Odisha Elections 2024

ବ୍ୟବଚ୍ଛେଦ ନ କରି ନେଇ ଯାଉଛନ୍ତି ମୃତଦେହ

ନୟାଗଡ଼,୨।୭(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ବ୍ୟବଚ୍ଛେଦ ନ କରି ମୃତଦେହଗୁଡିକୁ ଜୋରଜବରଦସ୍ତ ଘରକୁ ନେଇ ଯାଉଛନ୍ତି। ଖର୍ଚ୍ଚରୁ ମୁକ୍ତି ପାଇଁ ମୃତଦେହଗୁଡିକୁ ବାଇକ୍‌ରେ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଯ୍ୟାନୁଷ୍ଠାନ ନ ଥିବାରୁ ୧୦ ଦିନ ମଧ୍ୟରେ ୨ଟି ଘଟଣା ଘଟି ସାରିଲାଣି। ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଫାଣ୍ଡି ରହିଥିଲେ ବି କିଛି ସୁଫଳ ମିଳୁନି। ଏଥିରେ ରୋକ୍‌ ଲାଗୁ ନ ଥିବାରୁ ମୃତଦେହ ବାଇକ୍‌ରେ ନେବା ଓ ବ୍ୟବଚ୍ଛେଦ ନ କରି ନେଇ ଯିବା ଘଟଣା ଚିନ୍ତାର କାରଣ ପାଲଟିଲାଣି। ଗତ ୨୩ ତାରିଖରେ ଇଟାମାଟି ଥାନା ଚମ୍ପତିପୁର ଅଞ୍ଚଳରେ ଟ୍ରାକ୍ଟର ଓଲଟି ରାଜା ସିନ୍ଦୁରା(୧୫) ନାମକ ଜଣେ ନାବଳକଙ୍କ ମୃତ୍ୟୁ ଘଟିଥିଲା। ରାଜା ଟ୍ରାକ୍ଟର ସହ ଲଙ୍ଗଳ ନେଇ ବିଲ ଚାଷ କରି ଫେରୁଥିଲେ। ଗଁା ନିକଟସ୍ଥ ବନ୍ଧରେ ଆସୁଥିବାବେଳେ ଟ୍ରାକ୍ଟର ଓଲଟି ପଡିଥିଲା। ନାବାଳକ ଚାଳକ ଟ୍ରାକ୍ଟର ତଳେ ରହି ଗୁରୁତର ହୋଇଥିଲେ। ରାଜାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଡାକ୍ତର ବ୍ୟବଚ୍ଛେଦ କରିବାକୁ କହୁଥିବାବେଳେ ପରିବାର ଲୋକ ମୃତଦେହ ନେଇ ପଳାଇ ଯାଇଥିଲେ। ସେହିଭଳି ଗତ ୧୪ ତାରିଖରେ ନବଘନପୁର ଗଁାର ପଞ୍ଚୁ ବେହେରା(୯୦) ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିିସତ୍ାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ବାହାରକୁ ନେବା ପାଇଁ କହିଥିଲେ। ଆମ୍ବୁଲାନ୍ସ ମୃତଦେହ ୧୮୦୦ ଟଙ୍କାରେ ନେବା ପାଇଁ କହିବା ପରେ ପରିବାର ଲୋକ ବାଇକ୍‌ରେ ମୃତଦେହ ନେଇ ଚାଲି ଯାଇଥିଲେ। ଏଭଳି ବିଭିନ୍ନ ସମୟରେ ମୃତଦେହକୁ ବ୍ୟବଚ୍ଛେଦ ନ କରାଇ ନେଇ ଯାଉଛନ୍ତି ସମ୍ପକୀୟ ା ମୃତଦେହ ବ୍ୟବଚ୍ଛେଦ ଗୃହକୁ ଗଲା କି ଅନ୍ୟ କିଏ ଗାଏବ କଲା ଡାକ୍ତର, ଚିକିସତ୍ାଳୟ ମ୍ୟାନେଜର, ହେଲପ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଜାଣି ପାରୁ ନାହାନ୍ତି। ନବଘନପୁର ଘଟଣାରେ ମୃତଦେହ ବାଇକ୍‌ରେ ଯାଇ ଘରେ ପହଞ୍ଚିଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। ଚିକିତ୍ସାଳୟରେ ଯେ କେହି ମଲେ ତା’ର ବ୍ୟବଚ୍ଛେଦ ହେବାର ନିୟମ ରହିଛି। ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କ ମୃତ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟଙ୍କୁ ଅବଗତ କରାଇବାର ନିୟମ ରହିଛି। ତେବେ ନିୟମ ଶୀତଳଭଣ୍ଡାରରେ ରହି ଯାଉଥିବାରୁ ଅବ୍ୟବସ୍ଥା ବଢ଼ି ଚାଲିଛି। ଏନେଇ ନୟାଗଡ଼ର ସାମାଜିକକର୍ମୀ ବିଭୂତି ପଟ୍ଟନାୟକ କୁହନ୍ତି, ବ୍ୟବଚ୍ଛେଦ କଲେ ଝାମେଲା ରହୁଛି। ବ୍ୟବଚ୍ଛେଦ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ପୁଣି ଏଥିରେ ମୃତକ ପରିବାର ଅଯଥାରେ ଖର୍ଚ୍ଚାନ୍ତ ହେଉଛି। ପୁଣି ଆମ୍ବୁଲାନ୍ସରେ ମୃତଦେହ ନେଇ ୨ହଜାରୁ ଆରମ୍ଭ ଖର୍ଚ୍ଚ। ମୃତକ ପରିବାର ଅଯଥା ଖର୍ଚ୍ଚରୁ ବର୍ତ୍ତିବା ଓ ଟେନଶନରୁ ମୁକ୍ତି ପାଇଁ ଘରକୁ ବାଇକ୍‌ରେ ନେବାକୁ ଶ୍ରେୟ ମନେ କରୁଛନ୍ତି। ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରାଇବାର ତରିକା ନ ବଦଳାଇଲେ ବାଇକ୍‌ରେ ମୃତଦେହ ବୋହିବା ଓ ମନଇଛା ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ରରୁ ନେବା ଘଟଣା ବଢ଼ିବ ସନ୍ଦେହ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଧାରୀ(ସିଡିଏମ୍‌ଓ) ମକରନ୍ଦ ବେଉରା କୁହନ୍ତି, ସବୁ ମୃତଦେହ ବ୍ୟବଚ୍ଛେଦ କରାଇଲେ ଟେନଶନ ବଢ଼ିବ। ଯେଉଁମାନେ ବ୍ୟବଚ୍ଛେଦ କରିବାକୁ ଆଗ୍ରହୀ ନୁହନ୍ତି ସମ୍ପୃକ୍ତ ପରିବାରକୁ ମୃତଦେହ ହସ୍ତାନ୍ତର ହେଉଛି। ତେବେ ମୃତ୍ୟୁରେ ସନ୍ଦେହ ହେଲେ ଅଥବା ଅଭିଯୋଗ ଥିଲେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri