Posted inଜାତୀୟ

ମଣିପୁରର ଆଉ ଏକ ଅଞ୍ଚଳରେ ଗୁଳିକାଣ୍ଡ: ଜଣେ ମୃତ, ଅଞ୍ଚଳରେ ଉତ୍ତେଜନା

ଇମ୍ଫାଲ,୨୯।୬: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଉଗ୍ରବାଦୀମାନେ କ୍ରମାଗତ ଭାବରେ ଘଟଣା ଘଟାଉଛନ୍ତି। ଅନ୍ୟପକ୍ଷରେ ମଣିପୁରର ଆଉ ଏକ ଜିଲା କାଙ୍ଗପୋକପିର ହରୋଥେଲ ଗ୍ରାମରେ ଅଜ୍ଞାତ ଉଗ୍ରବାଦୀମାନେ ଗୁଳକାଣ୍ଡ ଘଟାଇଛନ୍ତି। ତେବେ କିଛି ଉଗ୍ରବାଦୀ ବିନା କାରଣରେ ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ କିଛି ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିଷୟରେ ସୂଚନା ପ୍ରଦାନ କରି ଭାରତୀୟ ସେନା କହିଛି ଯେ, ଏହି ଅଞ୍ଚଳରେ ନିୟୋଜିତ ସୈନ୍ୟମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେନା ଏହାର ବିବୃତ୍ତିରେ କହିଛି ଯେ, ସଶସ୍ତ୍ର ଉଗ୍ରବାଦୀମାନେ ବିନା କାରଣରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ରାସ୍ତାରେ ଥିବା ସେନା ୟୁନିଟ ଗୁଡିକ ମଧ୍ୟ ଗୁଳି ଚଳାଇଥିଲା। କୌଣସି ଅତିରିକ୍ତ କ୍ଷତି ନ ହେବା ପାଇଁ ସେନା କ୍ରମାଗତ ଭାବରେ ଏହାର ଜବାବ ଦେଇଛି। ସୈନ୍ୟମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୁଳି ବିନିମୟ ବନ୍ଦ ହୋଇଯାଇଥିଲା। କଙ୍ଗପୋକପି ଜିଲାର ହରୋଥେଲ ଗ୍ରାମ ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଏତେ ସିଟ୍‌ କେମିତି ଜିତିଲା, ତାହାର ତଦନ୍ତ ହେଉ’

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ମନ୍ତ୍ରୀ ତଥା ମହାରାଷ୍ଟ୍ର ନେତା ରାମଦାସ ଅଠୱାଲେ ଇଭିଏମ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।...

ଜଳ ସଙ୍କଟକୁ ନେଇ ଜଳ ବୋର୍ଡ ଅଫିସରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀରେ ଜଳ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଅନେକ ସ୍ଥାନରେ ଲୋକମାନେ ପାଣି ଟାଙ୍କି ପଛରେ ଦୌଡ଼ୁଥିବା ଦେଖାଯାଉଛି। ଏ ବିଷୟରେ ଲୋକଙ୍କ କ୍ରୋଧ...

‘ଇଭିଏମକୁ ନେଇ ପ୍ରଚାର କରାଯାଉଛି ଗୁଜବ,’ ଏଲୋନ ମସ୍କ-ରାହୁଲ ଗାନ୍ଧୀଙ୍କ ଅଭିଯୋଗର କଡା ଜବାବ ଦେଲେ ଇସି

ନୂଆଦିଲ୍ଲୀ,୧୬।୬: ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) କୁ ନେଇ ବିବାଦ ଉପରେ ରବିବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇଭିଏମ...

ବାଚସ୍ପତି ପଦକୁ ନେଇ ସଂଘର୍ଷ! ଜେଡିୟୁ ପ୍ରସ୍ତୁତ, ହେଲେ ଟିଡିପିକୁ ନେଇ ଫସିଛି ପେଞ୍ଚ, ଭାଜପାର ବଢୁଛି ଟେନସନ

ନୂଆଦିଲ୍ଲୀ,୧୬।୬: ଜୁନ ୨୬ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାଚସ୍ପତି ପଦବୀ ସମ୍ପର୍କରେ ଏନଡିଏ ଏବଂ ଇଣ୍ଡିଆ ସହ ଜଡିତ ଦଳ...

ସର୍ବାଧିକ ଆୟ କରୁଥିବା ପ୍ରଥମ ୫ ଷ୍ଟେଶନ ମଧ୍ୟରେ ଓଡ଼ିଶାର ୪ ଷ୍ଟେସନ

ଭୁବନେଶ୍ୱର,୧୬।୬: ପୂର୍ବତଟ ରେଳପଥର ସର୍ବାଧିକ ଆୟ କରୁଥିବା ୨୦ଟି ଷ୍ଟେଶନ ତାଲିକାରେ ପ୍ରଥମ ୫ଟି ଷ୍ଟେଶନ ମଧ୍ୟରୁ ଓଡ଼ିଶାର ୪ଟି ଷ୍ଟେଶନ ସ୍ଥାନ ପାଇଛି ।...

ଜନସେବା କାର୍ଯ୍ୟକ୍ରମରେ ୪୦ଲକ୍ଷ ଲୋକଙ୍କୁ ଏକତ୍ରିତ କରି ଲିମ୍‌‌କା ବୁକ୍‌‌ ରେକର୍ଡ କଲା ରେଳ ମନ୍ତ୍ରଣାଳୟ-

ନୂଆଦିଲ୍ଲୀ,୧୬।୬: ଜନସେବା କାର୍ଯ୍ୟକ୍ରମରେ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳ ମନ୍ତ୍ରଣାଳୟକୁ ଲିମ୍‌‌କା ବୁକ୍‌‌ ଅଫ୍‌‌ ରେକର୍ଡରେ ସ୍ଥାନ ମିଳିଛି । ରେଳ...

ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା, କାର ଧକ୍କାରେ ୫ ଆହତ

ମୁମ଼୍ବାଇ, ୧୬।୬: ମହାରାଷ୍ଟ୍ରରେ ହିଟ ଆଣ୍ଡ ରନ ମାମଲା ପୁଣିଥରେ ସାମ୍ନାକୁ ଆସିଛି । ପୁଣେ ପୋର୍ସେ ଘଟଣାକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ...

‘ଦୟାକରି ଭେଟିବାକୁ ଆସନ୍ତୁ’, କାହିଁକି ଶାହାରୁଖ ଖାଁଙ୍କୁ ଏମିତି ଅପିଲ କଲେ କଂଗ୍ରେସ ନେତା? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ନେତା ଜାରିଟା ଲୌଟଫ୍ଲାଙ୍ଗ ଏକ ଭିଡିଓ ଶେୟାର କରି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି। ସେ ଶାହାରୁଖଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri