ଲୋକାର୍ପଣ ହେଉନି ଜିଏମ୍‌ୟୁ ଅତ୍ୟାଧୁନିକ ଅଡିଟୋରିୟମ

ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ ନ ଥିବାରୁ ବ୍ୟବହାରରେ ଆସିପାରୁ ନାହିଁ। କାମ ସରିବା ପରେ ମଧ୍ୟ ଜିଏମ୍‌ୟୁକୁ ଅଡିଟୋରିୟମ ହସ୍ତାନ୍ତର କରାଯାଉ ନାହିଁ। ଜିଲାର ଅନ୍ୟାନ୍ୟ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଦିନରେ ଏହାକୁ ଲୋକାପର୍ଣ କରାଯିବ ଏବଂ ପରେ ହସ୍ତାନ୍ତର କରାଯିବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହାକୁ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶିକ୍ଷାବିତ୍‌ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅଡିଟୋରିୟମ ନିର୍ମାଣ ଶେଷ ପରେ ଲୋକାର୍ପଣ କରାଯାଉ ନ ଥିବାରୁ ଜିଏମ୍‌ୟୁରେ ଆୟୋଜିତ ସଭାସମିତି ବା ସେମିନାର ଆୟୋଜନ କରିବାରେ ବହୁତ ସମସ୍ୟା ହେଉଛି। ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଥିବା ଅଡିଟୋରିୟମ ଛୋଟ ରହିଛି। ଏଥିରେ ମାତ୍ର ୩୦୦ରୁ ୩୫୦ ଅଂଶଗ୍ରହଣକାରୀଙ୍କୁ ସ୍ଥାନିତ କରିବାର କ୍ଷମତା ରହିଛି। ତେଣୁ ବଡ କାର୍ଯ୍ୟକ୍ରମ ପାଇଁ ଖୋଲା ପଡିଆ ବ୍ୟବହାର କରାଯାଉଛି। ଏଥିରେ ଅସ୍ଥାୟୀ ଟେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଗତ ଏପ୍ରିଲରେ ଗ୍ରୀଷ୍ମପ୍ରବାହ ସମୟରେ ସମାବର୍ତ୍ତନ ଉତ୍ସବ ଟେଣ୍ଟ ଲଗାଇ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶୀଘ୍ର ଅଡିଟୋରିୟମ ଲୋକାର୍ପଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଜିଏମ୍‌ୟୁ କୁଳପତି ପ୍ରଫେସର ଏନ୍‌ ନାଗାରାଜୁ କହିଛନ୍ତି, ଏହି ପ୍ରକଳ୍ପ ଶେଷ କରିବାକୁ ୬ବର୍ଷ ସମୟ ଲାଗିଛି। ବହୁ ବିଳମ୍ବ ହେଲେ ମଧ୍ୟ ଅଡିଟୋରିୟମ ନିର୍ମାଣ କାମ ସରିଛି। ପୂର୍ତ୍ତ ବିଭାଗ ପକ୍ଷରୁ କାମ କରାଯାଇଥିଲା। ହେଲେ ଏବେ ଅଡିଟୋରିୟମ ଜିଏମ୍‌ୟୁକୁ ହସ୍ତାନ୍ତର କରାଯାଇ ନାହିଁ। ଏହାକୁ ଉଦ୍‌ଘାଟନ କରି ଶୀଘ୍ର ହସ୍ତାନ୍ତର କରିବାକୁ ଅନେକଥର ଅନୁରୋଧ କରାଯାଇଛି। ହେଲେ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ଅଡିଟୋରିୟମ ପାଇଁ ମୂଳଦୁଆ ପକାଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ ୨୦୧୯ ମସିହା ମେ ମାସରେ ଆରମ୍ଭ ହୋଇଥିଲା। ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦,୬୧୧ ବର୍ଗଫୁଟ ଅଞ୍ଚଳରେ ଅତ୍ୟାଧୁନିକ ଅଡିଟୋରିୟମ ରହିଛି। ସମୁଦାୟ କ୍ଷେତ୍ର ମଧ୍ୟରୁ ପ୍ରାୟ ୧୫,୦୦୦ ବର୍ଗଫୁଟ ପାର୍କିଂ ପାଇଁ ବ୍ୟବହୃତ ହେବ। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦.୫ କୋଟି ଟଙ୍କା ରହିଛି। ୧୨୦୦ ସିଟ୍‌ ବିଶିଷ୍ଟ ଅଡିଟୋରିୟମ୍‌ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ଓ ଉନ୍ନତ ଧ୍ୱନି ପ୍ରଣାଳୀ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri