ପୋଷାକରେ ଶାଳୀନତା ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ

ନିଶ୍ଚିନ୍ତକୋଇଲି,୯।୭(ଅଶୋକ କୁମାର ମହାପାତ୍ର)ଦେଶର ଉତ୍ତର ଓ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରତିଷ୍ଠିତ ଦେବଦେବୀ ମନ୍ଦିରରେ ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡର ବିଧିବ୍ୟବସ୍ଥା ରହିଛି। ଏପରିକି ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକେ ନମାଜ ପାଠ କଲାବେଳେ, ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବା ସମୟରେ, ଶିଖ୍‌ମାନେ ଗୁରୁଦ୍ୱାର ଗଲେ ସ୍ବତନ୍ତ୍ର ବସ୍ତ୍ର ପରିଧାନର ବିଧିବ୍ୟବସ୍ଥା ରହିଛି। ଓଡିଶାରେ ଯଦିଓ ସେବାୟତମାନେ ସ୍ବତନ୍ତ୍ର ବସ୍ତ୍ର ପରିଧାନ କରୁଛନ୍ତି କିନ୍ତୁ ଶ୍ରଦ୍ଧାଳୁମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ବସ୍ତ୍ର ପରିଧାନ ନେଇ କୌଣସି ଅଙ୍କୁଶ ଲାଗିନାହିଁ। ନିକଟରେ ରଥଯାତ୍ରା ସରିବାପରେ ପୁରୀ ଜଗନ୍ନାଥ ଧାମରେ ଶ୍ରଦ୍ଧାଳୁଙ୍କ ବେଶପୋଷାକ ନେଇ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଟିପ୍ପଣୀ ଦେବା ପରେ ଏବେ ମନ୍ଦିର ପ୍ରବେଶ ପାଇଁ ସ୍ବତନ୍ତ୍ର ଡ୍ରେସକୋଡ ଆବଶ୍ୟକ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି। ଶାଳୀନତା ପୋଷାକ ଆଧ୍ୟାତ୍ମିକ ଭାବନା ଓ ଚେତନା ଜାଗ୍ରତ କରିବା ସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ବହୁ ବୁଦ୍ଧିଜୀବୀ, ମନ୍ଦିର ପ୍ରଶାସନ ଓ ଶ୍ରଦ୍ଧାଳୁ ମତବ୍ୟକ୍ତ କରିଛନ୍ତି। କେବଳ ପୁରୀ ନୁହେଁ, ରାଜ୍ୟର ମଠ ଓ ମନ୍ଦିର ପ୍ରବେଶ ସମୟରେ ଶ୍ରଦ୍ଧାଳୁଙ୍କ ସ୍ବତନ୍ତ୍ର ପୋଷାକ ପରିଧାନ ବିଧେୟ ବୋଲି ମତପ୍ରକାଶ ପାଇଛି। ସରକାର ଏନେଇ କି ପଦକ୍ଷେପ ନେଉଛନ୍ତି ସେନେଇ ସାଧାରଣରେ ଆଲୋଚନା ହେଉଛି।

 

ମନ୍ଦିରରେ ସେବା ପୂଜା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭକ୍ତିପୂତ ଅର୍ଘ୍ୟ ମନ୍ଦିରର ପରିସରକୁ ରୁଦ୍ଧିମନ୍ତ କରିଥାଏ। ମନ୍ଦିରକୁ ପୂଜା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସଂଯମତା ପୂର୍ବକ ଆଚରଣ ଉଚ୍ଚାରଣ ସହ ପାରମ୍ପରିକ ତଥା ରକ୍ଷଣଶୀଳ ପୋଷାକ ପରିଧାନ କରିବା ବିଧେୟ।
-ପ୍ରକାଶ ଚନ୍ଦ୍ର ସାହୁ ,ମ୍ୟାନେଜିଂ ଟ୍ରଷ୍ଟି,
ରଘୁନାଥ ମନ୍ଦିର ଅସୁରେଶ୍ୱର

ମଠ ମନ୍ଦିରକୁ ଶ୍ରଦ୍ଧାଳୁମାନେ ବିଭୁକୃପା ପାଇଁ ଆସିଥାନ୍ତି। ମନ୍ଦିରର ପରିବେଶ ଓ ନୀତିକ୍ରାନ୍ତି ପାଇଁ ଯେପରି ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି ସେଭଳି ଶ୍ରଦ୍ଧାଳୁମାନେ ମଧ୍ୟ ସଞ୍ଜମତା ପୂର୍ବକ ପୋଷାକ ପରିଧାନ କରିବା ଜରୁରୀ। ଏଥିରେ ସମାଜ ସହ ଶ୍ରଦ୍ଧାଳୁଙ୍କ ବ୍ୟକ୍ତିଗତ ଶୃଙ୍ଖଳତା ଆସିଥାଏ। ମଠ ମନ୍ଦିର ପରିସରରେ ଆଧ୍ୟାମତ୍ିକ ବାତାବରଣକୁ ଜାଗ୍ରତ କରିଥାଏ। ତେଣୁ ଶ୍ରଦ୍ଧାଳୁମାନେ ବେଶଭୂଷା ଉପରେ ଗୁରୁତ୍ୱ ଦେବା ଦରକାର ।
-ପଣ୍ଡିତ ସୁବୋଧ କୁମାର ଷଡ଼ଙ୍ଗୀ

ମଠ ମନ୍ଦିର ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ କି ଧନୀ ଦରିଦ୍ର ସମସ୍ତେ ସମାନ। ସମସ୍ତେ କେବଳ ଗୋଟିଏ ଲକ୍ଷରେ ବିଭୁକୃପା ପାଇଁ ଯାଇଥାନ୍ତି। ତେବେ ଆମର ଏପରି ଏକ ପୋଷାକ ପରିଧାନ କରିବା, ଯାହାକୁ ନେଇ କୌଣସି ଟିପ୍ପଣୀ ହେବ ନାହିଁ। ଓଡ଼ିଶା ପରମ୍ପରାକୁ ବଜାୟ ରଖିବା ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର।
-ସବିତା ଓଝା, ଶ୍ରଦ୍ଧାଳୁ

ବିଭିନ୍ନ ଧର୍ମରେ ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନର ବ୍ୟବସ୍ଥା ରହିଛି। ଏପରିକି ଆମ ଦେଶର ଉତ୍ତର ଏବଂ ଦକ୍ଷିଣ ଭାଗରେ ଥିବା ପ୍ରସିଦ୍ଧ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ପରିଧାନର କଡ଼ାକଡି ନିୟମ ରହିଛି। କିନ୍ତୁ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି କିଛି ଯୁବପିଢୀ ଆଧ୍ୟାତ୍ମିକ ପୀଠକୁ ଯିବା ସମୟରେ ପୋଷାକ ପରିଧାନ ଉପରେ ଶାଳୀନତା ରକ୍ଷା କରୁନାହାନ୍ତି। ଯଦି ଦେବୋତ୍ତର ବିଭାଗ ଏହା ଉପରେ କୌଣସି ନିର୍ଦ୍ଦେଶନାମା ଜାରି କରନ୍ତି ତେବେ ଭଲ ହୁଅନ୍ତା।
-ବଂଶୀଧର ପଣ୍ଡା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri