ଭୁବନେଶ୍ୱର,୧୩।୭ (ଅନୁରାଧା ମହାରଣା)ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ମଳ ପରିଚାଳନା ନେଇ ତପତ୍ରତା ପ୍ରକାଶ ପାଇଛି। ବୁଧବାର ବିଏମ୍ସି କାର୍ଯ୍ୟାଳୟରେ ଆନ୍ତଃବିଭାଗୀୟ କର୍ମକର୍ତ୍ତା ଓ ସେସ୍ପୁଲ୍ ଅପରେଟରମାନଙ୍କୁ ନେଇ ଏମକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଗାରିମା ଯୋଜନା ଅଧୀନରେ ସେସ୍ପୁଲ୍ ଗାଡି ଚଳାଚଳ ନେଇ ଥିବା ନିୟମ ଖିଲାପ କରାଯାଉଥିବା ବିଏମ୍ସିର ନଜରକୁ ଆସିବା ପରେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି। ମଳ ପରିଚାଳନା ବା ଫେକାଲ୍ ସ୍ଲଜ୍ ମ୍ୟାନେଜ୍ମେଣ୍ଟ (ଏଫ୍ଏସ୍ଏସ୍ଏମ୍) ନିୟମ ଅନୁଯାୟୀ ଯେତେବଡ଼ ମଳ ଟାଙ୍କି ହେଉନା କାହିଁକି, ଅଢ଼େଇ ବର୍ଷରୁ ତିନିବର୍ଷ ମଧ୍ୟରେ ଏହାକୁ ଖାଲି କରାଯିବା ଆବଶ୍ୟକ। ମଳ ଟାଙ୍କିକୁ କେବଳ ଯାନ୍ତ୍ରିକ ଉପାୟରେ ସେସପୁଲ୍ଏମ୍ପଟିୟର୍ରେ ଖାଲି କରାଯିବା ଆବଶ୍ୟକ। ଏଥିପାଇଁ ପୌରସଂସ୍ଥା କିମ୍ବା ପଞ୍ଜିକୃତ ଘରୋଇ ସେବା ପ୍ରଦାନକାରୀଙ୍କ ସହଯୋଗରେ କରିବାକୁ ହେବ। ତେବେ ଏହି କାର୍ଯ୍ୟର ବିଜ୍ଞାନ ସମ୍ମତ ପରିଚାଳନାରେ କୌଣସି ପ୍ରକାରର ସାଲିସ୍ କରାଯିବ ନାହଁି ବୋଲି ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଟାଙ୍କିରୁ ନିୟମିତ ମଳ ଖାଲି କରାଯିବା, ଏହାକୁ ସେସ୍ପୁଲ୍ରେ ନେବା, ସେସ୍ପୁଲରେ ପରିବହନ ସମୟରେ ଆବଶ୍ୟକ ଯନତ୍ନେବା, ମଳ ଉପଚାର କେନ୍ଦ୍ରରେ ଏହି ସଂଗୃହୀତ ମଳକୁ ପକାଇବା ଆଦି ପ୍ରକ୍ରିୟା କିପରି ସୂଚାରୁରୂପେ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁ ସେସପୁଲ୍ ଅପରେଟର୍ମାନେ ପଞ୍ଜୀକୃତ ହୋଇ କାର୍ଯ୍ୟ କରୁଛନ୍ତି, ସେମାନେ ଏଫ୍ଏସ୍ଏସ୍ଏମ୍ ନିୟମ ୨୦୧୮ ଅନୁସାରେ ନିଜର କର୍ମଚାରୀଙ୍କୁ ତାଲିମ ଦେବାର ବନ୍ଦୋବସ୍ତ କରିବେ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବେ, ନିର୍ଦ୍ଧାରିତ ମଳଉପଚାର କେନ୍ଦ୍ରରେ ମଳ ପହଞ୍ଚାଇବା ଏବଂ ନାଗରିଗଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଗାଡିରେ ଜିପିଏସ୍ ମଧ୍ୟ ରହିବ। ଯେଉଁ ଗାଡି ପଞ୍ଜୀକୃତ ହୋଇନାହାନ୍ତି ସେମାନେ ଯଥାଶୀଘ୍ର ଆର୍ଟିଓଙ୍କ ସହିତ ଯୋଗାଯୋଗ କରି ନିଜ ଗାଡିଗୁଡିକର ଫିଟ୍ନେସ୍ ଯାଞ୍ଚ କରାଇବା ସହ ବିଏମ୍ସିରେ ପଞ୍ଜୀକୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ସେସପୁଲ ଅପରେଟରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ସୂଚନା ଥାଉ କି, ବର୍ତ୍ତମାନ ବିଏମ୍ସି ଅଧୀନରେ ୨୬ଟି ସେସ୍ପୁଲ୍ ଗାଡି ପଞ୍ଜୀକୃତ ହୋଇଥିବାବେଳେ ଏଥିମଧ୍ୟରେ ବିଏମ୍ସିର ୯ଟି ଗାଡି ରହିଛି। ତେବେ ମଳ ପରିଚାଳନା କ୍ଷେତ୍ରରେ କୌଣସି ଅଭିଯୋଗ ଥିଲେ ରାଜଧାନୀବାସୀ ସଫା ଆପ୍, ଭୁବନେଶ୍ୱର ଡଟ୍ ମି, (https://citizenservices.bhubaneswar.me/citizenservice/cesspool) କିମ୍ବା ୧୪୪୨୦ ଏବଂ ୧୯୨୯ ନମ୍ବର ଫୋନ୍ରେ ଜଣାଇ ପାରିବେ ବୋଲି ସୂଚନା ଦିଆଯାଇଛି।
ଆୟୋଜିତ ବୈଠକରେ ବିଏମ୍ସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ମନୋରଞ୍ଜନ ସାହୁ, ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା, ଭୁବନେଶ୍ୱର ଆର୍ଟିଓ-୧ର ବିକାଶ ଚନ୍ଦ୍ର ଚୌଧୁରୀ, ଭୁବନେଶ୍ୱର ଆରଟିଓ-୨ର ସନତ କୁମାର ଜେନା, ୱାଟକୋ ଜେନେରାଲ ମ୍ୟାନେଜର ଗଣେଶ ଚନ୍ଦ୍ର ଦାସ, ୱାଟକୋ ଡିଭିଜନ-୧ ମ୍ୟାନେଜର ବସନ୍ତ କୁମାର ବେହେରା, ଆସିଷ୍ଟାଣ୍ଟ କମିଶନର ଗଣେଶ ବାବୁ, ସମସ୍ତ ଅପରେଟର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
Archives


