ମୀରପୁର, ୧୨ା୭: ବାଂଲାଦେଶ ମହିଳା ଦଳ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ଜିତିବା ସହିତ ସିରିଜ୍ ଉପରେ ଆଗୁଆ କବ୍ଜା କରି ନେଇଛି ଭାରତ। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟରେ ୯୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ୍ କରିଥିଲା। ୮ ରନ୍ରେ ମ୍ୟାଚକୁ ଜିତିବା ସହିତ ଭାରତ ସିରିଜ୍ରେ ୨-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଉଭୟ ବ୍ୟାଟ୍ ଓ ବଲ୍ ଜରିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ସ୍ପିନରଙ୍କ ଦବ୍ଦବା: ମଙ୍ଗଳବାର ଭାରତୀୟ ଅଧିନାୟିକା ହରମନ୍ପ୍ରୀତ୍ କୌର୍ ଟସ୍ ଜିତି ବ୍ୟାଟିଂ ନେଇଥିଲେ। ଦୁଇ ଓପନର ସ୍ମୃତି ମନ୍ଧାନା (୧୩) ଓ ଶେଫାଳି ବର୍ମା(୧୯) ପ୍ରଥମ ଉଇକେଟରେ ୩୩ ରନ୍ ଯୋଡିଥିଲେ। ମାତ୍ର ୬ ବଲ୍ ମଧ୍ୟରେ ଉଭୟ ଓପନରଙ୍କ ସହିତ ପ୍ରଥମ ମ୍ୟାଚ୍ର ଅର୍ଦ୍ଧଶତକ ହାସଲକାରୀ ହରମନ୍ପ୍ରୀତ କୌର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ୧୪ ବଲ୍ର ଶେଫାଳିଙ୍କ ଇନିଂସରେ ୪ ଚୌକା ସାମିଲ ଥିଲା। ପରେ ୟସ୍ତିକା ଭାଟିଆ ୧୧ ରନ୍ କରି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ବଡ଼ ଶଟ୍ ଖେଳିବାକୁ ଯାଇ ଆଉଟ ହୋଇଥିଲେ।
ଜେମିମା-ହରଲିନ୍ଙ୍କ ଧିମା ବ୍ୟାଟିଂ: ଭାରତୀୟ ଦଳ ୪୮ ରନ୍ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଜେମିମା ରୋଡ୍ରିଗୁଏଜ୍ ଓ ହରଲିନ୍ ଦେଓଲ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ। ବାଂଲାଦେଶୀ ଲେଗ୍ ସ୍ପିନର ଫହିମା ଖାତୁନ୍ ଓ ରାବେୟା ଖାନ୍ ଉଭୟ ଖେଳାଳିଙ୍କୁ ହାତ ଖୋଲିବାର ସୁଯୋଗ ଦେଇ ନ ଥିଲେ। ଜେମିମା ୨୦ ବଲ୍ ଖେଳି ୮ ରନ୍ କରିଥିବା ବେଳେ ହରଲିନ୍ ୨୧ ବଲ୍ ଖେଳି ମାତ୍ର ୬ ରନ୍ ସ୍କୋର କରିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା୧୦ ଓ ଅମନଜୋତ କୌର ୧୪ ରନ୍ ସ୍କୋର କରିବାରୁ ଭାରତ ୯୫ ରନ୍ରେ ପହଞ୍ଚିଥିଲା। ଏକଦା ଭାରତ ୧୫୦ ରନ୍ କରିବା ଭଳି ମନେହେଉଥିଲେ ହେଁ ବାଂଲାଦେଶ ବୋଲର ଭାରତକୁ ୧୦୦ ରନ୍ ମଧ୍ୟରେ ସୀମିତ ରଖିଥିଲେ। ପ୍ରଥମ ୧୦ ଓଭରରେ ଭାରତ ୫୧ ରନ୍ କରିଥିବା ବେଳେ ଦ୍ୱିତୀୟ ୧୦ ଓଭରରେ ମାତ୍ର ୪୪ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୯୫/୮(ଶେଫାଳି ବର୍ମା-୧୯, ଅମନଜୋତ କୌର-୧୪, ସ୍ମୃତି ମନ୍ଧାନା-୧୩, ସୁଲତାନା ଖାତୁନ ୩/୨୧, ଫହିମା ଖାତୁନ-୨/୧୬, ନାହିଦା ଅଖତର-୧/୧୪)।
ବାଂଲାଦେଶ ୨୦ ଓଭରରେ ୮୭/୧୦(ନିଗାର ସୁଲତାନା ଜ୍ୟୋତି-୩୮, ଦୀପ୍ତି ଶର୍ମା-୩/୧୨, ଶେଫାଳି ବର୍ମା୩/୧୫, ମିନୁ ମଣି-୨/୯)।
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
Archives


