ପୁଣି ଜୋର୍‌ ଧରିଲା ବୈତରଣୀରୁ ବାଲି ଚାଲାଣ

ଯାଜପୁର/କୋରେଇ,୧୦ା୭(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ସାଆଁଲା-୨ ଓ ଶାଳବା ଘାଟରୁ ବାଲି ଚୋରା ଚାଲାଣ ପୁଣି ଜୋର ଧରିଛି। କିିଛି ମାସ ତଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଆନ୍ଦୋଳନ ହେବା ପରେ ବେଆଇନ ବାଲି ଉତ୍ତୋଳନରେ ସାମାନ୍ୟ ଅଙ୍କୁଶ ଲାଗିଥିଲା। କିନ୍ତୁ ସେସବୁକୁ ଭ୍ରୂକ୍ଷେପ ନ କରି ବାଲି ବ୍ୟବସାୟୀମାନେ ଅନାୟାସରେ ବାଲି ପରିବହନ କରୁଥିବା ଦେଖିବାକୁ ମିଳିଛି। ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ବାଲିଘାଟରୁ ପରିବହନ ହେଉଥିବା ୨୦ରୁ ଊର୍ଦ୍ଧ୍ୱ ବାଲି ବୋଝେଇ ହାଇୱା ଗାଡ଼ିକୁ ସରସଦା ଗ୍ରାମବାସୀ ଶୁକ୍ରବାର ରାତିରୁ ଅଟକ ରଖିବା ଘଟଣା ଉପରୋକ୍ତ ଅଭିଯୋଗକୁ ବଳ ଦେଇଛି।
ସୂଚନା ଅନୁଯାୟୀ, ବ୍ୟାସନଗର ତହସିଲ ଅଧୀନ ସାଆଁଳା-୨ ବାଲିଘାଟକୁ ଯାଜପୁର ଜିଲା ରୁଢ଼ିଆ ଅଞ୍ଚଳର ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ଲିଜ୍‌ ଆକାରରେ ଦିଆଯାଇଛି। କିନ୍ତୁ ଲିଜ୍‌ଧାରୀ ମହାନ୍ତି ଏହି ବାଲିଘାଟକୁ ପରିଚାଳନା ନ କରି ସ୍ଥାନୀୟ ଜଣେ ବ୍ୟବସାୟୀଙ୍କୁ ବାଲି ଉତ୍ତୋଳନ ପାଇଁ କ୍ଲିନ୍‌ଚିଟ୍‌ ଦେଇଛନ୍ତି । ସେହି ବ୍ୟବସାୟୀଙ୍କ ଇସାରାରେ କୋରେଇ ଅଞ୍ଚଳର ସମସ୍ତ ବାଲିଘାଟ ଚାଲିଥିବା ବେଳେ ବ୍ୟାସନଗର ତହସିଲ ସହ କୁଆଡେ ମାସିକ ମୋଟା ଅଙ୍କର ମୁନାଫା ଡିଲ୍‌ ହୋଇଥିବା ଆଲୋଚନା ହେଉଛି । ଉଲ୍ଲେଖଯୋଗ୍ୟ, ସାଆଁଳା-୨ ଘାଟକୁ ପ୍ରତି ଘନ ମିଟର ୬୩୩ ଟଙ୍କା ଦରରେ ବାର୍ଷିକ ୨.୮୪ ଲକ୍ଷ ଘନମିଟର ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଛି । ହେଲେ ଲିଜ୍‌ ଏରିଆ ବାହାରୁ ନିର୍ଦ୍ଧାରିତ ପରିମାଣଠାରୁ ବହୁଗୁଣରେ ଅଧିକ ବାଲି ମାସକ ମଧ୍ୟରେ ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ମାନୁଆଲ ଲୋଡିଂ ପାଇଁ ଅନୁମତି ରହିଥିଲେ ହେଁ ଏହାର ଉଲ୍ଲଂଘନ କରି ପ୍ରତିଦିନ ୫ ରୁ ୬ ପ୍ରୋକୋଲିନ ମେଶିନ ସାହାଯ୍ୟରେ ଲୋଡିଂ କରାଯାଉଛି । ଓଭରଲୋଡିଂ ହାଇୱା ଚଳପ୍ରଚଳ ଯୋଗୁ ନିକଟସ୍ଥ ଗ୍ରାମର ରାସ୍ତାଗୁଡିକ ବିପର୍ଯ୍ୟସ୍ତ ହୋଇ ପଡୁଥିବା ଅଭିଯୋଗ ହେଉଛି। ବର୍ଷା ଦିନେ ନଦୀବନ୍ଧ ଓ ରାସ୍ତାର ସୁରକ୍ଷା ଦୃଷ୍ଟିରୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ ପ୍ରଭାବିତ ଗ୍ରାମବାସୀ ଦାବି କରୁଛନ୍ତି। ଏହି ରାସ୍ତାରେ ବର୍ଷା ଦିନେ ଭାରିଯାନ ଚଳାଚଳ ଯୋଗୁ ଯାତାୟତରେ ବାଧା ଉପୁଜିଛି ା ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ସୁରୁଖୁରୁରେ ଯାତାୟତ କରିପାରୁ ନ ଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବାଲି ଲିଜ୍‌ଧାରୀଙ୍କ ସପକ୍ଷରେ କେତେଜଣ ଲୋକ ବାହାରି ଗଣ୍ଡଗୋଳ ମଧ୍ୟ କରୁଛନ୍ତି। ଯାହା ଫଳରେ ଗ୍ରାମାଞ୍ଚଳର ଭାଇଚାରା ନଷ୍ଟ ହେଉଥିବା ସଂପୃକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାବାଦ୍‌ ବୈତରଣୀ ନଦୀବନ୍ଧ ହାଣି ବାଲି ପରିବହନ ଫଳରେ ଅନେକ ଜାଗାରେ ଘାଇ ସୃଷ୍ଟି ହୋଇ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାର ଲାଗିଛି । ଜଳପ୍ରବାହ ମୁଖ୍ୟ ପଥରେ ବନ୍ଧ ପକାଇ ବାଲି ପରିବହନ କରୁଥିବା ହେତୁ ସାମାନ୍ୟ ବର୍ଷା ହେଲେ ନଦୀବନ୍ଧ ନିକଟସ୍ଥ ଗ୍ରାମଗୁଡିକରେ ବନ୍ୟାଜଳ ପଶିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଭିଯୋଗ ହେଲେ ବାଲି ବ୍ୟବସାୟୀମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଗୁଣ୍ଡାମାନେ ଜୀବନରୁ ମାରିବାକୁ ଧମକ ଦେଉଥିବା ଅଭିଯୋଗ ହେଉଛି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏପରି ବ୍ୟବସାୟୀଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ଅସୁଲ କରି ବାଲି ଚୋରିକୁ ସବୁଜ ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼କଥା ହେଉଛି ବାଲି ବିକ୍ରୟ ସମୟରେ ମିଳୁଥିବା ୱାଇ ଫର୍ମରେ ସମୟ ଓ ତାରିଖ ଉଲ୍ଳେଖ ରହୁନାହିଁ । ଯେଉଁଠି ରାଜସ୍ବ ବିଭାଗ ପକ୍ଷରୁ ଧରପଗଡ଼ ହେଉଛି ସେଠାରେ ରାଜସ୍ବ କର୍ମଚାରୀ ନିଜେ ଏହି ଫର୍ମ ଭରୁଛନ୍ତି । ଏହାର ସୁଯୋଗ ନେଇ ବାଲି ବ୍ୟବସାୟୀମାନେ ଗୋଟିଏ ଫର୍ମରେ ଶତାଧିକ ଟ୍ରିପ ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହି ମର୍ମରେ ବୈତରଣୀ ନଦୀର ଅଧିକାଂଶ ବାଲି ଖାଦାନ ଚାଲୁଥିବାରୁ ସରକାର ଯେଉଁ ଆକାରରେ ରାଜସ୍ବ ପାଇବା କଥା ତାହା ସମ୍ଭବ ହେଉନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଶନିବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri