୩ ବର୍ଷ ହେବ ପିଲା ଖୋଜୁଛନ୍ତି ପୁରସ୍କାର

ଭୁବନେଶ୍ୱର,୬।୭
(ଶର୍ମିଷ୍ଠା ପାଣିଗ୍ରାହୀ)ପିଲାଙ୍କୁ ପୁରସ୍କାର ଲୋଭ ଦେଖାଇ ଭୁଲି ଯାଇଛନ୍ତି ରାଜ୍ୟ ସରକାର। ଇତିମଧ୍ୟରେ ୩ବର୍ଷ ବିତିଯାଇଛି। ‘ମୋ ପ୍ରତିଭା’ ପୁରସ୍କାର ପାଇବାକୁ ୩୫ରୁ ଊର୍ଦ୍ଧ୍ୱ ପିଲା ଚାହିଁବସିଛନ୍ତି। କରୋନା ସମୟରେ ସ୍କୁଲ ବନ୍ଦ ରହିବା ସହ ବାହାରେ ଖେଳିବାକୁ ପିଲାମାନଙ୍କୁ ବାରଣ କରାଯାଇଥିଲା। ଏପରିସ୍ଥିତିରେ ପିଲାଙ୍କ ସ୍ବାସ୍ଥ୍ୟଗତ ତଥା ମାନସିକ ବିକାଶ ଯେପରି ପ୍ରଭାବିତ ନ ହେବ ସେଥିପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଥିଲେ। ଏଥିମଧ୍ୟରେ ‘ମୋ ପ୍ରତିଭା-ମୋ ପରିଚୟ’ କାର୍ଯ୍ୟକ୍ରମ ଅନ୍ୟତମ ଥିଲା। ପରିବାର ସଦସ୍ୟଙ୍କ ଗହଣରେ ସୃଜନଶୀଳତାର ପରିବୃଦ୍ଧି ନିମନ୍ତେ ୨୦୨୦ ଏପ୍ରିଲ ୨ରେ ରାଜ୍ୟ ସରକାର ଏହି ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ ମାଧ୍ୟମରେ ଆରମ୍ଭ କରିଥିଲେ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୟୁନିସେଫ୍‌ର ସହଯୋଗରେ ଅନ୍‌ଲାଇନ୍‌ରେ ପ୍ରତିଯୋଗିତା କରାଯାଇଥିଲା। ୫ରୁ ୧୮ବର୍ଷ ବୟସର ଶିଶୁ ତଥା କିଶୋରୀକିଶୋରମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ୫ରୁ ୧୦ବର୍ଷ, ୧୧ରୁ ୧୬ବର୍ଷ ଓ ୧୬ରୁ ୧୮ବର୍ଷ ପିଲାଙ୍କ ପାଇଁ ୩ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ‘ଲକ୍‌ ଡାଉନ୍‌ ସମୟରେ ଗୃହ ଭିତରେ ରହିବାର ଅନୁଭବ’ ଓ ‘ଜଣେ ଯୁବ ନାଗରିକ ହିସାବରେ କୋଭିଡ୍‌-୧୯ ସମୟରେ ମୋର କର୍ତ୍ତବ୍ୟ’ ଉପରେ ପିଲାମାନେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଲୋଗାନ ରଚନା, କ୍ଷୁଦ୍ରଗଳ୍ପ ଓ କବିତା ରଚନା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ୫ ସପ୍ତାହ ଧରି ଚାଲିଥିଲା। ପ୍ରତି ଗୁରୁବାର ପ୍ରତି ବର୍ଗର ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଗଲା। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ଓଡ଼ିଶା ସରକାର ଓ ୟୁନିସେଫ୍‌ଠାରୁ ବିଜେତାମାନେ ମାନପତ୍ର ପାଇବେ ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ପ୍ରସଙ୍ଗଗୁଡ଼ିକୁ କୋଭିଡ୍‌-୧୯ ସୂଚନା ପ୍ରଚାରରେ ବ୍ୟବହାର କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୨୦ ଜୁନ୍‌ରେ ପ୍ରାୟ ୩୫ରୁ ଅଧିକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ନେଇ ଅଭିଭାବକଙ୍କ ପାଖକୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାକୁ ନେଇ ପିଲାମାନେ ଆହୁରି ଉତ୍ସାହିତ ହୋଇପଡିଥିଲେ। କିନ୍ତୁ ତା’ପରେ ପ୍ରତିଯୋଗିତା ହେଲା ନାହିଁ କି ପୁରସ୍କାର ମିଳିଲା ନାହିଁ। କାଳେ ଅନ୍‌ଲାଇନ୍‌ରେ ପୁରସ୍କାର ମିଳିବ, ସେଥିପାଇଁ ପିଲା ଓ ସେମାନଙ୍କ ଅଭିଭାବକ ଦିଆଯାଇଥିବା ଓ୍ବେବ୍‌ସାଇଟ୍‌କୁ ବାରମ୍ବାର ସର୍ଚ୍ଚ କରି ଏପର୍ଯ୍ୟନ୍ତ ପୁରସ୍କାର ଖୋଜି ଚାଲିଛନ୍ତି।
ପୁରସ୍କାର ଜିତିଥିବା ଜଣେ ପିଲାଙ୍କ ଅଭିଭାବକ କହିଛନ୍ତି, ପିଲାମାନଙ୍କ ପାଇଁ ସେତେବେଳେ ଏହା ଏକ ଭଲ ସମୟୋପଯୋଗୀ ଉଦ୍ୟମ ଥିଲା। ଏ ନେଇ ଆମେ ଖୁସି ମଧ୍ୟ ଥିଲୁ। ପିଲାଙ୍କ ପାଇଁ ପୁରସ୍କାରର ପ୍ରାଧାନ୍ୟ ସବୁବେଳେ ରହିଛି। ସେମାନଙ୍କୁ ପୁରସ୍କାର କଥା କହି ନ ଦେଲେ ଆଗାମୀ ଦିନରେ କୌଣସି କାର୍ଯ୍ୟକ୍ରମରେ ଭାଗ ନେବାକୁ ସେମାନେ ଆଗ୍ରହୀ ହେବେ ନାହିଁ।
ନେଇ ୟୁନିସେଫ୍‌ ସହ ଯୋଗାଯୋଗ କରାଯିବାରୁ ‘ମୋ ପ୍ରତିଭା’ ପୁରସ୍କାର ଦାୟିତ୍ୱ କ୍ରୀଡ଼ା ଓ ଯୁବ ସେବା ବିଭାଗ ନେଇଥିବା କୁହାଯାଇଛି। ଅନ୍ୟପକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା କହିଛନ୍ତି, ପୁରସ୍କାର ଦିଆଯିବା କଥା କୁହାଯାଇ ନ ଥିଲା। କିନ୍ତୁ ଏବେ ପୁରସ୍କାର ଦିଆଯିବା ନେଇ ଆଲୋଚନା ଚାଲିଛି। କିଛିଦିନ ମଧ୍ୟରେ ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri