ରାଶନ କାର୍ଡରୁ ରୋଜଗାର କରୁଛନ୍ତି ସରପଞ୍ଚ

ନୟାଗଡ଼ ଅଫିସ,୮।୭: ନୟାଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ କୋଡିନେଶନ ଆଣ୍ଡ ମନିଟରିଂ କମିଟି(ଦିଶା)ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ସମୀକ୍ଷା କରିଥିଲେ। ଜିଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷମାନେ ମଧ୍ୟ ସମୀକ୍ଷାରେ ଭାଗ ନେଇଥିଲେ। ରାଶନ କାର୍ଡ ରୋଜଗାର ଦେଉଥିବା କେତେଜଣ ସରପଞ୍ଚ ପ୍ରକାଶ କରିଥିବା ତଥ୍ୟ ଜିଲା ପରିଷଦ ସଭ୍ୟ ଗୃହରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମୃତକଙ୍କ ନଁା ରାଶନ କାର୍ଡରୁ କଟିଗଲେ ଅଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଲେ ସେମାନେ ଚଳିବେ କିପରି ବୋଲି ପ୍ରଶ୍ନ କରିଥିବା ବେସରକାରୀ ଭାବେ କହିଥିଲେ।
ଅନ୍ୟପକ୍ଷେ ନବଜାତ ଶିଶୁଙ୍କ ଡାଟା ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକେନ୍ଦ୍ରର ମିଶୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାରେ କେତେ ଶିଶୁ ଜନ୍ମ ହେଉଛନ୍ତି, ଏକ ହଜାର ପୁଅରେ ଝିଅ ସଂଖ୍ୟା କେତେ ଡାଟା ବେସ ରିପୋର୍ଟ ପ୍ରସ୍ତୁତ ହୋଇପାରୁନାହିଁ। ସେହିପରି ବୈଠକକୁ ପ୍ରସ୍ତୁତ ହୋଇ ଆସୁ ନ ଥିବାରୁ ଅନେକ ଅଧିକାରୀ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା। ପୁଣି ୫-ଟି ସ୍କୁଲରେ ସରକାରୀ ଅନୁଦାନ ଖର୍ଚ୍ଚର ରହୁନି ସୂଚନାଫଳକ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅନୁଦାନ ମଧ୍ୟ ଖର୍ଚ୍ଚ ହେଉଥିବାରୁ ୫-ଟି ସ୍କୁଲରେ ସ୍ବଚ୍ଛତା ରହୁନି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ନିର୍ଦ୍ଦିଷ୍ଟ କେତେଜଣ ଭେଣ୍ଡେରଙ୍କୁ ଅନୁକମ୍ପା ଦେଖା ଯାଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ମୋବାଇଲ ଟାୱାର ନିର୍ମାଣରେ ବିଏସ୍‌ଏନ୍‌ଏଲ ବିଳମ୍ବ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଶନ କାର୍ଡରେ ଅଯୋଗ୍ୟ ହିତାଧିକାରୀଙ୍କୁ କଟାଯାଉନି କାହିଁକି, ଯୋଗ୍ୟ ହିତାଧିକାରୀଙ୍କୁ ନୂଆକାର୍ଡ ଦିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଣି ଅନ୍ତୋଦୟ ଅନ୍ନ ଯୋଜନାରେ ବହୁ ଗରିବ ସାମିଲ ହୋଇ ପାରୁନାହାନ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ପାରୁନାହିଁ। ପରିବାର କେତେଜଣ ଲୋକ ରାଶନ କାର୍ଡରୁ ବାଦ୍‌ ପଡ଼ିଥିଲେ ମଧ୍ୟ ସେମାନଙ୍କୁ ମଧ୍ୟ ସାମିଲ କରାଯାଉନାହିଁ। ଜିଲା ଯୋଗାଣ ଅଧିକାରୀ ନୂଆ ରାଶନ କାର୍ଡ ବନ୍ଦ ଥିବା କହିଥିଲେ। ଅନ୍ତୋଦୟ ଅନ୍ନ ଯୋଜନାରେ ଦେଇଥିବା ଉତ୍ତରରେ ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଚାନ୍ଦପୁରରେ ହିତାଧିକାରୀ ପାଇଖାନା କରି ବର୍ଷେ ହେଲା ଅନୁଦାନ ପାଉନାହାନ୍ତି ବୋଲି ରଣପୁର ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନା, ମଡେଲ ପ୍ଲେ ଗ୍ରାଉଣ୍ଡ ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଉପରେ ଅଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri