ଧବଳେଶ୍ୱରଙ୍କ ଦର୍ଶନ ପାଇଁ କଂକ୍ରିଟ୍‌ ସେତୁ ଖୋଲିଲା

ଖୁଣ୍ଟୁଣୀ,୬।୭(ସଚ୍ଚିଦାନନ୍ଦ ପଣ୍ଡା)କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠକୁ ଯିବା ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ୍‌ ସେତୁ ବୁଧବାରଠାରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି। ଧବଳେଶ୍ୱର ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ଓ ସମ୍ପାଦକ ନରେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂଜକମାନେ ସକାଳ ପ୍ରାୟ ୮ଟାରେ ଉକ୍ତ ସେତୁ ଉପରେ ପୂଜାର୍ଚ୍ଚନା ଓ ହୋମ କରିଥିଲେ। ପରେ ନଡ଼ିଆ ବାଡ଼େଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଓ ଆଠଗଡ଼ ବ୍ଲକର କେତେଜଣ ଜନ ପ୍ରତିନିଧି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଧବଳେଶ୍ୱର ପୀଠକୁ ଯିବା ପାଇଁ ଡଙ୍ଗା ଏକମାତ୍ର ମାଧ୍ୟମ ଥିଲା। ହେଲେ ପଞ୍ଚକ ଓ ବର୍ଷାଋତୁ ସମୟରେ ବାରମ୍ବାର ଅଘଟଣ ଘଟି ଜୀବନହାନି ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୦୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ଉପରେ ଝୁଲାପୋଲ ନିର୍ମାଣ କରାଯାଇଥିଲା। ମାତ୍ର ଯାତ୍ରା ସମୟରେ ମାତ୍ରାଧିକ ଜନସମାଗମ ଓ ଆବଶ୍ୟକ ରକ୍ଷଣାବେକ୍ଷଣା ଅଭାବରୁ ପୋଲଟି ଦୁର୍ବଳ ହୋଇ ଯାଇଥିଲା। ଗୁଜରାଟର ମୋର୍ବିସ୍ଥିତ ମାଛୁନଦୀରେ ଗତବର୍ଷ ଅକ୍ଟୋବରରେ ଏକ ଝୁଲାପୋଲ ଭୁଶୁଡ଼ି ପଡ଼ିବାରୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ଧବଳେଶ୍ୱର ପୀଠକୁ ସଂଯୋଗ ହୋଇଥିବା ଝୁଲାପୋଲ ଅସୁରକ୍ଷିତ ଦର୍ଶାଇଥିଲେ। ଫଳରେ ମରାମତି ପାଇଁ ଗତ ନଭେମ୍ବର ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଝୁଲାପୋଲରେ ଯିବାକୁ ବାରଣ କରାଯାଇଛି। ଅପରପକ୍ଷରେ ଝୁଲାପୋଲର ଭବିଷ୍ୟତକୁ ଦୃଷ୍ଟିରେ ରଖି ମହାନଦୀ ଉପରେ କଂକ୍ରିଟ୍‌ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ନାଗରିକ, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଆସୁଥିଲେ। ଫଳରେ ବିଜୁସେତୁ ଯୋଜନାରେ ୨୩ କୋଟି ଟଙ୍କା ବ୍ୟୟରେ ୨୦୨୨ ମେ’ ମାସରୁ କଂକ୍ରିଟ୍‌ ସେତୁ ଆରମ୍ଭ ହୋଇଥିଲା। ହେଲେ ନିର୍ମାଣ କାମ ବିଳମ୍ବ ହେବାରୁ ମହାନଦୀରେ ଏକ ଅସ୍ଥାୟୀ ନିର୍ମାଣ କରାଯାଇଥିଲା। ଗତ ଜୁନ୍‌ ୨୯ ତାରିଖ ରାତିରେ ମହାନଦୀରେ ପାଣି ଆସିବାରୁ ଉକ୍ତ ଅସ୍ଥାୟୀ ରାସ୍ତା ଧୋଇଯାଇଥିଲା। ଫଳରେ ୩୦ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ପୀଠକୁ ଭକ୍ତମାନେ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ କଂକ୍ରିଟ୍‌ ସେତୁ କାମ ସମ୍ପୂର୍ଣ୍ଣ କରି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯିବାକୁ ଦାବି କରାଯାଇଥିଲା। ତେଣୁ ସେତୁ କାମ ଶେଷ କରାଯାଇ ବୁଧବାର ପୂଜାର୍ଚ୍ଚନା ପରେ ଲୋକମାନେ ଏହା ଉପରେ ଯାତାୟାତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

ECI: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି, ଏସବୁ ରାଜ୍ୟ ପାଇଁ ବଢିଲା SIR ଅବଧି

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ କମିଶନ ଗୁରୁବାର ସ୍ପେଶାଲ ସଘନ ସଂଶୋଧନ (SIR) ପ୍ରକ୍ରିୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନ ପାଞ୍ଚଟି...

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

“ବିଏସ୍ଏଫ୍ ପୋଷ୍ଟ୍ ନିକଟକୁ ଯାଆନ୍ତୁ ନାହିଁ”: ମମତା ବାନାର୍ଜୀଙ୍କ ଚେତାବନୀ ଶୁଣି ଚିନ୍ତାରେ ଲୋକେ

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି ଭିତରେ ଭାରତକୁ କଡ଼ା ବାର୍ତ୍ତା ଦେଲେ ଟ୍ରମ୍ପ? F-16ର ଶକ୍ତି ବଢାଇବ ଆମେରିକା

ଓ୍ବାଶିଂଟନ,୧୧।୧୨: ଆମେରିକା ପାକିସ୍ତାନକୁ ଏହାର F-16 ଲଢ଼ୁଆ ବିମାନକୁ ଅପଗ୍ରେଡ କରିବା ପାଇଁ ୬୮୬ ଡଲାର ନିୟୁତ (ପ୍ରାୟ ୫,୮୦୦କୋଟି) ମୂଲ୍ୟର ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ...

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri