କେନାଲ ସଫେଇ ନାମରେ ଚାଲିଛି ଘାସକଟା

ସାଲେପୁର,୭ା୭(ଅରବିନ୍ଦ ଭୂୟାଁ): ଆଗକୁ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ କେନ୍ଦ୍ରାପଡ଼ା କେନାଲ ସମେତ ଶାଖା କେନାଲଗୁଡ଼ିକୁ ସଫେଇ କରାଯାଉଛି। ସରକାରଙ୍କ ପକ୍ଷରୁ ଜଳସେଚନକୁ ଅଧିକ ଗୁରୁତ୍ୱ ଦେଇ କେନାଲଗୁଡିକୁ ସଫେଇ କରିବା ନିମନ୍ତେ ଅର୍ଥ ମଞ୍ଜୁର କରାଯାଉଥିବାବେଳେ ସଫେଇ କରୁଥିବା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ସଫେଇ ନାମରେ ଖାଲି ଘାସ କଟାଯାଇ ଟଙ୍କା ଆମତ୍ସାତ କରାଯାଉଥିବା ଅଭିଯୋଗ ହେଉଛି। ଆଗକୁ ଚାଷକାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଚାଷ ଜମିଗୁଡ଼ିକରେ କେନାଲ ମାଧ୍ୟମରେ ସୁରୁଖୁରୁରେ ଜଳସେଚନ କରିବାକୁ କେନାଲ ଗୁଡ଼ିକୁ ଜଳସେଚନ ବିଭାଗ ପକ୍ଷରୁ ସଫେଇ କରାଯାଉଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ମେଶିନ ମାଧ୍ୟମରେ ସଫେଇ ନାମରେ ଖାଲି ଘାସ ସଫା କରି ସରକାରୀ ଅର୍ଥ ଆମତ୍ସାତ କରିବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ସାଲେପୁର ବ୍ଲକର କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ବାହାରିଥିବା ୬ନଂ. ଶାଖା କେନାଲର ସଫେଇ କାର୍ଯ୍ୟ ଏବେ ଚାଲୁଅଛି। ୬ ନଂ. କେନାଲର ଡାକପୋଲଠାରୁ ରୋଧପୁର ଗ୍ରାମ ପର୍ଯ୍ୟନ୍ତ ମେଶିନ ମାଧ୍ୟମରେ ସଫେଇ ନାମରେ ଖାଲି ଘାସ କଟା ଚାଲିଛି। ଯେଉଁ ସ୍ଥାନରେ କେନାଲ ପୋତି ହୋଇଯାଇଛି, ସେ ସ୍ଥାନରେ ମାଟି ଖୋଳାଯାଉନାହିଁ। ଫଳରେ କେନାଲରେ ପାଣି ଆସିଲେ ଜମିର ଶେଷମୁଣ୍ଡରେ କେନାଲ ପାଣି ପହଞ୍ଚତ୍ବାରେ ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ଠିକାଦାର ମାଧ୍ୟମରେ କେନାଲ ସଫେଇ କରାଯାଉଥିଲା, ଠିକ୍‌ ଭାବେ ଠିକାଦାର କେନାଲ ସଫେଇ କାର୍ଯ୍ୟ ନ କରିବାରୁ ବାରମ୍ବାର ଅଭିଯୋଗ ହେବାରୁ ଚଳିତ ବର୍ଷ ପାଣିପଞ୍ଚାୟତର ସଦସ୍ୟମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ହେଉଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଏବେ ବି ସେହିପରି ସଫେଇ କାର୍ଯ୍ୟ ଚାଲୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକଙ୍କୁ ପଚାରିବାରେ ଏ ନେଇ ଅଭିଯୋଗ ପହଞ୍ଚତ୍ଛି। ସଫେଇ କାର୍ଯ୍ୟ ଯେଉଁ ସ୍ଥାନରେ ଠିକ୍‌ ଭାବେ କରାଯାଇନାହିଁ, ପୁନର୍ବାର ସେହି ସ୍ଥାନରେ ସଫେଇ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri