସଦର ମହକୁମା, କଟକ, ଭୁବନେଶ୍ୱର ସହ ଅନ୍ୟ ସ୍ଥାନକୁ ଯିବା ଆସିବା କରିଥାନ୍ତି। ଏଥିସହ ଜିଲାର ପ୍ରମୁଖ ସାପ୍ତାହିକ ହାଟ ଚାନ୍ଦୋଳ, ଚଅଁପୁର, ମାହାଳ, ଭୋଳହାଟ ଉପରେ ନିର୍ଭରଶୀଳ ପରିବା ଚାଷୀ ସହ ସାଧାରଣ ଲୋକ ସେତୁ ଉପରେ ନିର୍ଭରଶୀଳ। ଦ୍ୱୀପାଞ୍ଚଳର ଛାତ୍ରୀଛାତ୍ରମାନେ ଅଧ୍ୟୟନ କରୁଥିବା ଡେଲ୍‌ଟା, ଚାନ୍ଦୋଳ କଲେଜ ସମେତ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ ପାଇଁ ଏହି ସେତୁ ଦେଇ ଯା’ଆସ କରିଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଏକ ବିପଦସଙ୍କୁଳ ପୋଲରେ ଯାତାୟାତ ବନ୍ଦ କରାଯାଇ ପୂର୍ତ୍ତ ବିଭାଗ ପକ୍ଷରୁ ଅଧାପନ୍ତରିଆ ଭାବେ ନିର୍ମାଣ ହୋଇ ପଡ଼ି ରହିଥିବା କେନାଲ ଉପର ସେତୁକୁ ତୁରନ୍ତ ସଂଯୋଗୀକରଣ ରାସ୍ତା କରିବାକୁ ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି। ହେଲେ କେନ୍ଦ୍ରାପଡ଼ାରେ ଅବସ୍ଥାପିତ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏହାକୁ ହେୟଜ୍ଞାନ କରୁଥିବା ନେଇ ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଦାନପୁର ଲକ୍‌ ପୋଲ ଦେଇ ଲୁଣା ସେତୁକୁ ଅସ୍ଥାୟୀ ଭାବେ ସଂଯୋଗ କରୁଥିବା ରାସ୍ତାଟି ଆହୁରି ବିପଦପୂର୍ଣ୍ଣ ହୋଇପଡ଼ିବ। ଯଦି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏ ବିଷୟରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର ନାୟକଙ୍କୁ ପଚାରିବାରୁ ଏ ବିଷୟରେ ଆପଣ ଏସ୍‌ଡିଓଙ୍କୁ ଯୋଗାଯୋଗ କରିବାକୁ କହି ଫୋନ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri