Posted inଖେଳ

ଜିକ୍‌ସନଙ୍କ ପତାକା ସେଲିବ୍ରେଶନକୁ ନେଇ ବିବାଦ

ବେଙ୍ଗାଲୁରୁ, ୬ା୭(ପି.ଟି.): ଦୁଇ ମାସ ଧରି ମଣିପୁରରେ ଜାରି ରହିଥିବା ହିଂସାକାଣ୍ଡ ଶେଷରେ ଫୁଟବଲ ପଡିଆରେ ପହଞ୍ଚିଛି। ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ ଜାତୀୟ ଫୁଟବଲ ଦଳର ସଦସ୍ୟ ଜିକ୍‌ସନ ସିଂଙ୍କ ସେଲିବ୍ରେଶନକୁ ନେଇ ବିବାଦ ଦେଖାଦେଇଛି। ଫାଇନାଲରେ ଭାରତ ସଡନ୍‌ଡେଥ୍‌ରେ କୁଏଟ୍‌କୁ ପରାସ୍ତ କରିବା ପରେ ସମଗ୍ର ଦଳର ଖେଳାଳି ଜାତୀୟ ପତାକା ସହିତ ସେଲିବ୍ରେଶନ କରୁଥିବା ବେଳେ ଜିକ୍‌ସନ କିନ୍ତୁ ମେଇତେଇ ସମ୍ପ୍ରଦାୟର ପତାକାରେ ନଜର ଆସିଥିଲେ। ସାତ ରଙ୍ଗର ଏହି ପତାକାକୁ କାଙ୍ଗଲେଇପାକ୍‌ ବା ସାଲାଇ ଟାରେଟ ବୋଲି କୁହାଯାଏ। ପୁରାତନ ମଣିପୁରର ୭ ସମ୍ପ୍ରଦାୟକୁ ଏହି ୭ ରଙ୍ଗ ଦର୍ଶାଇଥାଏ। ଏହାକୁ ମେଇତେଇ ସମ୍ପ୍ରଦାୟ ବ୍ୟବହାର କରିଥାଏ। ତେବେ ଏହି ନର୍ଥ ଇଷ୍ଟ ରାଜ୍ୟରେ ଦୁଇ ମାସ ହେବ ହିଂସା ଲାଗି ରହିଛି। କୁକି ଓ ମେଇତେଇ କମ୍ୟୁନିଟି ମଧ୍ୟରେ ଏହି ଲଢେଇ ମେ ମାସରୁ ଲାଗି ରହିଥିବା ବେଳେ ରାଜ୍ୟ ଜଳୁଛି। କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଥିବା ବେଳେ ମେଇତେଇ ମଧ୍ୟ ସାମନ ଦାବି କରୁଛି। ଏହାକୁ ନେଇ ରାଜ୍ୟରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ସାଲାଇ ଟାରେଟ ସହିତ ସେଲିବ୍ରେଟ୍‌ କରିଥିବା ଜିକ୍‌ସନ୍‌ ସମାନ ପତାକା ପକାଇ ପଦକ ଗ୍ରହଣ କରିବାକୁ ମଧ୍ୟ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଭାରତୀୟ ଭାବରେ ଏକ ବିଶ୍ୱକପରେ ସ୍କୋର କରିଛନ୍ତି ଜିକ୍‌ସନ। ୨୨ ବର୍ଷୀୟ ଜିକ୍‌ସନ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ପ୍ରଥମେ ଭାରତ ପାଇଁ ଗୋଲ୍‌ ସ୍କୋର କରିଥିଲେ।
ଜିକ୍‌ସନଙ୍କ ସ୍ପଷ୍ଟୀକରଣ: ଜିକ୍‌ସନଙ୍କ ସେଲିବ୍ରେଶନ ପରେ ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖା ଦେଇଥିଲା। ଫଳରେ ଟୁଇଟରରେ ଜିକ୍‌ସନ ସ୍ପଷ୍ଟୀକରଣ ଦେଇଥିଲେ। ଏପରି ସେଲିବ୍ରେଶନ ଦ୍ୱାରା କାହାକୁ ଅପମାନିତ କରିବା ମୋର ଲକ୍ଷ୍ୟ ନ ଥିଲା ବୋଲି ସେ ସ୍ପଷ୍ଟ କରିଥିଲେ। ସାଫ୍‌ ଚାମ୍ପିୟନଶିପ୍‌ର ବିଜୟ ସମଗ୍ର ଭାରତୀୟଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସେ କହିଥିଲେ। ମୋ ରାଜ୍ୟ ବିଗତ ଦୁଇ ମାସ ହେଲାଣି ଜଳୁଛି। ଶାନ୍ତିର ଅପିଲ୍‌ ପାଇଁ ମୁଁ ଏହି ସେଲିବ୍ରେଶନ କରିଥିଲି ବୋଲି ସେ କହିଛନ୍ତି। ମୋ ପରିବାର ସୁରକ୍ଷିତ ରହିଥିଲେ ମଧ୍ୟ ମୋ ରାଜ୍ୟର ଶହ ଶହ ଘର ଜଳୁଛି ତେଣୁ ଶାନ୍ତି ଫେରି ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲମତାପୁଟ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସିସିଟିଭି ସହ ରହିଛି….

କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଭାସୀ ମାଧ୍ୟମରେ ଶୁଭାରମ୍ଭ...

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ...

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଅଟୋ ଚାଳକଙ୍କୁ ପଡ଼ିଲା ମହଙ୍ଗା

ଗୋପାଳପୁର,୧୨ା୧(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରି...

ପ୍ରଥମ ଥର ଟିମ ଇଣ୍ଡିଆରେ ସାମିଲ ହେଲେ ଏହି ୨୬ ବର୍ଷୀୟ ଖେଳାଳି, ତାଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି କୋହଲି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ରିପ୍ଲେସମେଣ୍ଟ ଖେଳାଳି ଭାବରେ ଆୟୁଷ ବଦୋନିଙ୍କୁ ସାମିଲ କରାଯାଇଛି। ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟରେ...

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ...

ଇଣ୍ଡିଗୋ ବିମାନରେ ମାଡ଼ ହେଲା ପକ୍ଷୀ, ୨୧୬ ଯାତ୍ରୀଙ୍କୁ ପାଇଲଟ….

ନୂଆଦିଲ୍ଲୀ,୧୨ା୧: ରବିବାର ସନ୍ଧ୍ୟାରେ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଗୋରଖପୁରରୁ ବେଙ୍ଗାଲୁରୁ ଯାଉଥିବା...

ବ୍ୟକ୍ତିଗତ ଭାବେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ, ଓକିଲଙ୍କ ଜରିଆରେ…

ଭୁବନେଶ୍ୱର,୧୨।୧: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ...

ବସ୍‌-ବାଇକ୍‌ ଧକ୍କା, ଚାଲିଗଲା ଚାଳକଙ୍କ ଜୀବନ, ରାସ୍ତା ଉପରେ ମୃତଦେହ ରଖି…

ଗୁଣୁପୁର,୧୨ା୧(ସଙ୍କେତ ପାତ୍ର): ଗୁଣୁପୁର ବଂଶଧାରା ବ୍ରିଜ ନିକଟ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗୁଣୁପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri