କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍ଏଫ୍ଏଚ୍ଏସ୍- ୪ ତୁଳନାରେ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ଅଧିକ ଶିକାର ହୋଇଥିବା ବେଳେ ଶିଶୁଙ୍କ ସଂଖ୍ୟା ୩୨.୮ ପ୍ରତିଶତ ବଢ଼ିଛି। ଏନ୍ଏଫ୍ଏଚ୍ଏସ୍୍- ୪ ସର୍ଭେରେ ଜିଲାରେ ଶିଶୁଙ୍କ ରକ୍ତହୀନତା ସଂଖ୍ୟାହାର ୨୬.୭ ପ୍ରତିଶତ ଥିବା ବେଳେ ଏନ୍ଏଫ୍ଏଚ୍ଏସ୍୍- ୫ରେ ଏହାର ସଂଖ୍ୟାହାର ୬୧.୫ ପ୍ରତିଶତ ହୋଇଛି। ସେହିପରି ନ୍ୟାଶନାଲ ହେଲ୍ଥ ସିଷ୍ଟମ ରିସୋର୍ସ ସେଣ୍ଟରର ୨୦୨୧ ହେଲ୍ଥ ଡୋସିଅର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ଏବେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୮୬୦ ଅଛି। ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଉଦ୍ବେଗ ସ୍ଥିତିରେ ଅଛି। ୬୪.୭ ପ୍ରତିଶତ ମହିଳା ଏଥିପ୍ରତି ବିତସ୍ପୃହତା ଦେଖାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୯୬.୭ ପ୍ରତିଶତ ମହିଳା ଶିଶୁ ଜନ୍ମ କରୁଥିଲେ ମଧ୍ୟ ୬.୫ ପ୍ରତିଶତ ଶିଶୁଙ୍କୁ ଟିକାକରଣ ହୋଇପାରୁନାହିଁ। ଉପକୂଳ ଅଞ୍ଚଳର କେନ୍ଦ୍ରାପଡ଼ା ଜିଲାରେ ମହିଳା ଓ ଶିଶୁଙ୍କ ଏହି ସ୍ବାସ୍ଥ୍ୟ ରିପୋର୍ଟ ଉଦ୍ବେଗଜନକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ସାମାଜିକ କର୍ମୀ ବାନାମ୍ବର ସାହୁ, ଜ୍ୟୋତିପ୍ରକାଶ ନାୟକ, ପିନାକୀ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଏନ୍ଏଫ୍ଏଚ୍ଏସ୍୍- ୫ ସର୍ଭେ ରିପୋର୍ଟ ଜିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ପାରୁ ନ ଥିବା ଏଠାରେ ଦର୍ଶାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହ ରାଜ୍ୟ ସ୍ବାସ୍ଥ୍ୟ ମିଶନ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାଙ୍କ ପାଇଁ ସ୍ବାବଲମ୍ବୀ ଯୋଜନା ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବିନିଯୋଗ କରାଯାଉଛି। ଏହାସତ୍ତ୍ୱେ ଜିଲାରେ ରକ୍ତହୀନତାରେ ମହିଳା ଓ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଖାଦ୍ୟ ସୁରକ୍ଷାରେ ରାଶନ ସାମଗ୍ରୀ ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବିତରଣ, ଆଇରନ ଫୋଲିକ ଏସିଡ୍ ଆଦି ରକ୍ତହୀନତାରୁ ନିସ୍ତାର ପାଇଁ ମହିଳାଙ୍କୁ ଦିଆଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦର୍ଶାଉଛି। ବାସ୍ତବ ତଥ୍ୟ ହେଉଛି, ଜିଲାର ୧ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୨୧ଟି ମେଡିକାଲ ଶଯ୍ୟା ଅଛି। ସେହିପରି ଡାକ୍ତର ପଦବୀ ପାଇଁ ୨୨୪ଟି ସ୍ଥାନ ସୃଷ୍ଟି ହୋଇଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ପୂରଣ ହୋଇନାହିଁ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ୨୨୬ ସବ୍ସେଣ୍ଟର ମଧ୍ୟରୁ କେତେକ ସ୍ଥାନରେ ଏଏନ୍ଏମ୍ ନାହାନ୍ତି। ମହିଳାଙ୍କ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନ ହେଉଥିବା କେବଳ କାଗଜପତ୍ରରେ ସୀମିତ ରହୁଛି। ଜିଲାର ଉପାନ୍ତ ଅଞ୍ଚଳରେ ଥିବା ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇରେ ରକ୍ତହୀନତାରେ ଅଧିକ ମହିଳା ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ। ଏ ସମ୍ପର୍କରେ ସିଡିଏମ୍ଓ ଡା. ଅନୀତା ପଟ୍ଟନାୟକଙ୍କୁ ପଚାରିବାରେ ୬ ବର୍ଷ ମଧ୍ୟରୁ ୨ ବର୍ଷ କରୋନା ସଂକ୍ରମଣ ଭୟ ରହିଥିଲା। ସ୍ଥାନୀୟ ସ୍ବାସ୍ଥ୍ୟ ଓ ଅଙ୍ଗନୱାଡି କର୍ମୀମାନେ ପ୍ରତ୍ୟେକ ମହିଳା ଏବଂ ଶିଶୁଙ୍କ ରକ୍ତହୀନତା ରୋଗର ନିରାକରଣ ପାଇଁ ଫୋଲିକ ଏସିଡ୍ ଓ ଅନ୍ୟ ଔଷଧ ବିତରଣ କରିଛନ୍ତି। ସରକାରୀ ଯୋଜନାରେ ମିଳିଥିବା ଔଷଧକୁ ମହିଳାମାନେ ବ୍ୟବହାର କରିଥିଲେ, ଏ ପ୍ରକାର ସ୍ଥିତି ଦେଖାଯାଇ ନ ଥାନ୍ତା। ଏହାବ୍ୟତୀତ ଉପାନ୍ତ ଅଞ୍ଚଳରେ ବହୁ ବଙ୍ଗଭାଷୀ ମହିଳାଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାରେ ସମୟ ଲାଗୁଛି। ରାଜ୍ୟର ଅନ୍ୟ ଜିଲା ତୁଳନାରେ ଏଠାରେ ସ୍ଥିତି ଭଲ ଅଛି।
Posted inHome, Home Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
Archives


