Odisha Elections 2024

କାନାଡାରେ ନିର୍ବାସିତ ଛାତ୍ରଙ୍କୁ ସମର୍ଥନ କଲେ କାନାଡର ବିରୋଧି ଦଳ ନେତା ପୋଏଲିଭ୍ରେ

ଓଟୋବା,୧୨।୭: କାନାଡାରେ ଭାରତୀୟ ଛାତ୍ରମାନେ ନିର୍ବାସନ ଦଣ୍ଡ ଭୋଗୁଛନ୍ତି। ଏହିୁ ବିବାଦ ଧୀରେ ଧୀରେ ଅନ୍ତର୍ଜାତୀୟ ସ୍ତରରେ ଘନେଇବାରେ ଲାଗିଛି। କାନାଡାରେ ଛାତ୍ରମାନଙ୍କ ସପକ୍ଷରେ ବାହାରିଛନ୍ତି ବିରୋଧୀ ଦଳର ନେତା ପିଆର ପୋଏଲିଭ୍ରେ। ଏଥିପାଇଁ ସେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଦାୟୀ କରିଛନ୍ତି। ପୋଏଲିଭ୍ରେ ସରକାରଙ୍କୁ ଛାତ୍ରଙ୍କ ନିର୍ବସନ ଦଣ୍ଡ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।ଦୋଷୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଏହି ଛାତ୍ରଙ୍କୁ କାନାଡାରେ ପାଠପଢିବା ସହ ଚାକିରି କ୍ଷେତ୍ରରେ ନିୟୋଜନ କରିବା ପାଇଁ ସେ ସରକାରଙ୍କୁ କହିଛନ୍ତି।

ସେ ଟ୍ବିଟ୍‌ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି, ଟ୍ରୁଡୋ ସରକାର ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଦୁର୍ନୀତିଗ୍ରସ୍ତ ସ୍କାମରୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ଟ୍ରୁଡୋ ଛାତ୍ରଙ୍କୁ ଦେଶରୁ ବିତାଡିତ କରି ପୀଡିତଙ୍କୁ ଦଣ୍ଡିତ କରୁଛନ୍ତି। ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।

ନ୍ୟୁଜ ଏଜେନ୍ସି ଏନଆଇଏ ଅନୁଯାୟୀ, ପୋଏଲିଭ୍ରେ ନିର୍ବାସିତ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି। ଏହି ଫଟୋ ସେ ତାଙ୍କ ଟ୍ବିଟର୍‌ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ନକଲି ଆଡମିଟ କାର୍ଡ ଦାଖଲ କରିଥିବା ଅଭିଯୋଗରେ କାନାଡାର ଭାରତୀୟ ଛାତ୍ରମାନଙ୍କୁ ଦେଶରୁ ବିତାଡିତ କରାଯିବ ବୋଲି ଧମକ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

ପ୍ରଭାସଙ୍କ ଜୀବନରେ ଡାର୍ଲିଂଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଏକଥା ମନଗଢ଼ା ନୁହେଁ ବରଂ ଅଭିନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ...

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭ା୫: ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମାମାଳିନୀ ଶୁକ୍ରବାର ପୂର୍ବାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ପହଞ୍ଚି ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri