ସ୍ବଚ୍ଛ ସର୍ଭେକ୍ଷଣରେ ଭଲର଼୍ୟାଙ୍କ୍‌ ପାଇବାକୁ ତତ୍ପରତା

ଭୁବନେଶ୍ୱର,୯।୭ (ବନ୍ଦନା ସେଠୀ)କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଚ୍ଛ ସର୍ଭେକ୍ଷଣର ଅଷ୍ଟମ ସଂସ୍କରଣ ନିମନ୍ତେ ଘୋଷଣା ହୋଇ ସାରିଛି। ଏହି କ୍ରମରେ ସହରର ସ୍ବଚ୍ଛତା ନେଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଭୋଟିଂ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଯାଇଛି। ବିଏମ୍‌ସି ପକ୍ଷରୁ ଏ ନେଇ ଟୁଇଟ୍‌ କରି ଜନସାଧାରଣଙ୍କୁ ସେମାନଙ୍କର ଫିଡ୍‌ବ୍ୟାକ୍‌ ବା ମତାମତ ଜଣାଇବାକୁ ସୂଚନା ଦିଆଯାଇଛି। ଏହି ଆଧାରରେ ଭୁବନେଶ୍ୱରକୁ ସର୍ଭେକ୍ଷଣରେ ଭଲ ର଼୍ୟାଙ୍କ୍‌ ମିଳି ପାରିବ। ଏଥିପାଇଁ ଦିଆଯାଇଥିବା ଲିଙ୍କ୍‌ କିମ୍ବା ସ୍କାନରରେ ସ୍କାନ୍‌ କରି ଭୁବନେଶ୍ୱରବାସୀ ନିଜର ମତାମତ ଦେଇପାରିବେ। ମୋଟ୍‌ ୯ଟି ପ୍ରଶ୍ନ ଥିବାବେଳେ ସେଥିରୁ ୭ଟି ପ୍ରଶ୍ନର ଉତ୍ତର କେବଳ ହଁ କିମ୍ବା ନାହିଁରେ ଦେବାର ବ୍ୟବସ୍ଥା ରହିଛି। ବାକି ୨ଟି ପ୍ରଶ୍ନର ଉତ୍ତରରେ ଜନସାଧାରଣ ଅତି ସନ୍ତୁଷ୍ଟ, ସନ୍ତୁଷ୍ଟ, ନିରପେକ୍ଷ, ଅସନ୍ତୁଷ୍ଟ, ଖୁବ୍‌ ଅସନ୍ତୁଷ୍ଟ ଭଳି ୫ଟି ଅପ୍‌ସନ ଦିଆଯାଇଛି। ସେହିପରି ସହରରେ ପରିମଳ ଅବସ୍ଥା, ନାଳ ଓ ଡ୍ରେନ୍‌ ସଫେଇ, ସୁଲଭ ଶୌଚାଳୟ, ଘରୁ ବର୍ଜ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନେଇ ପ୍ରଶ୍ନ କରାଯାଇଛି। ଜୁଲାଇ ୭ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଏହି ମତାମତ ସଂଗ୍ରହ କରାଯିବା ନେଇ ସୂଚନା ଦିଆଯାଇଛି। ତେବେ ରାଜଧାନୀର ରାସ୍ତାଘାଟର ଅବସ୍ଥା ଦେଖିଲେ ଏହାକୁ ଏକ ସ୍ବଚ୍ଛ ସହର ଭାବେ ବିବେଚନା କରିବା କଷ୍ଟକର। ସହରକୁ ସଫା କରିବାକୁ ୨ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମୀ ନିୟୋଜିତ ହୋଇଥିବାବେଳେ ୬ଟି ସଫେଇ ସଂସ୍ଥା ନିଯୁକ୍ତ ହୋଇଛନ୍ତି। ଏହାବାଦ୍‌ ବିଭିନ୍ନ ଏନ୍‌ଜିଓ ମଧ୍ୟ ସଫେଇ କାମରେ ନିୟୋଜିତ ହୋଇଛନ୍ତି। ରାତ୍ରି ସଫେଇ, ଜଟାୟୁ ମେଶିନ୍‌ ଦ୍ୱାରା ମୁଖ୍ୟ ରାସ୍ତା ସଫେଇ ଆଦି ବିଭିନ୍ନ କାର୍ଯ୍ୟରେ ବର୍ଷକୁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ପରିମଳ ବ୍ୟବସ୍ଥା ତଦାରଖ କରିବାକୁ ପ୍ରତି ୱାର୍ଡରେ ୱାର୍ଡ ଅଫିସର, ସାନିଟାରି ଇନ୍ସପେକ୍ଟର ଅଛନ୍ତି। ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ସମେତ ନଗର ସ୍ବାସ୍ଥ୍ୟ ଅଧିକାରୀ ପଦବୀରେ ଜଣେ ଡାକ୍ତର ଅଛନ୍ତି। ଏସବୁକୁ ତଦାରଖ କରିବା ଓ ତ୍ୱରିତ ପଦକ୍ଷେପ ନେବାକୁ ଜଣେ ବରିଷ୍ଠ ଓଏଏସ ଅଧିକାରୀ ଡେପୁଟି କମିଶନର (ପରିମଳ) ଓ ତାଙ୍କ ଉପରେ ଜଣେ ଅତିରିକ୍ତ କମିଶନର ଦାୟିତ୍ୱରେ ଅଛନ୍ତି। ମାତ୍ର ଏତେ ଅଧିକାରୀ, କର୍ମଚାରୀ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ବି ସହରର ବିଭିନ୍ନ ରାସ୍ତାକଡ଼, ଗଳିକନ୍ଦିରେ ଅଳିଆ, ଆବର୍ଜନା, ନିର୍ମାଣଜନିତ ବର୍ଜ୍ୟ ଗଦା ହୋଇ ରହୁଛି। ନିୟମିତ ସଫେଇ ହେଉ ନଥିବାରୁ ପରିବେଶ ଆବର୍ଜନାମୟ ହେବା ସହ ଦୁର୍ଗନ୍ଧ ଜାତ ହେଉଛି। ନା ସଫେଇ ସଂସ୍ଥା ଅଳିଆ ଉଠାଉଛନ୍ତି ନା ବିଏମ୍‌ସି ଅଧିକାରୀ ତାଗିଦ କରୁଛନ୍ତି। କେବଳ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି। ସେହିଭଳି ଭୁଆଶୁଣିକୁ ଅଳିଆ ଯିବା ବନ୍ଦ ହେବା ପରେ ଆବର୍ଜନା ପରିଚାଳନା କରିବା ବିଏମ୍‌ସି ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଭୁବନେଶ୍ୱର ମଳମୁକ୍ତ ସହର ବୋଲି ଘୋଷଣା ହେବା ସହ ଏବେ ଓଡିଏଫ୍‌ ପ୍ଲସ୍‌ ଶ୍ରେଣୀରେ ରହିଛି। କିନ୍ତୁ ବିଭିନ୍ନ ସମୟରେ ଏଠାରେ ସଫେଇ କର୍ମଚାରୀ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବାରୁ ଆବର୍ଜନା ଗଦା ହୋଇରହୁଛି। ଏହାସହ ତ୍ରୁଟିପୂର୍ଣ୍ଣ ଟେଣ୍ଡର ପ୍ରକ୍ରିୟା ପାଇଁ ମଧ୍ୟ ପରିମଳ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ରହିଥିବାରୁ ଭୋଟିଂରେ ବିଏମ୍‌ସି ପଛରେ ପଡ଼ିବା ଆଶଙ୍କା କରାଯାଉଛି। ଅପରପକ୍ଷେ ସ୍ବଚ୍ଛ ସର୍ଭେକ୍ଷଣ ୨୦୧୭ରେ ଭୁବନେଶ୍ବରକୁ ୯୪ତମ ର଼୍ୟାଙ୍କ ମିଳିଥିବା ବେଳେ ୨୦୧୮ରେ ୨୪୩ତମ, ୨୦୧୯ରେ ୨୮୮ତମ, ୨୦୨୦ରେ ୨୩୩ତମ ଓ ୨୦୨୧ରେ ୧୪୮ତମ ଏବଂ ୨୦୨୨ରେ ୮୦ତମ ର଼୍ୟାଙ୍କ୍‌ ମିଳିଥିଲା। ତେଣୁ ଏଥର କିଭଳି ଆହୁରି ଭଲ ର଼୍ୟାଙ୍କ୍‌ ମିଳିବ ସେଥିପାଇଁ ଜୋରଦାର ଉଦ୍ୟମ ଚାଲିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଯେଉଁ କାଟାଗୋରିରେ ପୂର୍ବ ବର୍ଷଗୁଡ଼ିକରେ ମାର୍କ କମିଥିଲା ସେହି କ୍ଷେତ୍ରରେ ବ୍ୟାପକ ସୁଧାର ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri