ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଅପରେଶନ ଖୋଜ ଯୋଜନାରେ ଗତ ୨୯ ତାରିଖରେ ଜିଲା ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବେ ଜଡ଼ାମ୍ବ ଥାନା ଅଞ୍ଚଳରେ କମ୍ବିଂ ଅପରେଶନ କରୁଥିଲେ। ତେବେ ଜଡ଼ାମ୍ବ ଥାନା ନିକଟବର୍ତ୍ତୀ ଅଞ୍ଚଳ ଡାବୁଗୁଡ଼ା ଓ ଅରିଙ୍ଗିପଡ଼ା ଗ୍ରାମ ଜଙ୍ଗଲ ମଧ୍ୟରେ ଗୋଟିଏ ସ୍ଥାନରେ ମାଓବାଦୀ ସାମଗ୍ରୀ ଥିବା ଜାଣି ପାରି ଉକ୍ତ ସ୍ଥଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି। ଏହି ସାମଗ୍ରୀଗୁଡ଼ିକ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ, ୧୨ଟି ବୋର ଇମୁନେସନ୍‌, ଗୋଟିଏ ଏସ୍‌.ଏଲ୍‌.ଆର୍‌ ଇମୁନେସନ୍‌, ତିନୋଟି ଆଇଡି, ୫୫ଟି ଜିଲୋଟିନ୍‌ ଷ୍ଟିକ୍‌, ବିଦ୍ୟୁତ୍‌ ତାର, ମୋବାଇଲ ଚାର୍ଜର, ମହିଳାମାନଙ୍କ ବ୍ୟବହୃତ ହେୟାର ପିନ୍‌, ରବର ବ୍ୟାଣ୍ଡ, ପାନିଆ, ପେନ୍‌, ପେନସିଲ ଇତ୍ୟାଦି ଜବତ କରାଯାଇଛି। ତେବେ ଏହି ସାମଗ୍ରୀଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟି ତରଫରୁ ନିରୀହ ଜନସାଧାରଣ ଓ ପୋଲିସକୁ ଟାର୍ଗେଟ କରି ରଖା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ବାଧ୍ୱାନୀ ଏକ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ଏଥିସହ ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ‘ଅପରେଶନ ଘର ଓ୍ବାପସି’ ଯୋଜନାରେ ବିଗତ ଦିନରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ୨.୬.୨୨ରେ ୪୭ ଜଣ ମିଲିସିଆ ଯନ୍ତ୍ରୀଠାରେ ଆତ୍ମସମର୍ପଣ କରିଥିବା ବେଳେ, ୧୧.୦୬.୨୨ରେ ୧୮୦ ଜଣ, ଓ ୨୨.୦୮.୨୨ରେ ଜାନବାଇଠାରେ ୫୫୦ଜଣ ଆତ୍ମସମର୍ପଣ କରିଛନ୍ତି। ସେହିପରି ୧୭.୦୯.୨୦୨୨ରେ ଅଣ୍ଡ୍ରାହାଲଠାରେ ୩୦୦ ଜଣ ମିଲିସିଆଙ୍କ ସହ ମୋଟ୍‌ ୭୦୦ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଗତ ୦୫.୧୧.୨୦୨୨ରେ ୪୧୦ଜଣ ମିଲିସିଆଙ୍କ ସହ ମୋଟ୍‌ ୬୫୦ ମାଓବାଦୀ ସମର୍ଥକ, ୨୦.୧୨.୨୦୨୨ରେ ୪୬୭ ମିଲିସିଆଙ୍କ ସହ ମୋଟ୍‌ ୯୦୭ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଗତ ଜାନୁୟାରୀ ୨୦୨୨ଠାରୁ ଜାନୁଆରୀ ୨୦୨୩ ମଧ୍ୟରେ ମୋଟ୍‌ ୨୦ଟି ମାଓବାଦୀ କ୍ୟାମ୍ପ୍‌ ଠାବ କରି ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଯଥା ଆଇଡି, ବନ୍ଧୁକ, ବିଦ୍ୟୁତତାର, ଟିଫିନ ବୋମା, ଜିଲଟିନ୍‌ ଷ୍ଟିକ୍‌, ଡିଟୋନେଟର, ଅଫୁଟା ଗୁଳି ଇତ୍ୟାଦି ଜବତ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri