୨୩ ଜିଲାରେ ୫୦ ପେପରଲେସ୍‌ କୋର୍ଟ ଆରମ୍ଭ

କଟକ,୪ା୭(କାର୍ତ୍ତିକ ସାହୁ): ରାଜ୍ୟର ୨୩ଟି ଜିଲାରେ ସୋମବାରଠାରୁ ୫୦ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ପେପରଲେସ୍‌ କୋର୍ଟଗୁଡ଼ିକୁ ଉଦ୍‌ଘାଟନ କରି କହିଲେ, ଦ୍ୱିତୀୟ ପର୍ଯ୍ୟାୟରେ ୫୦ଟି ପେପରଲେସ୍‌ କୋର୍ଟ ଆରମ୍ଭ ହୋଇଛି। ଅବଶିଷ୍ଟ ୫୦ଟି ପେପରଲେସ୍‌ କୋର୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ମାସକ ମଧ୍ୟରେ କାର୍ଯ୍ୟକ୍ଷମ ହେବ। କୋଭିଡ୍‌ ମହାମାରୀ ଯୋଗୁ ବିଚାର ବିଭାଗରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି ପାଇଛି। ବିଚାର ବିଭାଗୀୟ ଅଧିକାରୀମାନେ ଅଦାଲତ ପରିଚାଳନାରେ ବୈଷୟିକ ଜ୍ଞାନକୌଶଳକୁ ଅଗ୍ରାଧିକାର ଦେଇଥିବାରୁ ମୁଖ୍ୟ ବିଚାରପତି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିଜର ଅଭିଜ୍ଞତା ବର୍ଣ୍ଣନା କରି ମୁଖ୍ୟ ବିଚାରପତି କହିଲେ, ଡିଜିଟାଲ କେସ୍‌ ରେକର୍ଡ ବିଚାରପତିମାନଙ୍କ ମାମଲା ପରିଚାଳନା ପାଇଁ ଅପେକ୍ଷାକୃତ ସହଜ ହୋଇଛି। ଯୁବ ଆଇନଜୀବୀମାନଙ୍କ ପାଇଁ ଡିଜିଟାଲ ଡିଭାଇସ୍‌ରେ ମାମଲାର ସଫ୍ଟ କପି ପ୍ରାପ୍ତ କରିବା ଇ-ମୋଡ୍‌ରେ ବହୁଭାବେ ଫଳପ୍ରଦ ହୋଇପାରୁଛି। ବିଶେଷକରି ଡିଜିଟାଇଜେଶନ୍‌, ଇ-ଫାଇଲିଂ ଏବଂ ପେପରଲେସ୍‌ କୋର୍ଟ ବ୍ୟବସ୍ଥା ଦ୍ୱାରା ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅତ୍ୟନ୍ତ ପ୍ରଭାବଶାଳୀ ଓ ସହଜ ହୋଇପାରିଛି ବୋଲି ମୁଖ୍ୟ ବିଚାରପତି କହିଥିଲେ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନ୍‌ଫରମେଶନ୍‌ ଟେକ୍ନୋଲୋଜି କମିଟି ଅଧ୍ୟକ୍ଷ ତଥା ବିଚାରପତି ଶୁଭାଶିଷ ତାଳପତ୍ର କହିଲେ, ବିଚାର ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ଉପକୃତ ହେବେ। ସାଧାରଣ ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ନିମନ୍ତେ ଓଡ଼ିଶା ଜୁଡ଼ିିସିଆରି ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିଆସୁଛି।
ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେବା ଅବସରରେ କହିଲେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ କରିବା ପାଇଁ ସଂଘର୍ଷ କରୁଥିବାବେଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ୟମ ଯୋଗୁ ଏହା ଜିଲାସ୍ତରରେ କାର୍ଯ୍ୟକ୍ଷମ ହୋଇପାରିଛି। କାର୍ଯ୍ୟକ୍ରମରେ ବିଚାରପତି ବି.ଆର୍‌. ଷଡ଼ଙ୍ଗୀ, ଆଡ୍‌ଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ହାଇକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲାକୋର୍ଟରୁ ଜିଲା ଜଜ୍‌ ଓ ବିଚାର ବିଭାଗୀୟ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।
୨୦୨୨ ସେପ୍ଟେମ୍ବର ୧୭ରେ ରାଜ୍ୟର ୩୦ ଜିଲା ପାଇଁ ୩୪ଟି ପେପର୍‌ଲେସ୍‌ କୋର୍ଟକୁ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦ୍‌ଘାଟନ କରିଥିଲେ। ଗତ ମେ ମାସରେ ଜୁଡିସିଆଲ ଏକାଡେମୀଠାରେ ଅନୁଷ୍ଠିତ ନ୍ୟାଶନାଲ କନ୍‌ଫରେନ୍ସ ଅନ୍‌ ଡିଜିଟାଇଜେଶନ୍‌ର ଉଦ୍‌ଯାପନୀ ସମାରୋହରେ ପ୍ରଧାନ ବିଚାରପତି ଯୋଗଦେଇ ଆଗାମୀ ୩ମାସ ମଧ୍ୟରେ ୧୦୦ ପେପରଲେସ୍‌ କୋର୍ଟ ଖୋଲିବା ନିମନ୍ତେ ଆଶାବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri